• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 2, 2024
in ଓଡ଼ିଶା, ମୁଖ୍ୟ ଖବର
0
ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
0
SHARES
0
VIEWS

ତୁଷୁରା ଏୟାର ଷ୍ଟ୍ରିପର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ ୨-ଈ ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇ ପାରିବ ଏବଂ ଏହା ଜିଲ୍ଲାର ବିକାଶକୁ ଆହୁରି ଗତିଶୀଳ କରିବ। ଏହା ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପ ମୂଲ୍ୟରେ ବେଲପଡା ବ୍ଲକର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଓଡିଶାର ଯେଉଁ ବ୍ଲକରେ ଜଳସେଚନ ହାର କମ୍ ଅଛି ସେ ସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପର ଲାନ୍ଥ ପ୍ରକଳ୍ପ ଏହି ପଦକ୍ଷେପର ଅଂଶ ବିଶେଷ। ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗିର ବିକାଶର ଧାରା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ୠତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ଏବଂ ଏହା ଦ୍ବାରା ବେଲପଡା ବ୍ଲକର ୨୫ ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି ଚାଷୀମାନେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ପାଇବେ। ଧାନ ବିକ୍ରିରେ କଟନୀ ଛଟନି ରହିବ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବେଲପଡା ବ୍ଲକ ତଥା ବଲାଙ୍ଗିର ଜିଲ୍ଲାର ପାଣି ସମସ୍ୟାର ସମାଧନ ଲାଗି ଏହି ପ୍ରକଳ୍ପ ଗୋଟିଏ ବଳିଷ୍ଠ ପଦକ୍ଷେପ ଏବଂ ଏହାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରାଯିବ। ଲୋୟର ସୁକତେଲ ପ୍ରକଳ୍ପର ଟଙ୍କା ବାଟମାରଣା ଭଳି ଭୁଲ ଆମ ସରକାରରେ ହେବ ନାହିଁ। ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ବେଲପଡା ତଥା ବଲାଙ୍ଗିର ଜିଲ୍ଲାରେ ସେଚ ବିପ୍ଳବ ଆଣିବ। ଲାନ୍ଥ ନଦୀ ଉପରେ ୨୪୯୫ ମିଟର ଲମ୍ବା ଡ୍ୟାମରେ ଜଳ ବିଦ୍ୟୁତ ଶକ୍ତି ୟୁନିଟ୍ ଦ୍ବାରା ୨୧୦ କିଲୋ ୱାଟ୍ ବିଜୁଳୀ ଉତ୍ପାଦନ ପାଇଁ ବ୍ୟବସ୍ଥା ମଧ୍ୟ ହେବ। ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ। ମୁଖ୍ୟମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର। ଆମ ସରକାର ଏହାର ବିକାଶ କରିବାକୁ ବଦ୍ଧପରିକର ରହିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପାଟଣାଗଡ ଉପଖଣ୍ଡ ମେଡିକାଲ ଓ ଡାଏଲିସିସ୍ କେନ୍ଦ୍ର ଏବଂ ଟିଟଲାଗଡରେ ଏକ ଡାଏଲିସିସ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଏଥି ସହିତ ପାଟଣାଗଡର ବହୁ ପ୍ରତିକ୍ଷିତ ବାଇପାସ୍ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୧୮ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ବାଇପାସ୍ ରୋଡରେ ୪ଲେନ୍ ବଶିଷ୍ଟ ରାସ୍ତା, ସୁବର୍ଣ୍ଣରେଖା ଓ ମାୟାବତୀ ନାଳ ଉପରେ ଦୁଇଟା ସେତୁ, ୨୮ଟି ନ୍ୟୁ ବକ୍ସ ସେଲ୍ କଲଭର୍ଟ ନିର୍ମାଣ ହେବ। ଏହି ବାଇପାସ ରୋଡ ଦ୍ବାରା ପାଟଣାଗଡର ଟ୍ରାଫିକ୍ ସମସ୍ୟା ଦୂର ହେବ।

ଖୋର୍ଦ୍ଧା–ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ନେବା ପରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଦୃତ ବେଗରେ ଆଗେଇ ଚାଲିଛି। ଉଭୟ ପଟୁ ୧୫୨ କିଲୋମିଟରରୁ ଅଧିକ କାମ ସରିଯାଇଛି। ଖୁବ୍ ଶୀଘ୍ର ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ୭୩ କିଲୋମିଟର ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ହେବ ଏବଂ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗିର ମଧ୍ୟରେ ରେଳ ଚାଲିବ। ଓଡିଶା ପ୍ରତି ଏହା ମୋଦୀଜୀଙ୍କ ଭଲପାଇବାର ନିଦର୍ଶନ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ବଲାଙ୍ଗିର ଜିଲ୍ଲାରେ ବିକାଶର ଗତି ଏକ୍ସେପ୍ରେସ୍ ସ୍ପିଡ୍‌ରେ ଚାଲିଛି। ରାଜ୍ୟରେ ଡବଲ ଇଞ୍ଜିନ ଓ ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କାରଣ ଏହି ଜିଲ୍ଲାର ଦୁଇଜଣ ଜନପ୍ରତିନିଧି ଓଡିଶା ସରକାରରେ ପ୍ରତିନିଧିତ୍ବ କରୁଛନ୍ତି। ଏଥି ସହିତ ଅନେକ ସାଂସଦ ଓ ବିଧାୟକ ମଧ୍ୟ ଜିଲ୍ଲାରୁ ସରକାରୀ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡିଶାରେ ବିକାଶର ନୂଆ ଇତିହାସ ଲେଖିବା ପାଇଁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକୁମେଣ୍ଟ ପାଇଁ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରି କହିଥିଲେ ଆପଣ ମାନଙ୍କ ମତ ଓ ଆପଣ ମାନଙ୍କ ଭାଗିଦାରୀରେ ଆମେ ଗଢିବୁ ଆମ ସ୍ବପ୍ନର ଓଡିଶା- ସମୃଦ୍ଧ ଓଡିଶା, ବିକଶିତ ଓଡିଶା। ବଲାଙ୍ଗିରରେ ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ସର୍କିଟ ହାଉସକୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଏହି ଅପର ଲାନ୍ଥ ପ୍ରକଳ୍ପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୋ ବିଭାଗର ସମ୍ପୃକ୍ତି ରହିଛି ତେଣୁ ଏହି ପ୍ରକଳ୍ପ କାମ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ଆମ ସରକାର କ୍ଷମତାକୁ ଆସିବା ପରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ଏବଂ ଏଗୁଡିକର ଉଦ୍‌ଘାଟନ ମଧ୍ୟ ଆମ ସରକାର କରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲବାର ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ ।

Previous Post

ଆମ୍ୱ ଟାକୁଆ ଯାଉ ଖାଇ ୨ ମୃତ୍ୟୁ ଘଟଣା: ଡବଲ ଇଞ୍ଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି: ବିଜେଡି

Next Post

ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ, ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

FNN WEB

FNN WEB

Next Post
ଧାମରାରେ ବାତ୍ୟା “ଦାନା” ପ୍ରକୋପ, ବର୍ଷା ବଢୁଛି

ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ, ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.