• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

FNN WEB by FNN WEB
March 6, 2025
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ
0
SHARES
278
VIEWS

ଜବରଦଖଲ ଉଚ୍ଛେଦକୁ ନେଇ ଜଟଣୀରେ ଉତ୍ତେଜନା

ଜଟଣୀ : ଜଟଣୀରେ ସୀମା ଟପିଛି ଜିଲ୍ଲା ପ୍ରଶାସନ। ଜବରଦଖଲ ଉଛେଦକୁ ନେଇ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇନି ପ୍ରଶାସନ। ଏପରିକି ଜଟଣୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ତହସିଲଦାରଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କ ଉପରେ ଜେସିବି ଚଢ଼ାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ମଧ୍ୟାହ୍ନରେ ଜଟଣୀ କୁସୁମାଟି ମୌଜାରେ ଏପରି ଘଟଣା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଉଭୟ ତହସିଲଦାର ସେଠାରୁ ଫେରିଆସିଛନ୍ତି।

ଘଟଣାରୁ ପ୍ରକାଶ ଯେ, ବିନା କୌଣସି ସୂଚନା ଆଧାରରେ ଗୁରୁବାର ସକାଳେ ଜଟଣୀ ତହସିଲଦାର ଓ ଶ୍ରୀ ମନ୍ଦିର ପ୍ରଶାସନ ତହସିଲଦାର ଜେସିବି ଧରି କୁସୁମାଟି ମୌଜାରେ ପହଞ୍ଚି ସେଠାରେ ଲୋକେ ରହୁଥିବା ଘର ଭାଙ୍ଗିବା ଆରମ୍ଭ କରିଥିଲେ। ବିନା ଆଲୋଚନା କିମ୍ବା ପୂର୍ବ ସୂଚନା ନଥାଇ ଉଚ୍ଛେଦକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଲୋକମାନଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ନିଜ ଜିଦ୍‌ରେ ଅଟଳ ରହିବା ସହ ଉଛେଦ ପୂର୍ବରୁ ଘରୁ ଆସବାବପତ୍ର ବାହାର କରିବାକୁ ମଧ୍ୟ ଲୋକମାନଙ୍କୁ ସମୟ ଦେଇ ନ ଥିଲେ। ଏପରିକି ଲୋକମାନେ କିଛି ସମୟ ମାଗିଥିଲେ ମଧ୍ୟ ଉଭୟ ତହସିଲଦାର ସେଥିପ୍ରତି ଦୃଷ୍ଟି ନ ଦେଇ ଜେସିବି ଡ୍ରାଇଭରକୁ ଘର ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ସେଠାରେ ଘର କରି ରହୁଥିବା କୃଷ୍ଣଚନ୍ଦ୍ର ପାଢୀ ନାମକ ଜନୈକ ବ୍ୟକ୍ତି ସରକାରଙ୍କ ଏହି ଉଚ୍ଛେଦକୁ ବିରୋଧ କରି ନିଜ ଦେହରେ ପେଟ୍ରୋଲି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିସହ ଘଟଣା ସମ୍ପର୍କରେ ଖବର ପାଇଁ ସେଠାରେ ପହଞ୍ଚିଥିବା ସାମ୍ବାଦିକ ଶେଖ୍ ରିଆଜ ମହମ୍ମଦ ତହସିଲଦାରଙ୍କୁ ଉଚ୍ଛେଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। କାହା ଆଦେଶରେ ଉଚ୍ଛେଦ କରାଯାଉଛି ବୋଲି ପଚାରିବାରୁ ଅଧିକାରୀ ଜଣକ କ୍ରୋଧିତ ହୋଇ ଉଚ୍ଛେଦ ହେବ ବୋଲି କହିଥିଲେ। ଏହାପରେ ସେଠାରେ ଥିବା ଜେସିବି ମାଡ଼ି ଆସିବାରୁ ଶ୍ରୀ ମହମ୍ମଦ ତଳେ ପଡିଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ଶ୍ରୀ ମହମ୍ମଦଙ୍କୁ ପ୍ରଥମେ ଷଣ୍ଢପୁର ଡାକ୍ତରଖାନା ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ଉଭୟ ତହସିଲଦାର ସଦଳବଳେ ଘଟଣାସ୍ଥଳରୁ ପଳାଇଯାଇଥିଲେ।

ଏଠାରେ ସୂଚନାଯୋଗ୍ୟ, ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିରେ ବସବାସ କରୁଥିବା ଲୋକଙ୍କ ନାମରେ ଜମି ହସ୍ତାନ୍ତର କରିବା ଲାଗି ପଦକ୍ଷେପ ନିଆଯିବା ନେଇ ବାରମ୍ବାର ସରକାର କହୁଥିବା ବେଳେ ଲୋକମାନଙ୍କୁ ସୂଚୀତ ନ କରି ଉଭୟ ତହସିଲଦାର ଲୋକମାନଙ୍କ ଘର ଭାଙ୍ଗିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। କେତେକ କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନା କିମ୍ବା ଆକ୍ରୋଶମୂଳକ ଭାବରେ ଲୋକମାନଙ୍କୁ ବାସଚ୍ୟୁତ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Previous Post

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

Next Post

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ

FNN WEB

FNN WEB

Next Post
ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.