• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଘରେ କ‘ଣ ଆମ୍ବ ଟାକୁଆ ଜାଉ ରନ୍ଧା ହୁଏ: ବିଜେଡି

FNN WEB by FNN WEB
November 6, 2024
in ଓଡ଼ିଶା, ମୁଖ୍ୟ ଖବର
0
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଘରେ କ‘ଣ ଆମ୍ବ ଟାକୁଆ ଜାଉ ରନ୍ଧା ହୁଏ: ବିଜେଡି
0
SHARES
1
VIEWS

ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ ପହଞ୍ଚିବାରୁ ୮ ପରିବାର ଆମ୍ବ ଟାକୁଆ ଯାଉ ଖାଇଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୪ ମସିହାରେ ଏପରି ଘଟିବା କଳ୍ପନା ବାହାରେ । ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଡବଲ ଇଂଜିନ ସରକାର, ବିକାଶ କଥା, ବିଶ୍ୱ ଗୁରୁ ହେବା କଥା କହିବା ବେଳେ ଅନାହାର ମୃତ୍ୟୁ ଗ୍ରହଣୀୟ ନୁହେଁ ।

ଓଡ଼ିଶାକୁ ସୁନେଲି ସ୍ୱପ୍ନ ଦେଖାଇ ବିଜେପି ସରକାରକୁ ଆସିଲା, ହେଲେ ସେ ମିଛର ସୌଦାଗର । ପିଡିଏସ୍‌ ଚାଉଳ ଗରିବରୁ ଅତି ଗରିବ ଲୋକଙ୍କୁ ଦିଆଯାଇଥାଏ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନାହାର ଉପରେ କୁଠାରଘାତ କରାଗଲା । ଚାରି ମାସ ହେବ ସରକାର ବଦଳିଲା, ହେଲେ କଣ ବଦଳିଗଲା ଯେ ଆମ୍ବ ତାକୁଆ ଲୋକ ଖାଇଲେ । ସେ ପୁଣି ଆଦିବାସୀ ଖାଇଲେ । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରୀ ଓଡ଼ିଆ ଆଦିବାସୀ, ରାଷ୍ଟ୍ରପତି ଓଡ଼ିଆ ଆଦିବାସୀ ଝିଅ, ବିଜେପି ଆଦିବାସୀଙ୍କୁ ଉପରେ ବସାଇ ଦେଖାଇବାକୁ ଚାହିଁଲା ଯେ ଆଦିବାସୀ ତାଙ୍କ ଫୋକସ । ଏମିତି ଛବି ଦେବାକୁ ଚାହିଁଲା ହେଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋଟ । ଆଦିବାସୀଙ୍କୁ ବ୍ୟବହାର କରି ପ୍ରତୀକକରଣର ରାଜନୀତି କରୁଛି ବିଜେପି ।

ଲୋକଙ୍କ ସୁବିଧା ଅସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ନାହିଁ । ତିନି ମାସ ଭିତରେ ଚାଉଳ ଦେବା ବ୍ୟବସ୍ଥା କିପରି ଭୁସୁଡ଼ିଲା ଏହି ଚାରି ମାସରେ? ଠିକ ସମୟରେ ଚାଉଳ ମିଳିନି । ଅକ୍ଟୋବର ଚାଉଳ ନଭେମ୍ବରରେ ଦିଆଗଲା । ତାହା ବି ମୃତ୍ୟୁ ପରେ । ଏହା ସରକାରଙ୍କ ବିଫଳତା । ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ମୁଣ୍ଡରେ ଏହି ଦୋଷ ପଡୁଛି । ଏହି ଅବହେଳା ଅପରାଧିକରଣ । ତେଣୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛି ବିଜେଡି । ଲୋକଙ୍କ ପ୍ରତି ସେ ଅବହେଳା କରିଛନ୍ତି । ଖାଦ୍ୟ ପହଞ୍ଚାଇ ପାରିଲେ ନାହିଁ ସରକାର । ଚାଉଳ ନ ଦେଲେ ମାଣ୍ଡିଆ ବାଣ୍ଟିବାର ନିୟମ ଅଛି, ହେଲେ କାହା କଥାରେ ଦିଆଗଲାନି । ଯୋଗାଣ ମନ୍ତ୍ରୀ କେବଳ ରାସନ କାର୍ଡ କାଟିବାର ଭୟ କାହିଁକି ଦେଖାଉଛନ୍ତି ? ଇ- KYC ପଛୁଆ ଅଞ୍ଚଳରେ କେମିତି ହେବ ଯେଉଁଠି ଇଣ୍ଟରନେଟ୍ ସୁବିଧା ନାହିଁ । ନ କଲେ ଚାଉଳ ବନ୍ଦ କରୁଛନ୍ତି । ଅନ୍ୟ ଉପରେ ଦୋଷ ଲଦିବାରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । ମୋହନ ମାଝୀ, ଜୁଏଲ ଓରାମ ଓ ରାଷ୍ଟ୍ରପତିଙ୍କ ଘରେ ଆମ୍ବ ଟାକୁଆ ଯାଉ ରନ୍ଧା ହୁଏ କି? ସରକାର ଆଦିବାସୀଙ୍କୁ ଉପହାସ କରିଛନ୍ତି । ଏହି ସରକାରରେ ଅଧ ଡଜନ ଆଦିବାସୀ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି ।

ଓଡ଼ିଶା ସରକାର ପିଏମ୍‌ଓ ନିର୍ଦ୍ଦେଶରେ ଚାଲିଛି । ଷ୍ଟାମ୍ପ ଲଗାଇ ସରକାର ଚାଲିଛି । ଓଡ଼ିଆ କଣ ଚାହାଁନ୍ତି, ବିଜେପି ଜାଣିନି । ମୂଳ ଆଦର୍ଶ ନାଗପୁରରେ ମରାଠୀ ହୋଇ ଗୁଜୁରାଟରେ ଗୁଜୁରାଟୀ ଅନୁବାଦ ହୋଇ ଦିଲ୍ଲୀରେ ହିନ୍ଦୀରେ ଅନୁବାଦ ହୋଇ ଓଡ଼ିଶା ଆସୁଛି । ଦିନ ବେଳା ମିଛ କହୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ କହିଲେ । ମୁକେଶ ମହାଲିଙ୍ଗ, ପ୍ରଭାତୀ ପରିଡା ଓ କୃଷ୍ଣ ପାତ୍ର କ’ଣ ଆଦିବାସୀ ? ସେମାନେ ଏହା କହିବାର ଅଧିକାର ନାହିଁ । ବିଜେପି ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି । ଯେଉଁ ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ, ତାକୁ ଭାଙ୍ଗି ଆଜି ପରିଣାମ ଭୋଗୁଛନ୍ତି ରାଜ୍ୟ ସରକାର । ୨୦୦୧ ରେ ୭୦% ଦାରିଦ୍ର୍ୟ ଥିଲେ । ହେଲେ ଗତ ୨୪ ବର୍ଷରେ ୬୦% ହ୍ରାସ ପାଇ ୧୦ ଲକ୍ଷ ତଳକୁ ଖସିଛି । ଯାହା ଦେଶରେ ସବୁଠାରୁ ଦ୍ରୁତ । ହେଲେ ଏବେ ସରକାର କିଏ ଚଳାଉଛି ଜଣାନାହିଁ ? ଦଲାଲ ବୁଲିଛନ୍ତି ସରକାରୀ ଅଫିସରେ । ଆର୍‌ଡିସି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏମିତି ବହୁତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କ ପୁଅ, ବଢ ଠାକୁର ବଳଭଦ୍ର ପଡି଼ବା, ଭରତପୁର, ମଦ ମୃତ୍ୟୁ ରିପୋର୍ଟ ଆସିଲା ନାହିଁ । ଲୋକେ ଅନେକ ଆଶା ରହି ବିଜେପିକୁ ଭୋଟ ଦେଇଥିଲେ । ଯେବେ ବଡ ଠାକୁର ବଳଭଦ୍ର ପଡିଗଲେ, ଜଣା ପଡିଗଲା ଯେ ବିଜେପି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା, ଉପ ମୁଖ୍ୟମନ୍ତ୍ରୀଙ୍କ କ୍ଷମା, ଜିଲ୍ଲାପାଳ ଯାଏଁ ଯିଏ ବ୍ୟବସ୍ଥା ନଷ୍ଟ କରିଛନ୍ତି, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବାଦୀ କରିଛି ବିଜେଡି ।

Previous Post

ମା’ ତାରାତାରିଣୀଙ୍କ ମନ୍ଦିରରେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Next Post

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

FNN WEB

FNN WEB

Next Post
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.