• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଧାନକିଣାରେ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

FNN WEB by FNN WEB
January 15, 2025
in ଓଡ଼ିଶା
0
ଧାନକିଣାରେ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
0
SHARES
0
VIEWS

ଯୋଗାଣ ମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର
ଭଦ୍ରକ: ଗୋଟିଏ ପକ୍ଷରେ ଭଦ୍ରକ ଜିଲାରେ ଧାନ ସଂଗ୍ରହ କାର୍ଯ୍ୟ ସୂଚାରୁ ରୂପେ ଚାଲିଥିବା ବିଷୟ ଯୋଗାଣ ବିଭାଗ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପକ୍ଷରେ ଜିଲାର ବହୁ ବ୍ଲକ୍‌ରେ ଅଦ୍ୟାବଧି ଧାନ କ୍ରୟବିକ୍ରୟ ପାଇଁ ମଣ୍ଡି ପ୍ରସ୍ତୁତ ହୋଇପାରିନାହିଁ। କଟନୀ ଛଟନିକୁ ନେଇ ଚାଷୀ ଏବେ ହରଡଘଣାରେ ପଡି ସେମାନଙ୍କର କଷ୍ଟଲବ୍ଧ ଧାନକୁ ବାଧ୍ୟହୋଇ ବାହାର ବେପାରୀଙ୍କୁ ଦେଉଥିବାର ଲକ୍ଷ୍ୟ କରାଯାଇଛି। ଟୋକନର ଅବଧି ସରିବାକୁ ବସିଥିଲେ ମଧ୍ୟ ମିଲରମାନେ ଗାଡି ପଠାଇ ମଣ୍ଡିରୁ ଧାନ ଉଠାଉନାହାଁନ୍ତି। ଫଳରେ ଧାନ କିଣାବିକାର ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ଜିଲା ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସତ୍ୟନାରାୟଣ ନାୟକ, ମାନସ ରଂଜନ ସାହୁ, ଜାହିର ଖାନ, ସବିର ଖାନ୍‌, ସୀତାକାନ୍ତ ସାହୁ, ଦେବେନ୍ଦ୍ର ବାରିକ, କୁଳମଣି ନାୟକ, ପିତବାସ ମହାନ୍ତି,ଅକ୍ଷୟ ନାୟକ, ସୁବାଷ ଚନ୍ଦ୍ର ବଳ, କୃଷ୍ଣଚନ୍ଦ୍ର ବଳ, କାର୍ତିକ ସାହୁ, ଦିଲ୍ଲୀପ ନାୟକ, ରବି ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବହୁ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ଜରିଆରେ ସମବାୟ ଖାଉଟି ସୁରକ୍ଷା ବିଭାଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉପରୋକ୍ତ ଦାବିପତ୍ରରେ ସଂଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ମୂଳେ ‘ଦାନା’ ବାତ୍ୟାରେ ଚାଷୀମାନଙ୍କ କ୍ଷୟକ୍ଷତି ତଥା ଅମଳ ସମୟରେ ଲଘୁଚାପ ଜନିତ ବର୍ଷାର କ୍ଷତିଭରଣ ନିମନ୍ତେ କଟନୀ ଛଟନୀ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ତାହା କାର୍ଯ୍ୟକାରୀ ହେଉନାହିଁ। ଭଦ୍ରକ ମିଲର ଆସୋସିଏସନ୍ ଚାଷୀମାନଙ୍କ ଉପରେ ଚାପ ସୃଷ୍ଟି କରି ସମବାୟ ସହିତ ସହଯୋଗ କରୁନାହିଁ। ଯାହାଫଳରେ ଗତ ୫ ତାରିଖରେ ଉଦ୍‌ଘାଟନ ହୋଇଥିବା ମଣ୍ଡି ଏବେ ବହୁ ଜାଗାରେ ଖୋଲା ହୋଇନାହିଁ। ଧାନ କିଣା ସମୟରେ ୮ ରୁ ୧୦ କେଜି କଟନୀ କରୁଥିବାରୁ ଚାଷୀମାନେ ଧାନ ମଣ୍ଡିକୁ ନେଇ ହଇରାଣ ହରକତ ହେଉଛନ୍ତି। ସେହିପରି କେତେକ ମଣ୍ଡିରେ ଚାଷୀମାନଙ୍କର ଟୋକନ ଅବଧି ଶେଷ ହେବାକୁ ବସିଥିଲେ ମଧ୍ୟ ମିଲରମାନେ ଧାନ ଉଠାଇବା ପାଇଁ ଗାଡି ପଠାଉନାହାଁନ୍ତି । ଏଫଏକ୍ୟୁ ନାମରେ ଚାଷୀଙ୍କୁ ହେଉଥିବା ଶୋଷଣକୁ ବନ୍ଦ କରାଯାଇ ସେମାନଙ୍କ ସହମତିରେ ସର୍ବସମ୍ମତି କ୍ରମେ ୫ କେଜି କଟାଯାଇ ରସିଦ୍ ପ୍ରଦାନ କରାଯିବା ପାଇଁ ଦାବି କରାଯିବା ସହ ମଣ୍ଡିରେ ଗହଳି ନକରି ମିଲରଙ୍କ ଦ୍ୱାରା ଛିଡା ଅଖା ବଦଳରେ ଚାଷୀମାନେ ନିଜେ ଅଖା କିଣି ଧାନ ଦେବା ଏବଂ ଯଦି ଭଦ୍ରକ ମିଲର ଅସହଯୋଗ କରନ୍ତି, ତୁରନ୍ତ ରାଜ୍ୟର ଅନ୍ୟ ମିଲରମାନଙ୍କୁ ଟେଣ୍ଡର ମାଧ୍ୟମରେ ଧାନ କ୍ରୟ ଦାୟିତ୍ୱ ଦିଆନଗଲେ ସଂଗଠନ ପକ୍ଷରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।

Previous Post

ଧାମରାରେ ଅଘଟଣ, ଟ୍ରଲରକୁ ଧକ୍କା ଦେଇ ବୁଡିଲା ଅଭିରାମ ଯାତ୍ରୀବାହୀ ବୋଟ

Next Post

ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

FNN WEB

FNN WEB

Next Post
ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.