• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ବିକଶିତ ଗାଁ, ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
February 5, 2025
in ଓଡ଼ିଶା, ମୁଖ୍ୟ ଖବର
0
‘ବିକଶିତ ଗାଁ, ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
0
SHARES
6
VIEWS

ଗାଁ ଭିତ୍ତିଭୂମିର ବିକାଶ ପାଇଁ ପାଞ୍ଚ ହଜାର କୋଟି

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡିଶା’ । ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ “ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ । ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁର ଉନ୍ନତି ନହେଲେ ଓଡିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ । ଆମର “ବିକଶିତ ଓଡିଶା, ବିକଶିତ ଗାଁ” କାର୍ଯ୍ୟକ୍ରମ ଆମର ଗାଁ ଗୁଡିକର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏକ ଯୋଜନାବଦ୍ଧ ଉପାୟରେ ବାର୍ଷିକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ । ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, କମ୍ୟୁନିଟି ଆସେଟ୍, ପୂଜାପାଠ ସ୍ଥାନ, କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ ।

ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ । ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ଗୁଡିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ । ଏହା ସହିତ ସର୍ବ ସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧେଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଟ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ । ସେହିପରି, ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇ ପାରିବ। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଏଥିରେ ଯୋଜନା ରଖାଯାଇଛି । ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଯେଉଁ ଭିତ୍ତିଭୂମି ଅଛି ତା’ର ଉନ୍ନତି ଓ ସମ୍ପ୍ରସାରଣ ମଧ୍ୟ କରାଯାଇ ପାରିବ । ଏହା ସହିତ କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ଆଦି ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ 3 ଲକ୍ଷ ଟଙ୍କା ରହିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 3 ଲକ୍ଷ ଟଙ୍କା ଏଥିପାଇଁ ରଖିଛୁ ଯେ, ଏହା ଦ୍ୱାରା ଅତି ଛୋଟ ପ୍ରକଳ୍ପଟିର ମଧ୍ୟ ଗୁଣାତ୍ମକ ମାନ ବଜାୟ ରଖାଯାଇ ପାରିବ । ଆମ ସରକାରରେ ଅର୍ଥର କୌଣସି ଅଭାବ ନାହିଁ। ଅର୍ଥାଭାବରୁ କୌଣସି ଯୋଜନାକୁ ଅଣଦେଖା କରାଯିବ ନାହିଁ।

ପୂର୍ବରୁ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକରେ ସର୍ବନିମ୍ନ 20 ପ୍ରତିଶତ ବ୍ୟୟ ହୋଇଥିବ, ସେଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇ ପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ପାଇଁ ବିକାଶ ରାଜନୀତିରୁ ଉର୍ଦ୍ଧ୍ଵରେ । ସେ କହିଥିଲେ ଯେ, ବିକାଶ ଓ ରାଜନୀତିକୁ ସବୁବେଳେ ଅଲଗା ରଖିବାକୁ ପଡିବ । କିନ୍ତୁ, ଆମ ଦେଶରେ ଦୁଇଟି ଯାକ ଏମିତି ଛନ୍ଦା ଛନ୍ଦି ହୋଇଛନ୍ତି ଯେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଅଲଗା ହୋଇପାରୁନାହିଁ । ଆମ ପାଇଁ ବିକାଶ ନିର୍ବାଚନ ସର୍ବସ୍ଵ ନୁହେଁ । ନିର୍ବାଚନ ସରିଗଲେ, ସେଇଠି ରାଜନୀତି ସରିଲା । ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତି କିପରି ଭାବେ ଧରାତଳକୁ ଓହ୍ଲାଇ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା, ସେ ଦିଗରେ କାର୍ଯ୍ୟ କରୁଛୁ। ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ ସରକାର କରୁଥିବା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ। ଆମ ସରକାର ହେଉଛି, ଲୋକଙ୍କ ସରକାର । ଆମ ସରକାରଙ୍କ ସବୁ କାର୍ଯ୍ୟକ୍ରମରେ ଲୋକଙ୍କ ମତାମତ ଓ ଲୋକଙ୍କ ଭାଗିଦାରୀ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିକଶିତ ଗାଁ, ବିକଶିତ ଓଡିଶାରେ ମଧ୍ୟ ଲୋକଙ୍କ ଭାଗିଦାରୀକୁ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଛି । ଗାଁର ଲୋକ ହିଁ ବିକଶିତ ଗାଁର ପରିକଳ୍ପନା କରିବେ ଏବଂ ତାହାର ରୂପାୟନ କରିବେ । ଏହାର ସବିଶେଷ ଦିଶା ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ଯୋଜନାରେ ପ୍ରକଳ୍ପ ପାଣ୍ଠି, ଜିଲ୍ଲା ପରିଷଦକୁ ପ୍ରଦାନ କରାଯିବ ଏବଂ ଜିଲ୍ଲା ପରିଷଦ ମାଧ୍ୟମରେ ଏହା ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଜନସଂଖ୍ୟା ଆଧାରରେ ଆବଣ୍ଟନ କରାଯିବ । ଆମର ଏହି ଯୋଜନାରେ ଆଦିବାସୀ ଉନ୍ନୟନ ଉପରେ ଫୋକସ ରଖାଯାଇଛି । ମଞ୍ଜୁର ହେଉଥିବା ଅର୍ଥ ରାଶିର 40 ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ITDA ବ୍ଲକ ପାଇଁ ଉଦ୍ଦିଷ୍ଟ ରଖାଯାଇଛି । ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରରେ ହେଉଥିବା କାର୍ଯ୍ୟର ତଦାରଖ କରିବେ ଏବଂ ପ୍ରକଳ୍ପ ଗୁଡିକର ନିୟମିତ ସମୀକ୍ଷା କରିବେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ସମୀକ୍ଷା ଓ ତଦାରଖରେ ସହାୟତା ପ୍ରଦାନ କରିବେ । ଏଥିରେ ସମାଜିକ ସମୀକ୍ଷା ବା ସୋସିଆଲ୍ ଅଡିଟ୍’ର ବ୍ୟବସ୍ଥା ମଧ୍ୟ ରଖାଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶକୁ ଛୋଟ ମୋଟ ବିକାଶର ମଡେଲରୁ “Piecemeal Development Model’ ବାହାର କରି, ଦେଶରେ ରୂପାନ୍ତର ବିକାଶ ମଡେଲ (Transformational Development Model) ଆଣିଛନ୍ତି । ଏହି ରୂପାନ୍ତରିତ ବିକାଶର ପ୍ରକୃତ ଅର୍ଥ ହେଉଛି, ଅତି କମ ସମୟରେ ଅଧିକରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରାଯିବ, କମ ସମୟରେ ପ୍ରକଳ୍ପ ଶେଷ କରାଯିବ। ପ୍ରକଳ୍ପ ଘୋଷଣା କରି ବର୍ଷ ବର୍ଷ ଧରି ତାକୁ ଚଳାଉଥିଲେ, ତାହାର କିଛି ମାନେ ନାହିଁ। ମୋଦୀ ଜୀଙ୍କ ଏହି ମନ୍ତ୍ରକୁ ନେଇ ଆମ ସରକାର କାର୍ଯ୍ୟ କରୁଛି ଏବଂ ଏହି ଆଭିମୁଖ୍ୟ ନେଇ ଆମ ସରକାର ଓଡିଶାର ଗାଁ ମାନଙ୍କର କାୟାକଳ୍ପ କରିବା ପାଇଁ ଦୃଢ ନିଶ୍ଚୟ କରିଛନ୍ତି ।

ସେ କହିଥିଲେ ଯେ, ଏହି ଯୋଜନା ଆମ ଗାଁରେ ରହୁଥିବା ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ । ସେମାନଙ୍କ ଦୈନନ୍ଦିନ ଜୀବନରେ ଆହୁରି ସୁବିଧା ଆସିବ, ସେମାନଙ୍କ ‘ଇଜ୍ ଅଫ୍ ଲିଭିଙ୍ଗ’ରେ ଉନ୍ନତି ଆସିବ । ଏହା ସହିତ ବିକାଶର ରାସ୍ତାରେ ଅଗ୍ରସର ହେବା ପାଇଁ ନୂଆ ରାସ୍ତା ଖୋଲିବ । ଏ ରାସ୍ତା ହେବ ସମୃଦ୍ଧ ଓଡିଶାର ହାଇ-ୱେ । ବିକଶିତ ଗାଁ, ବିକଶିତ ଓଡିଶା । ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତର ଆତ୍ମା ଗାଁରେ ବସବାସ କରିଥାଏ। ଆଜି ଶହେ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ କରିସାରିଛି, ଦେଶ ଅନେକ ଅଗ୍ରଗତି କରିଛି, ସହରୀକରଣ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି । କିନ୍ତୁ, ଗାନ୍ଧୀଜୀଙ୍କ ଏହି ଉକ୍ତି ଆଜି ମଧ୍ୟ ପ୍ରାସଙ୍ଗିକ। କାରଣ, ଦେଶରେ ଏବେ ମଧ୍ୟ ୬୫ ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ, ଓଡିଶାରେ ଏହା ପ୍ରାୟ ୮୧ ପ୍ରତିଶତ। ତେଣୁ, ଗ୍ରାମାଞ୍ଚଳରେ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଆଧାର କରି ସମୃଦ୍ଧ ଓଡିଶା, ୨୦୩୬ର ପରିକଳ୍ପନା କରାଯାଇଛି ଏବଂ ଓଡିଶାର ପ୍ରାୟ ୬୦ ହଜାର ଗ୍ରାମରେ ବିକାଶର ଗଙ୍ଗାକୁ ପ୍ରବାହିତ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ‘ବିକଶିତ ଗାଁ, ବିକଶିତ ଓଡିଶା’ ଏହି ପରିକଳ୍ପନାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ।

ସବୁ ଦୃଷ୍ଟିରୁ ଏହି ଯୋଜନା ଯୁଗାନ୍ତକାରୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥା ହେଉଛି ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା । ଏହି ଯୋଜନା ଆମ ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଞ୍ଜିନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉନ୍ନତ ଭିତ୍ତିଭୂମି ଲୋକଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବ ଓ ସେମାନଙ୍କୁ ସଶକ୍ତ କରିବ । ସବୁଠୁ ପଛୁଆ ଅଞ୍ଚଳର ଲୋକମାନେ ମଧ୍ୟ ଆଧୁନିକ ଯୁଗର ସବୁ ଫାସିଲିଟି ପାଇପାରିବେ ଏବଂ ସମୃଦ୍ଧ ଓଡିଶା ଗଠନରେ ନିଜର ଯୋଗଦାନ ରଖିପାରିବେ । ‘ବିକଶିତ ଗାଁ, ବିକଶିତ ଓଡିଶା’ ହେଉଛି ପ୍ରକୃତରେ ମୋଦୀ ଜୀଙ୍କ ମନ୍ତ୍ର, ‘ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍’ର ଏକ ଶ୍ରେଷ୍ଠ ନିଦର୍ଶନ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଜୀ ଦେଶରେ ଯେଉଁ ରୂପାନ୍ତରିତ ବିକାଶର ମଡେଲ ଆଣିଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ । ଦେଶର ସବୁ ଘରକୁ ଶୌଚାଳୟ, ଏଲ୍.ପି.ଜି ସିଲିଣ୍ଡର, ଅଧିକାଂଶ ଘରକୁ ପିଇବା ପାଣି, ଦେଶ ସାରା ସଡକ ଓ ରେଳ ଭିତ୍ତିଭୂମିର ସୁଦୃଢୀକରଣ ଆଦି ଅନେକ ପଦକ୍ଷେପ ନେଇ ମୋଦୀଜୀ ଦେଶବାସୀଙ୍କୁ ରୂପାନ୍ତରିତ ବିକାଶର ମଡେଲ ଉପହାର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ମୋଦୀଜୀଙ୍କ ନେତୃତ୍ଵରେ ଦେଶରେ ଏହି ‘Transformative Change’ ର ଯେଉଁ ଅମୃତଧାରା ସୃଷ୍ଟି ହୋଇଛି, ଓଡିଶା ମଧ୍ୟ ଡବଲ ଇଞ୍ଜିନ ସରକାର ମାଧ୍ୟମରେ ଏହାର ସୁଫଳ ପାଇବ । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ଗ୍ରାମୀଣ ଓଡ଼ିଶାର ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ଗ୍ରାମାଞ୍ଚଳର ଭିଭିଭୂମି ତଥା ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାରଙ୍କ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଲୋକଙ୍କପାଇଁ ଉତ୍ସର୍ଗୀକୃତ । ଏହି ଯୋଜନା ଦ୍ୱାରା ରାଜ୍ୟର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଭିବୃଦ୍ଧିରେ ଗ୍ରାମାଞ୍ଚଳର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ ପ୍ରମୁଖ ଗ୍ରାମାଞ୍ଚଳ ଜୀବନଧାରଣ ମାନରେ ଏହି ଯୋଜନା ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ମତ ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ଚଞ୍ଚଲ ରାଣା ଧନ୍ୟବାଦ ଦେଇଥିଲେ । ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକରୁ ଆଭାସୀ ଜରିଆରେ ବିଧାୟକ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ।

Previous Post

ବାରବାଟୀ ଦିନିକିଆ: କାଉଣ୍ଟର ଟିକେଟ୍‌ ନପାଇ ନିରାଶ ହେଲେ କ୍ରିକେଟ୍‌ପ୍ରେମୀ

Next Post

କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’

FNN WEB

FNN WEB

Next Post
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’

କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.