ବାଣୀବିହାର ଅଶୀ ତରଫରୁ ଡୁମଡୁମା ସ୍ଥିତ ଆଶ୍ରୟ ଶିଶୁ ଗୃହ ଅଧୀନରେ ଥିବା ଶିଶୁ ଆଶ୍ରମରେ ଅନ୍ନସେବା କାର୍ଯ୍ୟକ୍ରମ ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା।
ଏଠାରେ ପ୍ରାୟ ୩୫ ଜଣ ଅନ୍ତେବାସୀଙ୍କୁ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ବାଣୀ ବିହାର ଅଶୀ ତରଫରୁ ସଭାପତି ପ୍ରତୀପ କୁମାର ମିଶ୍ରଙ୍କ, ସହିତ ପ୍ରମୁଖ ବରିଷ୍ଠ ସଦସ୍ୟ / ସଦସ୍ୟା ଅଲେଖ ନନ୍ଦୀ, ସବିତା ସାମନ୍ତରାୟ, ମେନକା ମଲ୍ଲିକ, ଗୀତାଞ୍ଜଳି ମହାପାତ୍ର, ଧରିତ୍ରୀ ରାୟ, ନିହରିକା ମିଶ୍ର ରଞ୍ଜିତା ଦାଶ ଯୋଗଦାନ କରିଥିଲେ । ବାଣୀ ବିହାର ଅଶୀ ଦୁଇ ବର୍ଷ ହେବ ପ୍ରାୟ ପ୍ରତି ମାସରେ ବିଭିନ୍ନ ଜରାଶ୍ରମ ଓ ଶିଶୁ ଗୃହ ଇତ୍ୟାଦିରେ ଅନ୍ନସେବା କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଆଗାମୀ ଦିନରେ ଗୁଡିକରେ ଏହି କାର୍ଯକ୍ରମ ଜାରି ରହିବ ବୋଲି ସେକ୍ରେଟାରୀ ଆଶୁତୋଷ ଦାଶ ପ୍ରକାଶ କରିଛନ୍ତି।














