ପାରାଦୀପ ୩୧-୦୭ ସ୍ଥାନୀୟ ମଧୁବନ ପୋର୍ଟ ଶ୍ରମିକ ସଂଘ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସର୍ବଧର୍ମ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା।ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସଭାରେ ଆଲୋଚନା ଭାବେ ମୁଫତି ବର୍ଖତିଆ,ମୌଲାନା ତାଜମୂଲ୍,କ୍ୟାପଟେନ୍ ପ୍ରେମାନନ୍ଦ ରାଉତ, ଫାଦର ନିହାର ରଞ୍ଜନ ପରିଚ୍ଛା, ମନୋରମା ଖଟୁଆ,ଖବରଦାତା ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଏବେ ସାରା ବିଶ୍ବରେ ଧର୍ମ ଭାବନାକୁ ନେଇ ବିଦ୍ବେଶ ଦେଖାଦେଇଛି।କୋଣାର୍କ ଧର୍ମ ହିଂସାକୁ ପ୍ରଶୟ ଦିଏନାହିଁ।ପ୍ରତ୍ୟେକ ଧର୍ମର କିଛି ନକରାତ୍ମକ ଲୋକଙ୍କ ପାଇଁ ବିଦ୍ବେଶ ସୃଷ୍ଟି ହେଉଛି।ଏହାକୁ ଆମକୁ ପରିବର୍ତ୍ତନ ଆଣିବାକୁ ହେବ ବୋଲି ବକ୍ତାମାନେ କହିଥିଲେ।ପ୍ରକୃତି ଆମକୁ ସମାନ ଭାବେ ବଞ୍ଚିବାକୁ ସବୁ ପ୍ରକାର ଉପାଦାନ ଦେଇଛି।ସେଠି କୌଣସି ବାଛବିଚାର ନାହିଁ।ଆମକୁ ଏବେ ସମ୍ବିଧାନ ଓ ବିଜ୍ଞାନ ସହିତ ଚଳିବାକୁ ହେବ ବୋଲି କ୍ୟାପଟେନ୍ ରାଉତ କହିଥିଲେ।ସଭାକୁ ସଞ୍ଚାଳନ କରିଥିଲେ ଆଇନଜୀବୀ ରବିନ୍ଦ୍ର ଜେନା।କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଭାପତି ଅବଦୁଲ ଆବିଦ୍ ଖାନ୍ ସମ୍ପାଦକ ଶେଖ୍ ନିଜାମ ପରିଚାଳନା କରିଥିଲେ।














