କଟକ । ୧/୮- ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନର କଟକ ନୂଆବଜାର ସ୍ତିତ ମଣ୍ଡଳ କାର୍ଯ୍ୟାଳୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଇଂ ଅଶୋକ କୁମାର ସାହୁ ଯୋଗ ଦେଇଛନ୍ତି । ପର୍ବରୁ ଏଇ ମଣ୍ଡଳ ଅଧୀନରେ ଥିବା division-୧ ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଜିଲ୍ଲା ରେ ବୋହୁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପରେ ପଦୋନ୍ନତି ପରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସରକାର ଙ୍କ ନିଷ୍ପତି କ୍ରମେ ତାଙ୍କୁ କଟକ ସର୍କଲ ବଦଳି କରାଯିବା ପରେ ସେ ସର୍କଲ ଅଧୀନ ରେ ଥିବା ଜଗତସିଂହପୁର ଓ କଟକ ଡିଭିଜନ ର ଅଧୀକ୍ଷଣ ଯନ୍ତ୍ରୀ ସୁଧାକର ନାୟକ ଡିଭିଜନ -୨ ଅଧୀକ୍ଷଣ ଯନ୍ତ୍ରୀ ମୋନାଲିସା ଙ୍କ ସହିତ ଆଲୋଚନା କରି ବିପର୍ଯ୍ୟସ୍ତ ବସ୍ତି ଗୁଡିକର ମରାମତି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ର ଅଗ୍ରଗତି ଉପରେ ଆଲୋଚନା କରିଥିଲେ ।














