ଭୁବନେଶ୍ବର ୬।୮: ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଶୁକ୍ରବାର ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ । DBT ମାଧ୍ୟମରେ କ୍ଷତିପୂରଣ ରାଶି ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ତେବେ ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ୱରକୁ ସର୍ବାଧିକ ୨୨ କୋଟି ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ଯାଜପୁର ଜିଲ୍ଲାକୁ ୨୦ କୋଟି ୨ ଲକ୍ଷ ଏବଂ ଭଦ୍ରକକୁ ୨୦ କୋଟି ୧୨ ଲକ୍ଷ ବନ୍ୟା ସହାୟତା ପ୍ରଦାନ କରାଯାଇଛି । ଏବେବି ଅନେକ ଜିଲ୍ଲାରୁ ବି ପାଣି ନିଷ୍କାସନ ହୋଇନାହିଁ । ବିଭିନ୍ନ ନଦୀରୁ ଜଳ ପତନ କମିନାହିଁ । ବନ୍ୟା ପାଣି କମିବା ପରେ କ୍ଷୟକ୍ଷତିର ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବନ୍ୟା ସହାୟତା କାହାକୁ କେତେ ?
ବାଲେଶ୍ୱର – ୨୨.୦୩ କୋଟି
ଯାଜପୁର – ୨୦.୨୦ କୋଟି
ଭଦ୍ରକକ – ୨୦.୧୨ କୋଟି
ଜଗତସିଂହପୁର – ୮.୧୮ କୋଟି
କେନ୍ଦୁଝର – ୬.୧୧ କୋଟି
ସମ୍ବଲପୁର – ୫.୫୬ କୋଟି
କେନ୍ଦ୍ରାପଡ଼ା – ୫.୦୪ କୋଟି
ମୟୁରଭଞ୍ଜ – ୫.୦୨ କୋଟି
ଖୋର୍ଦ୍ଧା – ୨.୦୬ କୋଟି
ସୁବର୍ଣ୍ଣପୁର – ୨.୩୧ କୋଟି
ବୌଦ୍ଧ – ୧.୨୯ କୋଟି
ବଲାଙ୍ଗୀର – ୧.୧୭ କୋଟି
ଢେଙ୍କାନାଳ – ୧.୧୦ କୋଟି
ବରଗଡ଼ – ୧.୦୫ କୋଟି
କଳାହାଣ୍ଡି – ୧.୦୫ କୋଟି
ନୂଆପଡା – ୧.୦୫ କୋଟି
କନ୍ଧମାଳ – ୧.୦୧ କୋଟି
କଟକ – ୧.୦୧ କୋଟି
କୋରାପୁଟ – ୧.୦୧ କୋଟି
ମାଲକାନଗିରି – ୧.୦୧ କୋଟି
ରାୟଗଡା – ୧.୦୧ କୋଟି
ସୁନ୍ଦରଗଡ଼ – ୧.୦୧ କୋଟି














