• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଇରଙ୍ଗପୁରରୁ ବାରିପଦା, ବାଲେଶ୍ବରରୁ କୋରେଇ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

FNN WEB by FNN WEB
May 24, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ରାଇରଙ୍ଗପୁରରୁ ବାରିପଦା, ବାଲେଶ୍ବରରୁ କୋରେଇ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର
0
SHARES
4
VIEWS

ଭୁବନେଶ୍ବର: ରାଜ୍ୟରେ ଜୁନ ପହିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ପ୍ରଥମେ ରାଇରଙ୍ଗପୁର, ତା’ପରେ ବାରିପଦା, ବାଲେଶ୍ବର ଓ କୋରେଇରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ଯମନ୍ତ୍ରୀ । ତାଙ୍କୁ ଦେଖିବାକୁ, ତାଙ୍କଠାରୁ ଦୁଇ ପଦ କଥା ଶୁଣିବାକୁ ବିଜେଡି କର୍ମୀଙ୍କ ମନରେ ଥିଲା ନାହିଁ ନ ଥିବା ଉତ୍ସାହ ।

ନବୀନ ପ୍ରଥମେ ପହଞ୍ଚିଥିଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ପ୍ରବଳ ଖରା ସତ୍ତ୍ବେ ତାଙ୍କୁ ସେଠାରେ ଅପେକ୍ଷା କରି ରହିଥିଲେ ହଜାର ହଜାର କର୍ମୀ ଓ ସମର୍ଥକ। । ହାତରେ ଶଙ୍ଖ ପ୍ଲାକାର୍ଡ ଓ ମୁହଁରେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା । ନବୀନ ପଟ୍ଟନାୟକ ମଞ୍ଚରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ । ସମାବେଶରେ ନିଜ ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ କହି ମତାମତ ମାଗିଥିଲେ ନବୀନ, ଆଉ ମଞ୍ଚ ତଳୁ ଜନତାଙ୍କ ତରଫରୁ ଆସୁଥିବା ହଁ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଅଞ୍ଚଳ । ସଭାରୁ ନବୀନ କହିଥିଲେ, ବିରୋଧୀ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡିର ଉଭୟ ବିଧାୟକ ଓ ଏମପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ। ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ବିରୋଧୀମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ। ବି.ଏସ୍‍.କେ.ୱାଇ, ମିସନଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ବହୁତ ଭଲ। ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ।

ଏ ସରକାର ଆପଣମାନଙ୍କ ସରକାର, ଆଦିବାସୀ ଭାଇଭଉଣୀଙ୍କ ସରକାର, ଚାଷୀଭାଇ ଓ ଯୁବପିଢ଼ିର ସରକାର ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୧୩ କୋଟି ଟଙ୍କା କିଏ ଦେଇଛନ୍ତି ? ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ’ରେ ମେଡିକାଲ କଲେଜ କିଏ କରିଛନ୍ତି ? ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ଛୁଟି ଭାବରେ କିଏ ଘୋଷଣା କରିଛନ୍ତି ? ତିରିଙ୍ଗରେ ଡିଗ୍ରୀ କଲେଜ କିଏ କରିଛନ୍ତି ? ଦୁର୍ଘଟଣାପ୍ରବଣ ବାଙ୍ଗିରିପୋଷି ଘାଟି ପାଇଁ ନୂଆ ରାସ୍ତା କିଏ କରୁଛନ୍ତି ? ସବୁର ଉତ୍ତର ଉପସ୍ଥିତ ଜନତାଙ୍କ ପାଖରୁ ମିଳିଥିଲା ନବୀନ ପଟ୍ଟନାୟକ।

ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି। ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଭାରତବର୍ଷରେ କେହି ଚିନ୍ତା କରିନଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀମାନଙ୍କ ଉପରୁ ୫୦ ହଜାର ପୁଲିସ କେଶ୍‍ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଏହା କେଉଁଠାରେ ହୋଇନାହିଁ। ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି। ଶାଳପତ୍ର, ହରିଡ଼ା, ଶାଳମଞ୍ଜି ପରି ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଆଦିବାସୀ ଭାଇଭଉଣୀଙ୍କୁ ମିଳିବା ପାଇଁ ଲାଭଯୋଜନା ଆରମ୍ଭ କରିଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ଜାଣିଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ। ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା। ବିଜେପି ସୁଯୋଗ ପାଇଲେ ମିସନଶକ୍ତି ବନ୍ଦ କରିଦେବ, ବି.ଏସ୍‍.କେ.ୱାଇ ବନ୍ଦ କରିଦେବ, ଏସ୍‍.ଡି.ସି. ବନ୍ଦ କରିଦେବ।

ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି, ତାଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଜିଲ୍ଲା ପରିଷଦ ନିର୍ବାଚନ ଭଳି ଏଥର ମଧ୍ୟ ସମାନ ପରିଶ୍ରମ କରିବେ, ନିର୍ବାଚନରେ ଆଉ କିଏ ଜିତିଲେ ଯୋଉ ସ୍ପିଡରେ କାମ ଚାଲିଛି ବନ୍ଦ ହୋଇଯିବ।

ରାଇରଙ୍ଗପୁର ପରେ ବାରିପଦାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପହଞ୍ଚିବା ପୂର୍ବରୁ ରୁଣ୍ଡ ହୋଇ ଯାଇଥିଲେ ହଜାର ହଜାର କର୍ମୀ, ନେତା ଓ ସାଧାରଣ ଜନତା । ଏକ ପ୍ରକାର ଜନସମୁଦ୍ର ପାଲଟିଥିଲା ସମାବେଶ ସ୍ଥଳ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ବିରାଟ ଫୁଲମାଳ ଓ ମହିଳାଙ୍କ ହୁଳହୁଳିରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ନବୀନ ଆହ୍ବାନ ଦେଇଥିଲେ । ସେହିପରି ବିରୋଧୀଙ୍କ ମିଛ ଅପପ୍ରଚାର ପାଇଁ ଭୋଟରେ ସେମାନଙ୍କୁ କଡ଼ା ଜବାବ ଦେବାକୁ ଅପିଲ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲକ୍ଷ୍ମୀ ବସ୍, କାଳିଆ ଯୋଜନା, BSKY, ଚାନ୍ଦିପୁରର ବିକାଶ ପରି ଉନ୍ନୟନ କାମର ଉଦାହରଣ ଦେଇ ବିଜେଡିକୁ ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ ପାଣ୍ଡିଆନ । ଜୁନ ୯ରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ବାଲେଶ୍ବରରେ ଥିଲା ତୃତୀୟ ସମାବେଶ । ଏଠାକାର ସଭାସ୍ଥଳର ପରିବେଶ ମଧ୍ଯ ଦେଖିବା ଭଳିଆ ଥିଲା । ଏଠାରେ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କିଛି କାମ କରି ନାହାନ୍ତି ବୋଲି ସମାଲୋଚନା କରି କହିଥିଲେ ନବୀନ । ତେଣୁ ଏଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବାଲେଶ୍ବରରୁ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।

Previous Post

ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Next Post

ରାଜ୍ୟ ବିଜେପିକୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଲେ- ମୁଁ ସୁସ୍ଥ ଅଛି, ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି

FNN WEB

FNN WEB

Next Post
ରାଜ୍ୟ ବିଜେପିକୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଲେ- ମୁଁ ସୁସ୍ଥ ଅଛି, ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି

ରାଜ୍ୟ ବିଜେପିକୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଲେ- ମୁଁ ସୁସ୍ଥ ଅଛି, ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.