କଟକ ୮/୮ : ଟାଟା ମୋଟର୍ସ ପକ୍ଷରୁ ଗୁଗନାନୀ ଅଟୋକାର୍ସ ପ୍ରା. ଲି. ସହଯୋଗରେ ଅତ୍ୟାଧୁନିକ ନୂଆ ଇଲେକ୍ଟିକ୍ ଏସ୍ୟୁଭି ସିଆରା ଇଭି ଟୁଇନ ସିଟିକୁ ଭେଟି ଦେଇଛି।ଗୁଗନାନୀ ଅଟୋକାର୍ସ ଡିଲରସିପ୍, ଏନ୍ଏଚ୍-୧୬, ଓ ପ୍ରତାପନଗରୀ, କଟକ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ, ଗ୍ରାହକ, ଅଟୋମୋବାଇଲ୍ ପ୍ରେମୀ ଏବଂ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ୍ ମିଡିଆର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଅବସରରେ ୟଶନୀତ ଗୁଗନାନୀ, ନିର୍ଦ୍ଦେଶକ, ଗୁଗନାନୀ ଅଟୋକାର୍ସ, ଦେବାଂଶୁ ଗୁପ୍ତା, ରିଜିଓନାଲ୍ ବିଜନେସ୍ ହେଡ୍, ଟାଟା ମୋଟର୍ସ, ଜସୱିନ୍ଦର ସିଂହ ଥେଥୀ, ଟେରିଟୋରି ସେଲ୍ସ ମ୍ୟାନେଜର, ଟାଟା ମୋଟର୍ସ, ଏବଂ ହର୍ଷରାଜ ସିଂହ, ଟେରିଟୋରି ସେଲ୍ସ ମ୍ୟାନେଜର, ଟାଟା ମୋଟର୍ସ ଉପସ୍ଥିତ ଥିଲେ। ଅତିଥିମାନେ କହିଥିଲେ ଯେ, ସିଆରା ଇଭି ଟାଟା ମୋଟର୍ସର ବୈଦ୍ୟୁତିକ ଯାନ ଯାତ୍ରାରେ ଏକ ନୂତନ ଅଧ୍ୟାୟର ସୂଚନା ଦେଉଛି। ଏହି ପ୍ରିମିୟମ୍ ଇଲେକ୍ଟିକ୍ ଏସ୍ୟୁଭିରେ ୫୧୦-୫୩୦ କି.ମି. ବାସ୍ତବ ଡ୍ରାଇଭିଂ ରେଞ୍ଜ, ମାତ୍ର ୫.୮ ସେକେଣ୍ଡରେ ୦-୧୦୦ କି.ମି./ଘଣ୍ଟା ବେଗ, ଲାଇଫ୍ଟାଇମ୍ ହାଇ-ଭୋଲ୍ଟେଜ୍ ବ୍ୟାଟେରୀ ୱାରେଣ୍ଟି, ପାନୋରାମିକ୍ ସନ୍ରୁଫ୍, ଡଲ୍ବି ଆଟମସ୍ ସହିତ ଟ୍ରିପଲ୍-ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ୫୦୪ ଏନ୍ଏମ୍ ଟର୍କ, କ୍ବାଡ୍.ହ୍ବିଲ.ଡ୍ରାଇଭ, ଡୁଆଲ୍-ମୋଟର ଅଲ୍-ହିଲ୍ ଡ୍ରାଇଭ୍, ୫୪୦° ଏଚ୍.ଡି କ୍ୟାମେରା, ଲେଭେଲ୍-୨ ଯୁକ୍ତ, ଉନ୍ନତ ଚାଳକ ସହାୟତା ପ୍ରଣାଳୀ ଏବଂ ମାତ୍ର ୧୫ ମିନିଟ୍ ଚାର୍ଜରେ ପ୍ରାୟ ୨୬୩ କି.ମି. ଚାଲିବା କ୍ଷମତା ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି ବୋଲି ନିର୍ଦ୍ଦେଶକ କହିଥିଲେ।














