ଭାରତୀୟ ସଂସ୍କୃତିକୁ ନେଇ ହାଇଦ୍ରାବାଦର ଏମ୍ ରମେଶଙ୍କ ଏକକ ପ୍ରଦର୍ଶନୀ
ଭୁବନେଶ୍ୱର,୧୯/୦୮- ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଐତିହାସିକ ଧଉଳି ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ଏକ ୩ ଦିନିଆ ଫଟୋଗ୍ରାଫି ପ୍ରଦର୍ଶନୀ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଶୁକଦେବ ମହାରଣା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକି,ବିଶିଷ୍ଟ ଫଟୋଗ୍ରାଫର ସିଦ୍ଧାର୍ଥ ଦେ,ପ୍ରମୋଦ ପତି ଫାଉଣ୍ଡେସନର ସଭାପତି ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଫଟୋ ପ୍ରଦର୍ଶନୀ ଜରିଆରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ହୋଇଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ହାଇଦ୍ରାବାଦର ଏମ୍ ରମେଶଙ୍କ ଭାରତୀୟ ସଂସ୍କୃତି ଓ ଓଡ଼ିଶାର ସଂସ୍କୃତି ଆଧାରରେ ଏକକ ଫଟୋ ପ୍ରଦର୍ଶନୀ ସହିତ ମହାବିଦ୍ୟାଳୟର ୭୨ ଜଣ ଛାତ୍ରଛାତ୍ରୀଙ୍କ ସମୂହ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଫଟୋ ପ୍ରଦର୍ଶନୀ ଯୁବ ଚିତ୍ରଶିଳ୍ପୀ ମାନଙ୍କୁ ପ୍ରେରଣା ଯୋଗାଇବା ସହିତ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାରରେ ସହାୟକ ହେବବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ପଞ୍ଚାନନ ସାମଲ ଅତିଥି ମାନଙ୍କୁ ପରିଚୟ ପ୍ରଦାନ ପୂର୍ବକ ସ୍ଵାଗତ କରି ଥିଲେ।ଏହି ଅବସରରେ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା, ୟନିତା ପ୍ରିୟଦର୍ଶିନୀ,ସର୍ଫୁଦ୍ଦିନ ଏହେମ୍ମଦ୍,ସମ୍ବିତ କୁମାର ସାହୁ ଓ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଛାତ୍ରୀ ସୃଷ୍ଟି ପାତ୍ର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।














