• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା

FNN WEB by FNN WEB
August 20, 2026
in ଓଡ଼ିଶା
0
ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା
0
SHARES
4
VIEWS

ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁସାରେ, ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇ ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରୁଫଟପ୍ ସୋଲାର ବଜାର ଭାବେ ଉଭା ହୋଇଛି । ରାଜ୍ୟରେ ପ୍ରାୟ ୧.୭୪ ଲକ୍ଷ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରାଯାଇଛି, ଯାହା ସମଗ୍ର ଓଡ଼ିଶାରେ ଘରୋଇ ସୋଲାର ବ୍ୟବସ୍ଥାକୁ ଲୋକେ କେତେ ଦ୍ରୁତ ଗତିରେ ଆପଣାଉଛନ୍ତି ତାହା ଦର୍ଶାଉଛି । ଏହାସହ ଏହି ଯୋଜନା ଅଧୀନରେ ରାଜ୍ୟରେ ମୋଟ ୩,୧୨,୫୨୭ଟି ଆବେଦନ ଗ୍ରହଣ କରାଯାଇଛି ।

ସରକାରଙ୍କ ବଳିଷ୍ଠ ଆର୍ଥିକ ସହାୟତା, ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ, ଭେଣ୍ଡର ଇକୋସିଷ୍ଟମର ସମ୍ପ୍ରସାରଣ, ଉପଭୋକ୍ତା ସୁବିଧା ଏବଂ ତୃଣମୂଳ ସ୍ତରର ନିରନ୍ତର ସଚେତନତା ମାଧ୍ୟମରେ ଉପଭୋକ୍ତାଙ୍କ ଆଗ୍ରହକୁ ରୁଫଟପ୍ ସୋଲାର ସ୍ଥାପନରେ ପରିଣତ କରି ଓଡ଼ିଶା ଏହି ଜାତୀୟ ରାଙ୍କିଙ୍ଗରେ ଉନ୍ନତି ହାସଲ କରିଛି । ଏହି କ୍ଷେତ୍ରରେ ଓଡ଼ିଶା ମଧ୍ୟପ୍ରଦେଶ ଏବଂ ଆସାମକୁ ପଛରେ ପକାଇ ଭାରତର ବିକେନ୍ଦ୍ରୀକୃତ ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ଏକ ପ୍ରମୁଖ ଯୋଗଦାନକାରୀ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି ।

ସମ୍ପ୍ରତି କିଛି ମାସ ମଧ୍ୟରେ ଓଡ଼ିଶାର ରୁଫଟପ୍ ସୋଲାର କାର୍ଯ୍ୟକ୍ରମରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଆବେଦନ ସଂଖ୍ୟା ୧,୯୫,୫୧୩ରୁ ୩,୧୨,୫୨୭କୁ ବୃଦ୍ଧି ପାଇଥିବା ବେଳେ ପ୍ରକୃତ ସ୍ଥାପନ ସଂଖ୍ୟା ୭୨,୫୩୮ରୁ ପ୍ରାୟ ୧.୭୪ ଲକ୍ଷକୁ ବୃଦ୍ଧି ପାଇଛି । ଏହା ଆବେଦନ କ୍ଷେତ୍ରରେ ପ୍ରାୟ ୬୦% ଏବଂ ସ୍ଥାପନ କ୍ଷେତ୍ରରେ ୧୩୦%ରୁ ଅଧିକ ଅଭିବୃଦ୍ଧିକୁ ଦର୍ଶାଉଛି । ସେହିପରି ଆବେଦନରୁ ସ୍ଥାପନରେ ରୂପାନ୍ତରିତ ହେବାର ହାର ୩୭.୧%ରୁ ୫୩.୪%କୁ ବୃଦ୍ଧି ପାଇଛି । ଆବେଦନ, ଅନୁମୋଦନ ଠାରୁ ଆରମ୍ଭ କରି ସ୍ଥାପନ, ଯାଞ୍ଚ, ମିଟରିଂ ଏବଂ କମିଶନିଂ କରିବା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାରେ କ୍ଷମତା ବୃଦ୍ଧି ଯୋଗୁଁ ଏହି ଉନ୍ନତି ସମ୍ଭବ ହୋଇପାରିଛି ।

ପିଏମ୍ ସୂର୍ଯ୍ୟ ଘର ଅଧୀନରେ ଉପଲବ୍ଧ କେନ୍ଦ୍ରୀୟ ସବସିଡି ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅତିରିକ୍ତ ଆର୍ଥିକ ସହାୟତା ଏହି ଯୋଜନାକୁ ଆପଣାଇବାର ପ୍ରମୁଖ କାରଣ ସାଜିଛି । ଯୋଗ୍ୟ ଘରୋଇ ଉପଭୋକ୍ତାମାନେ ଏକ ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ପ୍ରଯୁଜ୍ୟ କ୍ଷମତା, ଉପଭୋକ୍ତା ବର୍ଗ ଏବଂ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ମିଳିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ ।

ଓଡ଼ିଶା ୨୦୨୭ ସୁଦ୍ଧା ୩ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅଧିକ ସବସିଡି ଏବଂ ସରଳୀକୃତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ସହରାଞ୍ଚଳ, ଗ୍ରାମାଞ୍ଚଳ ତଥା ଅର୍ଦ୍ଧ-ସହରାଞ୍ଚଳର ପରିବାରଗୁଡ଼ିକ ପାଇଁ ରୁଫଟପ୍ ସୋଲାରକୁ ଅଧିକ ସହଜଲଭ୍ୟ କରାଯାଉଛି ।

କାର୍ଯ୍ୟାନ୍ୱୟନ ସ୍ତରରେ ରାଜ୍ୟର ଚାରୋଟି ଡିସକମ୍ – ଟିପିସିଓଡିଏଲ୍, ଟିପିଡବ୍ଲୁଓଡିଏଲ୍, ଟିପିଏନ୍ଓଡିଏଲ୍ ଏବଂ ଟିପିଏସ୍ଓଡିଏଲ୍ – ରୁଫଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମିଳିତ ଭାବେ ଏହି ଡିସକମ୍ଗୁଡ଼ିକ ସେମାନଙ୍କ ସେବା ଯୋଗାଣ ଅଞ୍ଚଳରେ ପ୍ରାୟ ୧.୭୪ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନରେ ସହାୟତା କରିଛନ୍ତି । ଏଥିମଧ୍ୟରେ ଟିପିସିଓଡିଏଲ୍ ୫୬,୮୪୨ଟି, ଟିପିଡବ୍ଲୁଓଡିଏଲ୍ ୪୮,୯୦୫ଟି, ଟିପିଏନ୍ଓଡିଏଲ୍ ୪୪,୭୮୫ଟି ଏବଂ ଟିପିଏସ୍ଓଡିଏଲ୍ ୨୩,୮୮୧ଟି ସ୍ଥାପନ କରାଇଛି ।

ଓଡ଼ିଶାର ଡିସକମ୍ଗୁଡ଼ିକ କେବଳ ପାରମ୍ପରିକ ବିଦ୍ୟୁତ ବିତରଣ ମଧ୍ୟରେ ସୀମିତ ନରହି ରୁଫଟପ୍ ସୋଲାରର ଯୋଗାଣରେ ସହାୟକ ଭାବେ ନେଟ୍ ମିଟର ସଂଯୋଗ, ଯାଞ୍ଚ, କମିଶନିଂ, ଭେଣ୍ଡର ପଞ୍ଜୀକରଣ ଓ ପରିଚାଳନା, ଉପଭୋକ୍ତାଙ୍କୁ ମାର୍ଗଦର୍ଶନ ତଥା ବିଭିନ୍ନ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ଏହାସହ ସରକାରୀ କୋଠାଗୁଡ଼ିକରେ ସୋଲାର ସ୍ଥାପନ ଏବଂ ବ୍ୟାପକ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ “ମୋ ଛାତ, ମୋ ସଞ୍ଚୟ” ଅଭିଯାନ ମାଧ୍ୟମରେ ଉପଭୋକ୍ତା ଯୋଗାଯୋଗକୁ ଅଧିକ ମଜଭୁତ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ବିଦ୍ୟୁତ ଖର୍ଚ୍ଚ ହ୍ରାସ ଓ ଦୀର୍ଘମିଆଦୀ ଘରୋଇ ଆର୍ଥିକ ସଞ୍ଚୟ ଭଳି ରୁଫଟପ୍ ସୋଲାରର ଉପକାରିତା ବିଷୟରେ ସଚେତନ କରାଯାଉଛି । ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ, ବ୍ଲକ ସ୍ତରୀୟ ଅଧିକାରୀ, ଗୋଷ୍ଠୀ ନେତୃବୃନ୍ଦ ଓ ସାଧାରଣ ନାଗରିକଙ୍କ ଅଂଶଗ୍ରହଣରେ ‘ସୂର୍ଯ୍ୟ ଘର ଗ୍ରାମସଭା’ ଆୟୋଜନ କରାଯାଉଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେଉଛି, ଯାହା ସମଗ୍ର ରାଜ୍ୟରେ ଏକ ସମାନ ସଚେତନତା ସୁନିଶ୍ଚିତ କରୁଛି ।

‘ପିଏମ୍ ସୂର୍ଯ୍ୟ ଘର’ ଅଧୀନରେ ରୁଫଟପ୍ ସୋଲାର ବିଷୟରେ ସଚେତନତା ଏବଂ ବ୍ୟବହାର ବୃଦ୍ଧି ପାଇଁ, ବିଶେଷ କରି ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲଏ) ମଡେଲ ମାଧ୍ୟମରେ, ଟିପିସିଓଡିଏଲ୍ ଏକ ସ୍ୱତନ୍ତ୍ର ମୋବାଇଲ୍ ସଚେତନତା ଅଭିଯାନ ‘ସୋଲାର ରଥ’ ଆରମ୍ଭ କରିଛି । ଏହି ପଦକ୍ଷେପ ସିଧାସଳଖ ଲୋକଙ୍କ ନିକଟରେ ସୂଚନା ଓ ସହାୟତା ପହଞ୍ଚାଇ ନୂଆ ତଥା ପଛୁଆ ଅଞ୍ଚଳରେ ସୋଲାର ଆପଣାଇବାରେ ସାହାଯ୍ୟ କରୁଛି ।

ଟାଟା ପାୱାର ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ସୋଲାର ଦିଦି’ କାର୍ଯ୍ୟକ୍ରମ ମହିଳାମାନଙ୍କୁ ତୃଣମୂଳ ସ୍ତରର ସ୍ୱଚ୍ଛ ଶକ୍ତି ଅଭିଯାନର କେନ୍ଦ୍ରବିନ୍ଦୁ କରି ଓଡ଼ିଶାର ରୁଫଟପ୍ ସୋଲାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯୋଡ଼ିଛି । ରୁଫଟପ୍ ସୋଲାର ସ୍ଥାପନ ଓ ରକ୍ଷଣାବେକ୍ଷଣ ସମ୍ପର୍କିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ମାଧ୍ୟମରେ ସୋଲାର ଦିଦିମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଚେତନତା ସୃଷ୍ଟି କରୁଛନ୍ତି, ଉପଭୋକ୍ତାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏବଂ ଲୋକଙ୍କୁ ସ୍ୱଚ୍ଛ ଶକ୍ତି ଆପଣାଇବାକୁ ଉତ୍ସାହିତ କରୁଛନ୍ତି ।

ତେଣୁ ଓଡ଼ିଶାର ଏହି ଆଭିମୁଖ୍ୟ ଏକ ସମ୍ପୂର୍ଣ୍ଣ ଉପଭୋକ୍ତା-କେନ୍ଦ୍ରିକ ବ୍ୟବସ୍ଥା ଉପରେ ଆଧାରିତ, ଯେଉଁଥିରେ ଆକର୍ଷଣୀୟ ସବସିଡି, ଡିସକମ୍ ସହାୟତା, ଭେଣ୍ଡର ସମନ୍ୱୟ, ନେଟ୍- ମିଟରିଂ ସୁବିଧା, ୟୁଏଲଏ-ଆଧାରିତ ଯୋଗାଯୋଗ, ଗୋଷ୍ଠୀ ସଚେତନତା ଏବଂ ମହିଳାଙ୍କ ନେତୃତ୍ୱ ସାମିଲ ରହିଛି । ଏହା ରୁଫଟପ୍ ସୋଲାରକୁ ଘରୋଇ ଶକ୍ତି ବ୍ୟବହାର କ୍ଷେତ୍ରରେ ଏକ ବ୍ୟବହାରିକ ଓ ସହଜଲଭ୍ୟ ସମାଧାନରେ ପରିଣତ କରୁଛି ।

ରାଜ୍ୟର ଏହି ପ୍ରଗତି ସବୁ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ବାଲେଶ୍ୱର, ଗଞ୍ଜାମ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ପ୍ରତ୍ୟେକ ୧୦,୦୦୦ରୁ ଅଧିକ ସ୍ଥାପନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ବାଲେଶ୍ୱର ୧୬,୦୬୯ଟି ସ୍ଥାପନ ସହ ଆଗରେ ଥିବା ବେଳେ ଗଞ୍ଜାମରେ ୧୫,୩୦୧ଟି, ଖୋର୍ଦ୍ଧାରେ ୧୪,୨୩୬ଟି ଏବଂ କଟକରେ ୧୩,୩୪୩ଟି ସ୍ଥାପନ ହୋଇଛି । ମିଳିତ ଭାବେ ଏହି ଚାରୋଟି ଜିଲ୍ଲା ପ୍ରାୟ ୧୪୩ ମେଗାୱାଟ୍ ରୁଫଟପ୍ ସୋଲାର କ୍ଷମତା ସୃଷ୍ଟି କରି ଓଡ଼ିଶାର ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

ଏହି ସଦ୍ୟତମ ସଫଳତା ରୁଫଟପ୍ ସୋଲାର କ୍ଷେତ୍ରରେ ଓଡ଼ିଶାର ବର୍ଦ୍ଧିତ ନେତୃତ୍ୱକୁ ପ୍ରତିପାଦିତ କରୁଛି । ୩,୧୨,୫୨୭ଟି ଆବେଦନ, ୧.୭୪ ଲକ୍ଷ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ଏବଂ ୪୧୦ ମେଗାୱାଟ୍ ରୁଫଟପ୍ ସୋଲାର କ୍ଷମତା ସହିତ ରାଜ୍ୟ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି । ସରକାରଙ୍କ ସବସିଡି ସହାୟତା ଏବଂ ଚାରୋଟି ଡିସକମ୍ର ନିରନ୍ତର ପ୍ରୟାସ ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ତଥା ଅପହଞ୍ଚ ବଜାରଗୁଡ଼ିକରେ ଏହାକୁ ଆହୁରି ବ୍ୟାପକ କରିବାରେ ସାହାଯ୍ୟ କରୁଛି ।

ଟାଟା ପାୱାରର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସର ମୁଖ୍ୟ ଶ୍ରୀ ଗଜାନନ୍ ଏସ୍. କାଲେ କହିଛନ୍ତି ଯେ, “ଜାତୀୟ ସ୍ତରରେ ଓଡ଼ିଶା ୧୩ତମ ରୁ ୭ମ ସ୍ଥାନକୁ ଉନ୍ନୀତ ହେବା ଏବଂ ୧.୫ ଲକ୍ଷରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ ହାସଲ କରିବା ସ୍ୱଚ୍ଛ ଶକ୍ତି ଉପରେ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଶ୍ୱାସର ଏକ ବଳିଷ୍ଠ ପ୍ରମାଣ । ‘ପିଏମ୍ ସୂର୍ଯ୍ୟ ଘର’ ଅଧୀନରେ କେନ୍ଦ୍ରୀୟ ସହାୟତା ସହିତ ଓଡ଼ିଶା ସରକାରଙ୍କ ଆକର୍ଷଣୀୟ ସବସିଡି ଘରୋଇ ଉପଭୋକ୍ତାଙ୍କ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ସୃଷ୍ଟି କରିଛି । ଶେଷ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ, ଉପଭୋକ୍ତା ସୁବିଧା, ନେଟ୍-ମିଟରିଂ ସହାୟତା, ଭେଣ୍ଡର ସମନ୍ୱୟ ଏବଂ ତୃଣମୂଳ ସ୍ତରର ସମ୍ପୃକ୍ତି ମାଧ୍ୟମରେ ଏହି ଚାହିଦାକୁ ପ୍ରକୃତ ସ୍ଥାପନରେ ପରିଣତ କରିବା ଉପରେ ଆମେ ଧ୍ୟାନ ଦେଉଛୁ । ‘ମୋ ଛାତ, ମୋ ସଞ୍ଚୟ’, ସୂର୍ଯ୍ୟ ଘର ଗ୍ରାମସଭା, ୟୁଏଲଏ-ଆଧାରିତ ସଚେତନତା କାର୍ଯ୍ୟକ୍ରମ ଏବଂ ସୋଲାର ଦିଦି ଭଳି ପଦକ୍ଷେପ ମାଧ୍ୟମରେ ଆମେ ସମଗ୍ର ଓଡ଼ିଶାର ଘରେ ଘରେ ରୁଫଟପ୍ ସୋଲାରକୁ ଅଧିକ ସରଳ, ସହଜଲଭ୍ୟ ଏବଂ ଉପଯୋଗୀ କରିବା ପାଇଁ କାର୍ଯ୍ୟ କରୁଛୁ ।”

ଜାତୀୟ ସ୍ତରରେ ୧୩ତମ ସ୍ଥାନ ରୁ ୭ମ ସ୍ଥାନକୁ ଉନ୍ନୀତ ହେବା ଏବଂ ୪୧୦ ମେଗାୱାଟ୍ ରୁଫଟପ୍ ସୋଲାର କ୍ଷମତା ସହ ୧.୭୪ ଲକ୍ଷ କାର୍ଯ୍ୟକ୍ଷମ ରୁଫଟପ୍ ସୋଲାର ସିଷ୍ଟମ୍ ରେ ପହଞ୍ଚିବା ରାଜ୍ୟର ସ୍ୱଚ୍ଛ ଶକ୍ତି ଯାତ୍ରାରେ ଏକ ଉଲ୍ଲେଖନୀୟ ପର୍ଯ୍ୟାୟ । ସୁଦୃଢ଼ ନୀତିଗତ ସହାୟତା, ଆକର୍ଷଣୀୟ ଆର୍ôଥକ ଲାଭ ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ କିଭଳି ମିଳିତ ଭାବେ ବିକେନ୍ଦ୍ରୀକୃତ ନବୀକରଣଯୋଗ୍ୟ ଶକ୍ତିକୁ ବ୍ୟାପକ କରିପାରେ, ତାହା ଏହି ସଫଳତା ପ୍ରମାଣିତ କରୁଛି ।

ଓଡ଼ିଶା ସରକାରଙ୍କ ଆକର୍ଷଣୀୟ ଆର୍ôଥକ ପ୍ରୋତ୍ସାହନ ଏବଂ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ଉପଭୋକ୍ତା ସୁବିଧା ତଥା ତୃଣମୂଳ ସ୍ତରର ସଚେତନତା ଯୋଗୁଁ ରୁଫଟପ୍ ସୋଲାର କିଭଳି ଏକ ସରକାରୀ ଯୋଜନାରୁ ପ୍ରତ୍ୟେକ ଘରର ଏକ ବ୍ୟାପକ ସ୍ୱଚ୍ଛ ଶକ୍ତି ଆନ୍ଦୋଳନରେ ପରିଣତ ହୋଇପାରେ, ସେଥିପାଇଁ ଓଡ଼ିଶା ଏକ ଆଦର୍ଶ ଉଦାହରଣ ଭାବେ ଉଭା ହୋଇଛି ।

Previous Post

‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ

Next Post

ଇଭି, ମେଥାନଲ୍ ଏବଂ ଇଥାନଲ୍ ଚାଳିତ ଗାଡ଼ିକୁ ପରମିଟ୍ ଫି’ ଛାଡ଼

FNN WEB

FNN WEB

Next Post
ଇଭି, ମେଥାନଲ୍ ଏବଂ ଇଥାନଲ୍ ଚାଳିତ ଗାଡ଼ିକୁ ପରମିଟ୍ ଫି’ ଛାଡ଼

ଇଭି, ମେଥାନଲ୍ ଏବଂ ଇଥାନଲ୍ ଚାଳିତ ଗାଡ଼ିକୁ ପରମିଟ୍ ଫି’ ଛାଡ଼

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.