• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଲଇକେରା ବ୍ଲକରେ ପ୍ରଶାସନିକ ଅବହେଳା ଓ ବିଧାୟକଙ୍କ ନିଷ୍କ୍ରିୟତାକୁ ନେଇ ଜନ ପ୍ରତିନିଧି ଙ୍କ କ୍ଷୋଭ,ତୁରନ୍ତ ସଡ଼କ ଓ ବ୍ରିଜ୍ ମରାମତି ପାଇଁ ପ୍ରେସମିଟ ରେ ଦାବୀ

FNN WEB by FNN WEB
August 22, 2026
in ଓଡ଼ିଶା
0
ଲଇକେରା ବ୍ଲକରେ ପ୍ରଶାସନିକ ଅବହେଳା ଓ ବିଧାୟକଙ୍କ ନିଷ୍କ୍ରିୟତାକୁ ନେଇ ଜନ ପ୍ରତିନିଧି ଙ୍କ କ୍ଷୋଭ,ତୁରନ୍ତ ସଡ଼କ ଓ ବ୍ରିଜ୍ ମରାମତି ପାଇଁ ପ୍ରେସମିଟ ରେ ଦାବୀ
0
SHARES
2
VIEWS

​ଝାରସୁଗୁଡା: ଲଇକେରା ବ୍ଲକ୍ ଅଞ୍ଚଳରେ ବିପର୍ଯ୍ୟସ୍ତ ସଡ଼କ, ଭଙ୍ଗା ବ୍ରିଜ୍ ଏବଂ ଗତବର୍ଷର ବର୍ଷାଜନିତ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ନମିଳିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ନେତୃବୃନ୍ଦ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶନିବାର ଲଇକେରା ଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ କାର୍ଯ୍ୟଶୈଳୀ ଏବଂ ପ୍ରଶାସନିକ ଅବହେଳାକୁ କଡ଼ା ସମାଲୋଚନା କରାଯାଇଛି।​ସାମ୍ବାଦିକ ସମ୍ମିଳନୀରେ ଲଇକେରା ବ୍ଲକ ର ବିଜେଡି କର୍ମକର୍ତା ଏବଂ ଉପସ୍ଥିତ ଜନ ପ୍ରତନିଧି ଙ୍କ ପକ୍ଷ ରୁ କୁହାଯାଇଛି ଯେ, ଗତବର୍ଷ ପ୍ରବଳ ବର୍ଷା ଯୋଗୁଁ ଲଇକେରା ବ୍ଲକର ପାକେଲପଡ଼ା, ତିଲେଇମାଲ, ଜାମମାଲ ଆଦି ଅଞ୍ଚଳରେ ଚାଷୀଙ୍କ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ଅନେକ ପରିବାରଙ୍କ ଘର ଭାଙ୍ଗିଯାଇ ଜୀବନଜୀବିକା ବିପନ୍ନ ହୋଇପଡ଼ିଥିଲା। ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରି ଫଟୋ ଉଠାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀ ଓ ପରିବାରକୁ କୌଣସି ସରକାରୀ ସହାୟତା କିମ୍ବା କ୍ଷତିପୂରଣ ମିଳିପାରି ନାହିଁ।​ସେହିପରି ରେଙ୍ଗାଲବେଡ଼ାରୁ ବାଗଡିହି ଶିବ ମନ୍ଦିର ନିକଟସ୍ଥ ଆରଏମସି ମାର୍କେଟିଂ ରୋଡ୍, ଡୁମେରମୁଣ୍ଡା-ସାନ-ଝୁରିଆମ୍ ବାଇପାସ୍ ଏବଂ କୁଲେମୁରା-ମୁଦ୍ରାଜୋର ବ୍ରିଜ୍‌ର ଅବସ୍ଥା ଅତ୍ୟନ୍ତ ଆଶୋଚନୀୟ। ଗତବର୍ଷ ବର୍ଷାରେ କୁଲେମୁରା-ମୁଦ୍ରାଜୋର ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ପରେ ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଓ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଡିପିଆର (DPR) ପ୍ରସ୍ତୁତ ହୋଇସାରିଛି ବୋଲି ପ୍ରଶାସନିକ ଆଶ୍ୱାସନା ମିଳିଥିଲେ ବି ବର୍ଷେ ପରେ ବି ନିର୍ମାଣ କାମ ଆରମ୍ଭ ହୋଇନାହିଁ।ଗଣମାଧ୍ୟମର ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ କେବଳ କାଗଜପତ୍ର ଓ ଫଟୋ ପୋଷ୍ଟରରେ ସୀମିତ ନରହି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତୃଣ ମୂଳ ସ୍ତରର ବାସ୍ତବ ସ୍ଥିତି ଦେଖନ୍ତୁ। ପ୍ରଚାର ବଦଳରେ ପ୍ରକୃତ କାମ, ସଡ଼କ ଓ ବ୍ରିଜ୍‌ର ତୁରନ୍ତ ମରାମତି ଏବଂ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବାକୁ ପ୍ରେସ ମିଟ ରେ ବିଜେଡି କର୍ମକର୍ତା ଏବଂ ଜନ ପ୍ରତିନିଧି ଙ୍କ ତରଫରୁ ଦାବି କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ତୁଲାବତୀ ମିଞ୍ଜ, ଲଇକେରା ବ୍ଲକ ଉପାଧ୍ୟକ୍ଷ ସଞ୍ଜିତ ନାୟକ, ଅନିଲ ନାୟକ, କଲିମ୍ ଖାନ୍, ଗୋପାଳ ବେହେରା, ସବିତା ବାଗ, ଅଶୋକ ମାଝୀ, ଅଶ୍ୱିନ ବେହେରା, ଉମାଶଙ୍କର ପ୍ରଧାନ, ଜିତେନ ରଣା, ସୂରଜ ନାୟକ, ଦୁର୍ଗା ନାୟକ, ଦୋଳଗୋବିନ୍ଦ ନାୟକ, ପ୍ରଦୀପ ପଟେଲ, ଲିଙ୍ଗରାଜ ସାହୁ, ବୁଲୁ ସାହୁ, ଉପେନ୍ଦ୍ର, ବିନୋଦ ପଟେଲ, ପ୍ରଦୀପ ନାୟକ, ଅଶୋକ ପଟେଲ, ଭାଗବତୀ ବେହେରା, ମହେନ୍ଦ୍ର ମହାନନ୍ଦଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Previous Post

ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

Next Post

୩ ଘୂର୍ଣ୍ଣିବଳୟ ଘେରରେ ଓଡ଼ିଶା ! ଆସୁଛି ଲଘୁଚାପ

FNN WEB

FNN WEB

Next Post
୩ ଘୂର୍ଣ୍ଣିବଳୟ ଘେରରେ ଓଡ଼ିଶା ! ଆସୁଛି ଲଘୁଚାପ

୩ ଘୂର୍ଣ୍ଣିବଳୟ ଘେରରେ ଓଡ଼ିଶା ! ଆସୁଛି ଲଘୁଚାପ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.