• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋର୍‌ଦାର ପ୍ରଚାର

FNN WEB by FNN WEB
May 30, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋର୍‌ଦାର ପ୍ରଚାର
0
SHARES
2
VIEWS

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ। ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । ସେ ହେଉଛନ୍ତି ପରିବାରର ମୁଖିଆ । ମୁଖିଆ ଭାବରେ ସେ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍‍କା କରିବା ପାଇଁ କାମ କରୁଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ବଢ଼େଇ ଚାଲିଛନ୍ତି ।

ସେ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ । କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ । ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା । ପିଲାଙ୍କ ପାଇଁ ଏଭଳି ଯୋଜନା ଦେଶରେ କୌଣସି ରାଜ୍ୟ କରିନାହାନ୍ତି ବୋଲି ସେ କହିଥିଲେ ।

ଏ ସବୁ ପଦକ୍ଷେପର ଉଦ୍ଦେଶ୍ୟକୁ ବୁଝାଇ ପାଣ୍ଡିଆନ କହିଲେ ଯେ, ୫-ଟି ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନ ଳଠାରୁ ମଧ୍ୟ ପିଲାମାନେ ଭଲ ସୁବିଧା ପାଉଛନ୍ତି । ବି.ଏସ୍‍.କେ.ୱାଇ କାର୍ଡରେ ବେସରକାରୀ ହସପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି । ଲକ୍ଷ୍ମୀ ବସରେ ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି । ଏହାଦ୍ୱାରା ଆପଣମାନଙ୍କ ବୋଝ ହାଲ୍‍କା ହେଉଛି । ଆପଣମାନଙ୍କ ପିଲାମାନେ ଆଗକୁ ବଢ଼ିବାକୁ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସାରା ଓଡ଼ିଶା ଆଗକୁ ବଢ଼ିବ ।

ସେ କହିଲେ ଯେ, ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି । ଏହାର ଅନେକ ଉଦାହରଣ ଅଛି । ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ଆଡମିଶନ ନେଇଛି । ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି । ପୁଅକୁ ଡାକ୍ତର କରିପାରୁଛନ୍ତି । ଲୋକଙ୍କ ସ୍ୱପ୍ନ ପୁରଣ ହୋଇପାରୁଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରର ବିଜେପି ସରକାର ପ୍ରସଙ୍ଗରେ ପାଣ୍ଡିଆନ କହିଲେ ଯେ, ସେମାନେ ବହୁତ କଥା କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ – ଦରଦାମ୍‍ କମେଇବା, ଏଲ୍‍.ପି.ଜି., ପେଟ୍ରୋଲ, ଡିଜେଲ ଆଦି ଦାମ କମେଇବେ ବୋଲି କହିଥିଲେ । କମିଲା କି ? ରୋଜଗାର ଦେବା କଥା କହିଥିଲେ, ଦେଲେ କି ? ତେଣୁ ଆପଣମାନେ ବୁଝନ୍ତୁ । ସେମାନଙ୍କର ଆପଣଙ୍କ ସୁଖଦୁଃଖ ସହିତ କିଛି ସମ୍ପର୍କ ନାହିଁ । ସେମାନେ କେବଳ ୫ ବର୍ଷରେ ଥରେ ଆସିବେ, ଭୋଟ ମାଗିବେ । ନବୀନ ସରକାର ଆପଣଙ୍କ ସୁଖଦୁଃଖର ସାଥି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନଙ୍କର ଯାହା ବି କିଛି କାମ ଅଛି, ଦାବି ଅଛି, ସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ପାଣ୍ଡିଆନ କହିଥିଲେ।

ସୋରୋରେ ସେ ବାହାନଗାଲୋକଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବାହାନଗା ମାଟି ସାରା ଦେଶକୁ, ସାରା ଦୁନିଆକୁ ‘ମଣିଷ ପଣିଆ’ ଦେଖାଇଛି । ମଣିଷ ପଣିଆରେ ନୂଆ ପରିଚୟ ଦେଇଛି । ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ । ବିଜୁ ପରିବାରକୁ ଆହ୍ୱାନ ଦେଇ ପାଣ୍ଡିଆନ କହିଲେ ଯେ ଆପଣମାନେ କଠିନ ପରିଶ୍ରମ କରନ୍ତୁ । ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବହୁ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବାକୁ ସେ ଅନୁରୋଧ କରିଥିଲେ । ବିଭିନ୍ନ ସ୍ଥାନରେ ବିକାଶର ହିସାବ ଦେଇ ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀ ସଲ୍ଟ ରୋଡ୍ ପାଇଁ ୬୦ କୋଟି ଦେଇଛନ୍ତି, ଜଳସେଚନ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଆପଣମାନେ ଯେଉଁ କାମ ପାଇଁ ପ୍ରସ୍ତାବ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି । ସିମୁଳିଆ ଓ ଖଇରାକୁ ଏନ୍‍.ଏ.ସି ମାନ୍ୟତା ଦିଆଯାଇଛି । ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

Previous Post

ନିମାପଡାରେ ବିଶାଳ ରୋଡ ସୋ’ କଲେ ମୁଖ୍ୟମନ୍ତ୍ରୀ

Next Post

ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

FNN WEB

FNN WEB

Next Post
ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.