• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଖେଳକୁଦ

ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

FNN WEB by FNN WEB
July 4, 2024
in ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ
0
SHARES
1
VIEWS

ବିମାନ ବନ୍ଦର ଓ ହୋଟେଲରେ ଗ୍ରାଣ୍ଡ ୱେଲକମ୍
ମୁମ୍ବାଇ: ବିମାନରୁ ବିମାନ ବନ୍ଦର, ହୋଟେଲରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ । ସବୁଠି ସେଲିବ୍ରେସନ୍। ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ କରାଯାଇଛି ଭବ୍ୟ ସ୍ବାଗତ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମସ୍ତ ଖେଳାଳି ଓ କୋଚ୍ ଙ୍କ ସହ ଆଲୋଚନା କରିଛନ୍ତି, ବିଶ୍ବକପ୍ ଟ୍ରଫି ସହ ଫୋଟ ବି ଉଠାଇଛନ୍ତି । ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ । କାହା ହାତରେ ଥିଲା ହିଟ୍ ମ୍ୟାନ ରୋହିତଙ୍କ ଫଟୋ ତ କିଏ ଧରିଥିଲା ରନ୍ ମେସିନ୍ ବିରାଟଙ୍କ ଫଟୋ । ବୁମ୍ ବୁମ୍ ବୁମରା.. ପାଣ୍ଡ୍ୟା ଓ କୋଚ୍ ରାହୁଲଙ୍କ ନାରାରେ ବି ଗୁଞ୍ଜରିତ ହେଉଥିଲା ଏୟାରପୋର୍ଟ ପରିସର। ବାହାରକୁ ଆସିବା ପରେ ଟି-ଟ୍ବେଣ୍ଟି ଟ୍ରଫି ଦେଖାଇ ଦର୍ଶକଙ୍କ ରୋମାଂଚକୁ ଆହୁରି ବଢାଇ ଦେଇଥିଲେ କ୍ୟାପଟେନ୍ ରୋହିତ ଶର୍ମା।

ଖେଳାଳିଙ୍କୁ ନେଇ ବସ୍ ସିଧା ଯାଇଥିଲା ହୋଟେଲକୁ । ଯେଉଁଠି ବିଶ୍ବବିଜୟୀ ଟିମ୍ ଇଣ୍ଡିଆକୁ କରାଯାଇଥିଲା ଗ୍ରାଣ୍ଡ ୱେଲକମ୍। ଖେଳାଳିଙ୍କ ପାଇଁ ବିଛା ଯାଇଥିଲା ରେଡ୍ କାର୍ପେଟ। ପରେ କେକ୍ କାଟି ସେଲିବ୍ରେଟ୍ କରିଥିଲେ ଖେଳାଳି। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ହୋଟେଲ୍ ପରିସର। ଏହାପରେ ଟିମ୍ ଇଣ୍ଡିଆର ଡେଷ୍ଟିନେସନ ପଏଣ୍ଟ ଥିଲା ସେଭେନ୍ ଲୋକକଲ୍ୟାଣ ମାର୍ଗ । ଅର୍ଥାତ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ। ସ୍ବତନ୍ତ୍ର ବସରେ ସମସ୍ତ ଖେଳାଳି, ହେଡ୍ କୋଚ୍ ଓ ଷ୍ଟାଫ ପହଁଚିଥିଲେ ପ୍ରଧାନମନ୍ତ୍ରୀଙ୍କ ଘରେ । ହାତରେ ବିଶ୍ବକପ୍, ପାଖରେ ଚାମ୍ପିଅନ୍ ଟିମ୍ । ଟ୍ରଫି ଓ ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । କ୍ୟାପଟେନ୍, କୋଚ୍ ଓ ଖେଳାଳିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ବି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଟୁର୍ଣ୍ଣାମେଣ୍ଟର ଅନୁଭୂତି ସେୟାର କରିଥିଲେ ପ୍ଲେୟାର ।

ଗୋଟିଏ ପଟେ ଟିମ୍ ଇଣ୍ଡିଆର ଟି-ଟ୍ବେଣ୍ଟି ୱାର୍ଲଡ କପ୍ ବିଜୟରେ ସାରା ଦେଶରେ ସେଲିବ୍ରେସନ୍। ଅନ୍ୟପଟେ, ବିଶ୍ବବିଜେତା ଟିମ୍ ବି ଜୋରଦାର ସେଲିବ୍ରେଟ୍ କରିଛି ଏହି ବିଜୟକୁ । ବାରବାଡୋସରୁ ଫେରିବା ବେଳେ ବିମାନ ଭିତରେ ଖେଳାଳି କେମିତି ବିଶ୍ବକପ୍ ଟ୍ରଫି ସହ ବିଜୟ ଉତ୍ସବ ମନାଇଥିଲେ, ସାମନାକୁ ଆସିଛି ତାର ଦୃଶ୍ୟ। ଏହି ଭିଡିଓଙ୍କୁ ବିସିସିଆଇ ନିଜ ସୋସିଆଲ୍ ମିଡିଆ ସାଇଟରେ ସେୟାର କରିଛି। ଯେଉଁଥିରେ ଟ୍ରଫି ସହ କ୍ୟାପଟେନ୍ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ସାଥି ଖେଳାଳିଙ୍କୁ ଦେଖିବାକୁ ମିଳିଛି ।

ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ମାତ୍ ଦେଇ ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ଭାରତ। ତେବେ ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ଯୋଗୁଁ ୩ ଦିନ ଧରି ସେଠାରେ ଫସି ରହିଥିଲା ଟିମ୍ ଇଣ୍ଡିଆ । ଖେଳାଳିଙ୍କୁ ଭାରତ ଫେରାଇ ଆଣିବାକୁ ଯାଇଥିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ।

Previous Post

୧୩୦ ଟପିଲା ସତ୍‌ସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା

Next Post

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ

FNN WEB

FNN WEB

Next Post
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.