• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାତି ପାହିଲେ ପବିତ୍ର ଘୋଷଯାତ୍ରା: ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ

FNN WEB by FNN WEB
July 6, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାତି ପାହିଲେ ପବିତ୍ର ଘୋଷଯାତ୍ରା: ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ
0
SHARES
2
VIEWS

ପୁରୀ: ରାତି ପାହିଲେ ପବିତ୍ର ଘୋଷଯାତ୍ରା। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି l ପୁଲିସ ପ୍ରସ୍ତୁତ, ପ୍ରଶାସନ ପ୍ରସ୍ତୁତ, ପୁରା ସହର ହେଉଛି ଜଗନ୍ନାଥମୟ l ଯେଉଁ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା। ଏଥିପାଇଁ ସଅଳ ନୀତିକାନ୍ତି ସହ ଶୃଙ୍ଖଳାର ସହ କେମିତି ରଥଯାତ୍ରା ସଂପନ୍ନ ହେବ ତା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ। ସକାଳଧୂପ ପରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ପହଞ୍ଚିବା ପରେ ଦକ୍ଷିଣ ମୋଡ଼ ହୋଇଥିଲା ତିନି ରଥ l ଗୋଟିଏ ପରେ ଗୋଟିଏ ରଥ କଡା ସୁରକ୍ଷା ବଳୟ ଭିତରେ ଲାଗିଛି ସିଂହଦ୍ୱାର ସମ୍ମୁଖରେ l ସେପଟେ ରଥଯାତ୍ରା ନିର୍ଘଣ୍ଟ ନୀତି ଅନୁସାରେ ପ୍ରସ୍ତୁର୍ତ୍ତ ହୋଇସାରିଲେଣି ସେବାୟତ ଓ ପ୍ରଶାସନ l ଉତ୍ତମ ସମ୍ବନୟ ଆଧାରରେ ସୁରୁଖୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବ ବୋଲି ଆଶା ରଖିଛନ୍ତି ପ୍ରଶାସନ ଓ ସେବାୟତ। ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ତେଣୁ ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରାଇଛନ୍ତି । ତେବେ ଚଳିତ ବର୍ଷ ତିଥି କ୍ଷୟ ଯାଉଥିବାରୁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେବ ।

ତେଣୁ ଚଳିତ ବର୍ଷ ଶ୍ରୀବିଗ୍ରହଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ନଆସି ପଟି ଦିଅଁଙ୍କ ନିକଟରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥତ୍ରୟ ନିକଟକୁ ବୀଜେ କରାଇଛନ୍ତି । ପରମ୍ପରା ଅନୁଯାୟୀ, ରଥରେ ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ପରେ କ୍ରମ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ପରେ ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ତିନିରଥ ଶ୍ରୀମନ୍ଦିର ନିକଟକୁ ଅଣାଯାଇଥିଲା । ତେବେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ବା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ବଡ ଠାକୁରଙ୍କ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଣାଯାଇଥିଲା । ପୁଲିସ ବାହିନୀ, ସେବାୟତ ଓ ଭକ୍ତଙ୍କ ସହାୟତାରେ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା ଲ ଚଳିତ ବର୍ଷ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ।

୧୩ ଦିନ ଅନବସର ପରେ ଭକ୍ତ ମାନେ ରଥ ଉପରେ ଦର୍ଶନ କରିବେ ଚତୁର୍ଦ୍ଧାବିଗ୍ରହଙ୍କୁ l ୫୩ ବର୍ଷ ପରେ ମହାପ୍ରଭୁଙ୍କ ସେହି ନିଆରା ରଥଯାତ୍ରା ଅନୁଷ୍ଠିତ ହେବ l ଯାହାଫଳରେ ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି କାନ୍ତି କରାଯିବ l ଏଥିନିମନ୍ତେ ଆଜିଠୁ ପ୍ରସ୍ତୁର୍ତ୍ତି ଆରମ୍ଭ ହୋଇଯାଇଛି l ଆସନ୍ତା କାଲି ରାତ୍ର ୨ ଟାରୁ ଦ୍ୱାର ପିଠାଯିବ l ୨ ଟା ୪୦ରେ ଦଶବତାର ଠାକୁର ବାହୁଡା଼ ବିଜେ,୩ ଟାରେ ତାଟି ପିଠାଯିବ,ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା କରାଯିବ,୪.୪୫ରେ ଯାତ୍ରାଙ୍ଗି ମହାସ୍ନାନ,ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ,୭. ୩୦ରୁ ୧୨ ଟା ସେନାପଟା ଲାଗି,ଦିନ ୧୧ ଟାରେ ରଥ ପ୍ରତିଷ୍ଠା,ଦିନ ୧ ଟାରେ ମଙ୍ଗଳା ଅର୍ପଣ, ୧. ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ, ଦିନ ୩ଟାରେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ବିଜେ,୪ ଟାରେ ଗଜପତି ମହାରାଜା ଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ ରଥରେ ପରେ ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଚଳିତ ବର୍ଷ ୭ ଓ ୮ ତାରିଖ ଦିନ ରଥ ଟଣାଯିବ l ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁଲିସ ପ୍ରଶାସନ ପକ୍ଷରୁ l ୧୮୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯିବ l ପ୍ରବଳ ଭକ୍ତଙ୍କ ସମାଗମ କୁ ନେଇ ଟ୍ରାଫିକ ପାଇଁ ସ୍ୱତ୍ରନ୍ତ ମୋବିଲିଟି ପ୍ଲାନ ପ୍ରସ୍ତୁର୍ତ୍ତ ହୋଇଥିବାବେଳେ ଚଳିତବର୍ଷ ନୂଆ ଟେକନୋଲୋଜି ଆପଣେଇଛି ପୁରୀ ପୁଲିସ l ସେପଟେ ଆସନ୍ତାକାଲି ଦିନ ୧୧ ଟା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି l ଦିନ ୧୧ ଟା ସମୟରେ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତ୍ରନ୍ତ ବାୟୁସେନା ରେ ପହଁଚିବେ l ସେଠାରୁ ସିଧାସଳଖ ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି l ୪ଟା ୪୦ରୁ ଟା ୫ଟା ୪୦ ମଧ୍ୟରେ ରାଷ୍ଟ୍ରପତି ରଥଯାତ୍ରା ଉତ୍ସବରେ ଯୋଗଦାନ କରିବେ ଏଥିନିମନ୍ତେ ସମ୍ପୂର୍ଣ୍ଣ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି l

Previous Post

ବଡ଼ଦାଣ୍ଡର ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

Next Post

ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ

ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.