ହାରାରେ : ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ୫ମ ଟି-୨୦ ପୂର୍ବରୁ ହିଁ ଭାରତ ସିରିଜ୍କୁ ୩-୧ରେ ଜିତି ସାରିଥିଲା। ଆଜି ଶେଷ ମ୍ୟାଚ୍କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି।
ଏହି ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଯଶସ୍ବୀ ଜୟସ୍ବାଲ ୧୨ ରନ ଓ ଶୁଭମନ ଗିଲ ୧୩ ରନ କରି ଆଉଟ ହୋଇଥିଲେ । ୩ୟ ସ୍ଥାନରେ ଆସିଥିବା ଅଭିଷେକ ଶର୍ମା ବି ୧୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ୫୮ ରନ କରିଥିଲେ । ରିୟାନ ପରାଗ୍ ୨୨ ରନ ଓ ଶିବମ ଦୁବେ ୨୬ ରନ କରିଥିଲେ । ରିଙ୍କୁ ସିଂ ୧୧ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଂ ମୁଜାରାବାନି ୨ଟି ଓ୍ବିକେଟ ନେଇଥିବାବେଳେ ସିକନ୍ଦର ରାଜା, ବ୍ରାଣ୍ଡନ ମାଭୁଟା ଓ ରିଚାର୍ଡ ଗାରାଭା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।