• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସିଂହଦ୍ବାରରେ ପହଞ୍ଚିଲେ ୩ ରଥ

FNN WEB by FNN WEB
July 15, 2024
in ଓଡ଼ିଶା, ମୁଖ୍ୟ ଖବର
0
ସିଂହଦ୍ବାରରେ ପହଞ୍ଚିଲେ ୩ ରଥ
0
SHARES
6
VIEWS

ପୁରୀ: ଲୀଳାମୟ ମହାବାହୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି। ଭାବଦିଆ କାଳିଆ ଠାକୁର ବଡ଼ଦାଣ୍ଡକୁ ନିସ୍ବାର୍ଥ ଭକ୍ତିଭାବରେ ବୁଡ଼ାଇଛନ୍ତି। ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଲକ୍ଷ ଲକ୍ଷରୁ ଶ୍ରଦ୍ଧାଳୁଙ୍କ କୋଳାହଳରେ ଭରି ଉଠିଛି ବଡ଼ଦାଣ୍ଡ। ଜୟ ଜଗନ୍ନାଥ, ହରିବୋଲ, ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ବର୍ଷା-ଖରାର ଲୁଚକାଳି ଖେଳ ଭିତରେ ଡାହୁକର ବୋଲି, ଘଣ୍ଟୁଆର ଘଣ୍ଟନାଦର ତାଳେ ତାଳେ ଭକ୍ତଙ୍କ ସହ ପୁଣିଥରେ ବଡ଼ଦାଣ୍ଡରେ ଗଡ଼ିଛନ୍ତି ତିନି ରଥ।

ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାବାହୁ, ସତେ ଯେପରି ଶ୍ରୀମନ୍ଦିର ଫେରିବାକୁ ବ୍ୟଗ୍ର ଥିଲେ। ଏଥିପାଇଁ ସୋମବାର ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ।। ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ଆଗରୁ ବି ରଥଟଣା ହୋଇଥିଲା। ଘଣ୍ଟୁଆର ଘଣ୍ଟନାଦ, ଡାହୁକର ବୋଲି, ଚକର ଘର୍ଘର ନାଦ ସହ ଭକ୍ତଙ୍କ ହରିବୋଲ ଡାକର ଦିବ୍ୟ ପରିବେଶ ଭିତରେ ବିଳିମ୍ବିତ ସନ୍ଧ୍ୟାରେ ତିନି ରଥ ସିଂହଦ୍ବାରରେ ବିରାଜମାନ କରିଛନ୍ତି। ସ୍ବର୍ଗଲୋକରୁ ୩୩ କୋଟି ଦେବତା ବି ଯେଭଳି ଏହି ଦିବ୍ୟ ଦର୍ଶନ ପାଇ ପହଣ୍ଡି ଆରମ୍ଭରୁ ବର୍ଷାଞ୍ଜଳି ଅର୍ପଣ କରିଛନ୍ତି। ଝିପିଝିପ ବର୍ଷା ଆଜି କିଛି ସମୟ ଭକ୍ତଙ୍କୁ ଭକ୍ତିର ଭାବରେ ବୁଡ଼ାଇଛି।

ଦଇତାପତି ସେବକମାନେ ସୋମବାର ଭୋର ୪ଟା ୩୫ରେ କୁସୁମୀ ଲାଗି ନୀତି ସାରି ବାହାରିବା ପରେ ୪ଟା ୫୦ରେ ମଙ୍ଗଳଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥ ଉପରେ ବିରାଜିଥିଲେ। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ ଶ୍ରୀସୁଦର୍ଶନ। ସେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଥିଲେ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସିଥିଲେ ବଡ଼ ଠାକୁର। ଏହାପରେ ମା ସୁଭଦ୍ରାଙ୍କ ପହଣ୍ଡିରେ ଆସି ‌ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ। ଶେଷରେ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ ନିଜର ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ।

ତିନି ରଥର ଚାରମାଳ ଫିଟାଯାଇ ଘୋଡ଼ା, ସାରଥି ଲାଗି ହୋଇ ପ୍ରଥମେ ସାଢ଼େ ୩ଟାରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ବଡ଼ଭାଇଙ୍କ ବାହୁଡ଼ାଯାତ୍ରାର ପରେ ପରେ ଭଉଣୀ ଦେବୀ ସୁଭଦ୍ରା ଓ ସାନ ଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ବାହୁଡ଼ାଯାତ୍ରାରେ ବାହାରିଥିଲେ। ଶ୍ରୀଜିଉମାନେ ମାଉସୀ ମା’ ମନ୍ଦିରରେ ଅଟକିଥିଲେ। ମାଉସୀଙ୍କ ଠାରୁ ପୋଡ଼ପିଠା ଖାଇଥିଲେ। ରାଜନଅରରେ କାଳିଆ ସାଆନ୍ତ ପହଞ୍ଚିଲା ପରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା। ଗଜପତି ମହାରାଜ ଶ୍ରୀନଅରରୁ ବାହାରି ମା’ ଲକ୍ଷ୍ମୀଙ୍କୁ ନେଇ ଜଗନ୍ନାଥଙ୍କ ନିକଟକୁ ଆସିଥିଲେ। ପରେ ନନ୍ଦିଘୋଷ ସିଂହଦ୍ବାର ଆଡ଼କୁ ବଢ଼ିଥିଲା। ପୂର୍ବରୁ ତାଳଧ୍ବଜ ଓ ଦର୍ପଦଳନ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ଥିଲା। ତିନି ରଥ ସିଂହଦ୍ବାରରେ ରାତି ପ୍ରାୟ ୯ଟା ୧୫ ସୁଦ୍ଧା ପହଞ୍ଚିବା ପରେ ଆଜି ରଥ ଉପରେ ଠାକୁରଙ୍କ ସମସ୍ତ ଦୈନନ୍ଦିନ ନୀତିର ଆୟୋଜନ ହୋଇଛି। ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ପାଇଁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗହଳି ଲାଗିଥିବା ଦେଖିବାକୁ ମିଳିଛି।

Previous Post

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

Next Post

ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ

FNN WEB

FNN WEB

Next Post
ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ

ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.