• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ: ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା

FNN WEB by FNN WEB
July 19, 2024
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ: ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା
0
SHARES
45
VIEWS

ପୁରୀ: ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇଛନ୍ତି ଏବଂ ଅକ୍ଲାନ୍ତ ପରିଶ୍ରମ ପାଇଁ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି, ସରକାର କାର୍ଯ୍ୟକର୍ତ୍ତାଙ୍କ ପାଖରେ ଉତ୍ତରଦାୟୀ ଏବଂ କାର୍ଯ୍ୟକର୍ତ୍ତା ଜନତାଙ୍କ ପାଖରେ । କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାଉନସେଲିଂ । ବିଜୟର ଶ୍ରେୟ ଦେଲେ, କିଛି ଟାସ୍କ ବି ଦେଲେ । ଶାସକ ଦଳରେ କର୍ମୀଙ୍କ ଭୂମିକା କଣ ରହିବ, ସେନେଇ ମନ୍ତ୍ର ବି ଦେଇଛନ୍ତି । ରାଜ୍ୟରେ ୨୫ ବର୍ଷ କ୍ଷମତାରେ ରହିବାକୁ ପକାଇଛନ୍ତି ମୂଳଦୂଆ । ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି। ଆପଣମାନେ ୨୦ ସିଟ୍‌ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ର ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା କହିଛନ୍ତି। ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ଏଥି ପାଇଁ ଶ୍ରୀ ନଡ୍ଡା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରାଣାମ ଜଣାଉଛି। ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି। ଏନ୍‌ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି। ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି। କଂଗ୍ରେସ ଅନ୍ୟର ଭରସାରେ ବଞ୍ଚିଛି। ଅମରି ଲତା ଭଳି ବଢୁଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢୁଛି। କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍‌ ଇନ୍‌ ଜାପାନ, ମେଡ ଇନ୍‌ ଚାଇନା, ମେଡ୍‌ ଇଡି ତାଇୱାନ ଲେଖାଯାଉଥିଲା। ଏବେ କିନ୍ତୁ ଭାରତରେ ମୋବାଇଲ ମୋବାଇଲ ଉତ୍ପାଦନ ହେଉଛି। ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ମେଡ୍‌ ଇନ୍‌ ଇଣ୍ଡିଆ ଲେଖା ରହୁଛି। କେବଳ ମୋବାଇଲ୍‌ ନୁହେଁ। ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି। ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଜେପି ବିଧାୟକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

ସେପଟେ କାର୍ଯ୍ୟକାରିଣୀ ପୂର୍ବରୁ ଦଳର ପଦାଧିକାରୀ ବୈଠକରେ ବି ଦଳ ଓ ସରକାରକୁ ନେଇ ହୋଇଛି ଚର୍ଚ୍ଚା ଆଲୋଚନା । ଯେଉଁଥିରେ ଉଠିଛି ‘୩ ସ’ ଥିଓରୀ । ୩ ସ ଅର୍ଥାତ୍ ସରକାର, ସଂଗଠନ ଓ ସାଧାରଣ ଲୋକ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ । ଲୋକଙ୍କ ସମସ୍ୟା ଓ ଗ୍ରାଉଣ୍ଡରୁ ସମସ୍ୟା ଆଣି ସଂଗଠନ ସରକାରଙ୍କୁ ଦେବ ଓ ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ ନେବ ।

ରାଜ୍ୟରେ ସରକାରଙ୍କ ମାସକର ଉପଲବ୍ଧି ପାଇଁ ବି ଧନ୍ୟବାଦ ଦେଇଥିଲେ ନେତା । କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ସହ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ପୁରୀରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ତିନି ରଥ ପରିକ୍ରମା କରିଛନ୍ତି ବିଜେପି ସଭାପତି । ନଡ୍ଡାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

Previous Post

ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ୍ ଜେନେରାଲ

Next Post

ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

FNN WEB

FNN WEB

Next Post
ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.