ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ହେଲେ ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରଚୁର ବର୍ଷା ହୋଇଛି। ଏହା ଖୁସିର କଥା ଯେ ଜଳଭଣ୍ଡାର ସ୍ଥିତି ବଢିଛି। ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା । ଏହି ବର୍ଷା ଭଲ। ପାହାଡିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ହୋଇଛି। କାରଣ ମାଲକାନଗିରିର ବହୁତ ସ୍ଥାନରେ ୨୦୦ ରୁ ୨୨୧ ମିମି ବର୍ଷା ହୋଇଛି। ଫଳରେ ରାସ୍ତା ବୁଡିଛି। ଗତ ବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି। ଇନ୍ଦ୍ରାବତୀରେ ଏବେ ୧୪ ପ୍ରତିଶତ ପାଣି ଅଛି। ଗତ ବର୍ଷ ଏହି ସମୟରେ ୨୧ ପ୍ରତିଶତ ଥିଲା। ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ। ଏବେ ବି ୧୧ ଫୁଟ ତଳେ ଅଛି। ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଏବେ ୨ ମିଟର କମ ଅଛି। ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ। ବୈତରଣୀ, ବ୍ରାହ୍ମଣୀ ବେସିନରେ ବର୍ଷା ଅଛି। ଜଳଭଣ୍ଡାର ସ୍ଥିତି ସୁଧୁରିବାର ଗୋଟେ ହିଁ ଉପାୟ ବର୍ଷା। ଜୁନ ୧ ରୁ ସବୁଠାରେ ଫ୍ଲଡ କଣ୍ଟ୍ରଲ ରୁମ ଖୋଲା ଯାଇଛି। ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି।














