• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍: ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ

FNN WEB by FNN WEB
July 23, 2024
in ଜାତୀୟ, ମୁଖ୍ୟ ଖବର
0
ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍: ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ
0
SHARES
10
VIEWS

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ପିଏମଙ୍କ ୨ ଲକ୍ଷ କୋଟିର ପ୍ୟାକେଜ୍
ବିହାର-ଆନ୍ଧ୍ର ଉପରେ ଯୋଜନା ବର୍ଷାକୁ ନେଇ ତେଜିଲା ରାଜନୀତି
ସୀମା ଶୁଳ୍କ ହ୍ରାସ ପରେ ଶସ୍ତା ସୁନା, ରୁପା, ପ୍ଲାଟିନମ୍, ମୋବାଇଲ ଫୋନ୍

ନୂଆଦିଲ୍ଲୀ: ବିକଶିତ ଭାରତ ଲକ୍ଷ୍ୟରେ ୯-ସୂତ୍ରୀ ବଜେଟ୍। ନିର୍ମଳାଙ୍କ ଫୋକସରେ ୯ଟି କ୍ଷେତ୍ର। କୃଷି, ନିଯୁକ୍ତି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ନବସୃଜନ ଓ ନୂଆ ପୀଢ଼ି ସଂସ୍କାର। ଦେଶର ୪ କୋଟିରୁ ଅଧିକ ଯୁବବର୍ଗଙ୍କ ନିଯୁକ୍ତି, ଦକ୍ଷତା ବିକାଶ ଓ ଅନ୍ୟ ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନ୍ତର୍ଗତ ୫ଟି ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ ବର୍ଷ ଭିତରେ ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ । ନ୍ୟୁ ଇନକମ୍ ଟ୍ୟାକ୍ସ ରେଜିମ ପ୍ରତି ଅଧିକରୁ ଅଧିକ ଆୟକରଦାତାଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନୂଆ ଆୟକର ବ୍ୟବସ୍ଥାକୁ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବଢ଼ାଇଛନ୍ତି। ତେବେ ପୁରୁଣା ଆୟକର ବ୍ୟବସ୍ଥା ଅର୍ଥାତ୍ ଓଲ୍ଡ ଇନକମ୍ ଟ୍ୟାକ୍ସ ରେଜିମରେ ଏହା ୫୦ ହଜାର ଟଙ୍କାରେ ଅପରିବର୍ତ୍ତିତ ରହିଛି। ସେହିପରି ପେନସନ୍ ଭୋଗୀ ଆୟକରଦାତାଙ୍କ ପାଇଁ ବି ନୂଆ ବ୍ୟବସ୍ଥାରେ ରିହାତିକୁ ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବଢ଼ାଯାଇଛି। ଏଥିରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କ ପାଇଁ ଆୟକର ଶୂନ୍ୟ ରହିଛି। ସେହିପରି ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକରକୁ ୫ ପ୍ରତିଶତରେ ସୀମିତ ରଖାଯାଇଥିଲା ବେଳେ ୭ ଲକ୍ଷରୁ ୧୦ ଲକ୍ଷ ପାଇଁ ୧୦ ପ୍ରତିଶତ, ୧୦ ଲକ୍ଷରୁ ୧୨ ଲକ୍ଷ ପାଇଁ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପାଇଁ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକରକୁ ୩୦ ପ୍ରତିଶତ

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା। EPFOରେ ଯୋଡ଼ି ହୋଇଥିବା ନୂଆ ଚାକିରିଆଙ୍କୁ ସରକାର ଦେବେ ଗୋଟିଏ ମାସର ବେତନ। ଡିବିଟି ମାଧ୍ୟମରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ୩ଟି କିସ୍ତିରେ ମିଳିବ। ମାସିକ ୧ ଲକ୍ଷ ଟଙ୍କା ଦରମା ଏହାର ଯୋଗ୍ୟତା ସୀମା ଥିବା ବେଳେ, ଏହାଦ୍ବାରା ୨ କୋଟି ୧୦ ଲକ୍ଷ ଯୁବକଯୁବତୀ ଲାଭ ପାଇବେ ।

ସେହିପରି ୧ କୋଟି ଯୁବକଯୁବତୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା କରାଯାଇଛି। ୫ଶହଟି ଟପ୍ କଂପାନୀରେ ୧୨ ମାସର ଇଣ୍ଟର୍ଣ୍ଣସିପ୍ ବେଳେ ଏକକାଳୀନ ୬ହଜାର ଟଙ୍କା ବାଦ୍ ମାସିକ ୫ହଜାର ଟଙ୍କା ଭତ୍ତା ଦିଆଯିବ। ୨୦ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୧ହଜାର ITI ର ଉନ୍ନତିକରଣ ହେବ । ଏଥିସହ ଏଜୁକେସନ ଲୋନ୍ ୧୦ ଲକ୍ଷ ଟଙ୍କାକୁ ଏବଂ ମଡେଲ୍ ସ୍କିଲ ଲୋନ୍ ସାଢ଼େ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବଜେଟ୍ ପ୍ରାବଧାନ କରାଯାଇଛି। MSMEକୁ ପ୍ରୋତ୍ସାହନ ପାଇଁ ମୁଦ୍ରା ଯୋଜନାରେ ଋଣ ସୁବିଧା ୧୦ ଲକ୍ଷରୁ ୨୦ ଲକ୍ଷକୁ ବଢ଼ାଯିବ। ଏଥିସହ ନାବାଳକ ଓ ନାବାଳିକାଙ୍କ ପାଇଁ NPS ବାତ୍ସଲ୍ୟ ଆରମ୍ଭ ହେବ ବୋଲି ଘୋଷଣା ହୋଇଛି ।

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ୧ ଲକ୍ଷ ୫୨ ହଜାର କୋଟିର ବଜେଟ୍ ପ୍ରାବଧାନ ରଖାଯାଇଛି। ସେଭିତରେ ଜୈବିକ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ପ୍ରୋତ୍ସାହନ ମିଳିବା ନେଇ ଘୋଷଣା କରାଯାଇଛି। ଏହାବାଦ୍ ବଜାରକୁ ୩୨ଟି ଫସଲର ୧୦୯ଟି ଅଧିକ ଅମଳକ୍ଷମ ଓ ଜଳବାୟୁ ସହଣି ଶକ୍ତି ଥିବା ବିହନ ଛଡ଼ାଯିବ। ୧୦ ହଜାର ବାୟୋ-ଇନପୁଟ ରିସୋର୍ସ ସେଣ୍ଟର ପ୍ରତିଷ୍ଠା ହେବ।

ଅନ୍ୟ ଘୋଷଣା ଗୁଡ଼ିକ ମଧ୍ୟରେ ରହିଛି- ପିଏମ୍ ଆବାସ ଯୋଜନାରେ ଅଧିକ ୩ କୋଟି ଗୃହ ନିର୍ମାଣ, ୨୫ ହଜାର ଗାଁକୁ PMGSYରେ ପକ୍କା ସଡ଼କ, ୫ କୋଟି ଅଦିବାସୀଙ୍କ ବିକାଶ ପାଇଁ ୬୩ ହଜାର ଗାଁରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ ଏବଂ ୫ ରାଜ୍ୟ ବିହାର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମକୁ ସ୍ୱତନ୍ତ୍ର ବନ୍ୟା ନିୟନ୍ତ୍ରଣ ସହାୟତା।

ଆଜି ବଜେଟରେ ଏନଡିଏ ସହଯୋଗୀ ନୀତିଶ ଓ ଚନ୍ଦ୍ରବାବୁଙ୍କ ରାଜ୍ୟ ବିହାର ଓ ଆନ୍ଧ୍ର ଉପରେ ଯୋଜନାର ବର୍ଷା ହୋଇଛି। ବିହାରରେ ସଡ଼କ ନିର୍ମାଣ ପାଇଁ ୨୬ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯିବା ସହ, ନୂଆ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ଅନୁଦାନ ମିଳିବ। ସେପଟେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ପାଇଁ ୧୫ ହଜାର କୋଟି ସହିତ ପୋଲାଭରମ ପ୍ରକଳ୍ପ ଶୀଘ୍ର ସାରିବା ପାଇଁ ଆବଶ୍ୟକ ଅନୁଦାନ ଦେବା ବିଷୟ ଘୋଷଣା ହୋଇଛି। ଯାହାକୁ ନେଇ ରାଜନୀତି ତେଜିଥିବା ବେଳେ, କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ଅଭିଯୋଗ ଆଣି ରାଜ୍ୟସଭାରୁ ୱାକ୍ ଆଉଟ କରିଛନ୍ତି ସମସ୍ତ ବିଜେଡି ସାଂସଦ।

ବଜେଟରେ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫଣ୍ଡ କାର୍ଯ୍ୟକାରୀ କରାଯିବା ବିଷୟ ଘୋଷଣା କରାଯାଇଛି। ଏଥିସହ ଆଗାମୀ ୧୦ ବର୍ଷ ଭିତରେ ୫ ଗୁଣା ସ୍ପେଶ୍ ଇକୋନମି ବୃଦ୍ଧି ଲକ୍ଷ୍ୟରେ, ୧ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ଫଣ୍ଡ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି।

ଶସ୍ତା ହେଲା ସୁନା, ରୁପା ଓ ପ୍ଲାଟିନମ୍। କାରଣ, ବଜେଟରେ ଏସବୁ ଉପରୁ କଷ୍ଟମ ଡ୍ୟୁଟି ଅର୍ଥାତ୍ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ସୁନା ଉପରେ ସୀମା ଶୁଳ୍କ ୧୫ ପ୍ରତିଶତ ଥିଲା। ସେହିପରି ଏକ୍ସରେ ମେସିନ, ସୋଲାର ପ୍ୟାନେଲ, ସି-ଫୁଡ୍, ଚମଡା ଯୋତା, ପୋଷାକ, ତମ୍ବା ସାମଗ୍ରୀ, ଜାହାଜ ଉପକରଣ ଏବଂ ୨୫ ପ୍ରକାରର କ୍ରିଟିକାଲ୍ ମିନେରାଲ୍ସ ଅର୍ଥାତ ଖଣିଜ ବି ଶସ୍ତା ହୋଇଛି। ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ଉତ୍ପାଦ, ପେଟ୍ରୋକେମିକାଲ ଉତ୍ପାଦ, ଲାବ୍ରୋଟାରୀ କେମିକାଲ୍ସ, ପିଭିସି ଫ୍ଲେକ୍ସ ଏବଂ ବ୍ୟାନର୍ସ, ଆମୋନିୟମ ନାଇଟ୍ରେଟ୍, ସୋଲାର ଗ୍ଲାସ, ରୋଷ୍ଟେଡ୍ ନଟ୍ସ ଏବଂ ଟେଲିକମ୍ ଉପକରଣ ମହଙ୍ଗା ହୋଇଛି। ୨୦୧୫ରେ ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ଏତେ ବଡ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

Previous Post

ପ୍ରତିଶ୍ରୁତି ଦେଇ ଓଡ଼ିଶାବାସୀଙ୍କୁ ଧୋକା ଦେଇଛି ବିଜେପି: ନବୀନ ପଟ୍ଟନାୟକ

Next Post

ନୂଆ ବଜେଟର ୧୫ଟି ପ୍ରମୁଖ ଘୋଷଣା

FNN WEB

FNN WEB

Next Post
ନୂଆ ବଜେଟର ୧୫ଟି ପ୍ରମୁଖ ଘୋଷଣା

ନୂଆ ବଜେଟର ୧୫ଟି ପ୍ରମୁଖ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.