• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବଜେଟ୍‌କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି

FNN WEB by FNN WEB
July 26, 2024
in ଓଡ଼ିଶା, ମୁଖ୍ୟ ଖବର
0
ବଜେଟ୍‌କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି
0
SHARES
10
VIEWS

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସାଧାରଣ ଜନତା ଓ ବିଭିନ୍ନ ସଂଗଠନ


ଭୁବନେଶ୍ୱର: ଗତକାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧାରଣ ଜନତା ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଆସି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବିଶେଷକରି ଅନେକ ସଂଖ୍ୟାରେ କୃଷକ ଓ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଆସିଥିଲେ।

ବଜେଟ୍‌ରେ ହୋଇଥିବା ବ୍ୟବସ୍ଥାରେ ସମସ୍ତେ ଖୁସି। ସମସ୍ତଙ୍କୁ ମିଳିଛି ଆତ୍ମସନ୍ତୋଷ। ସେଥିପାଇଁ ରାଜ୍ୟର ଚାରିଆଡୁ ଲୋକ ଛୁଟି ଆସିଥିଲେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ। ସୁଦୁର ମାଲକାନଗିରିରୁ ମୟୁରଭଞ୍ଜ ଓ ବରଗଡରୁ ପୁରୀ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିଲେ ବିଭିନ୍ନ ବର୍ଗର ସଂଗଠନ ଓ ସାଧାରଣ ଲୋକ। ଭୁବନେଶ୍ୱରର ଅଧିକାଂଶ ୱାର୍ଡରୁ ମଧ୍ୟ ଆସିଥିଲେ ଲୋକ। ସେଥିରେ ଥିଲେ କୃଷକ ସଂଗଠନ, ମହିଳା ସଂଗଠନ, କଳାକାର ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ।

ବଜେଟ୍‌ଟି ସବୁ ଦୃଷ୍ଟିରୁ ଲୋକାଭିମୁଖୀ ହୋଇଛି ଏବଂ ସବୁ ବର୍ଗର ଲୋକଙ୍କ ହିତସାଧନ ହୋଇଛି ବୋଲି ଲୋକମାନେ ମତ ଦେଇଥିଲେ। ବିଶେଷକରି କୃଷକ ଓ ମହିଳାମାନଙ୍କ ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ବଜେଟ୍‌ଟି ବେଶ ସହାୟକ ହେବ ବୋଲି ସେମାନେ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହେଉଥାନ୍ତି ଓ ସେମାନେ ବଜେଟ୍‌ରେ କି ସୁବିଧା ପାଇଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କରୁଥାନ୍ତି। ଜିନ୍ଦାବାଦ୍ ଓ ହୁଳହୁଳି ଧ୍ୱନୀରେ କମ୍ପୁଥାଏ ରାଜ୍ୟ ଅତିଥି ଭବନ। ଚାଷୀ ଓ ମହିଳା ମାନଙ୍କୁ ସବୁଠାରୁ ଅଧିକ ଖୁସି ଦେଇଛି ସର୍ବନିମ୍ନ ସହାୟକ ମୂଲ୍ୟରେ ଏକାଥରେ ୮୦୦ ଟଙ୍କା ବୃଦ୍ଧି ଓ ସୁଭଦ୍ରା ଯୋଜନା

ଆଜି ଅନେକ ସଂଖ୍ୟାରେ କୃଷକ ଓ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଆସିଥିଲେ। ସେମାନେ ସମସ୍ତେ ବେଶ୍ ଖୁସି। ବରଗଡ଼ ଜିଲ୍ଲାର ଚାଷୀ ମାନେ ବହୁ ସଂଖ୍ୟାରେ ଆସିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଏକାଥରେ ୮୦୦ ଟଙ୍କା ବୃଦ୍ଧି ସେମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ପୂର୍ବରୁ କୌଣସି ସରକାର ଆମ ଚାଷୀ ମାନଙ୍କ ପାଇଁ ଏମିତି ଚିନ୍ତା କରି ନ ଥିଲେ। ଆମେ ବହୁତ୍ ଖୁସି।

ସେହିପରି ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ମଧ୍ୟ ଖୁବ୍ ଖୁସି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ସଂଗଠନ ମାନେ ୫୦ ହଜାର ଟଙ୍କାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ। ଏହା ଆମର ଆର୍ଥିକ ସ୍ଵାଧୀନତା ପାଇଁ ଖୁବ୍ ସହାୟକ ହେବ ବୋଲି ସେମାନେ କହିଥିଲେ। ଏହା ଆମ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେମାନେ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଧନ୍ୟବାଦ ଦେଲେ ଶହୀଦ ମାଧୋ ସିଂହ’ଙ୍କ ଦାୟଦ
ଅତିଥି ଭବନରେ ଲୋକଙ୍କ ଭିଡ ଭିତରେ ଥିଲେ ଲୋକେଶ ପରସିଂହ ବରିହା। ସେ ହେଉଛନ୍ତି ଶହୀଦ ମଧୋ ସିଂହ’ଙ୍କ ବଂଶଧର। ସେ ବରଗଡ ଜିଲ୍ଲା ଭଟଲିର ଘେଁସ୍ ଅଞ୍ଚଳର ନିବାସୀ। ଆଜି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସେ କହିଥିଲେ ଯେ ଆମର ପୂର୍ବଜ ଯେ କି ଦେଶ ପାଇଁ ସର୍ବଶ୍ରେଷ୍ଠ ବଳିଦାନ ଦେଇଥିଲେ ତାଙ୍କ ନାମରେ ଏକ ଯୋଜନା କାର୍ଯ୍ୟକାରୀ ହେବା ଖୁସିର କଥା। ସେଥିପାଇଁ ବରଗଡରୁ ମୁଁ ବ୍ୟକ୍ତିଗତ ଭାବେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲି। ଏହା ଦ୍ୱାରା ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ଓ ପିଲାମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ। ଏଥିପାଇଁ ମୁଁ ବହୁତ ଖୁସି ବୋଲି ସେ କହିଥିଲେ।

କୃତଜ୍ଞତା ଜଣାଇଲେ ଅଶିତିପର ଦମ୍ପତ୍ତି
ଭିଡ ଭିତରେ ଥିଲେ ଭୁବନେଶ୍ୱର କପିଳପ୍ରସାଦରୁ ଆସିଥିବା ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ବୟସ ୮୫ ବର୍ଷ। ସାଙ୍ଗରେ ଥିଲେ ତାଙ୍କ ପତ୍ନୀ। ଉଭୟ ଧନ୍ୟବାଦ ଜଣାଇବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଭତ୍ତା ବୃଦ୍ଧି ଯୋଗୁ। ସେ କହିଲେ ପୂର୍ବରୁ ଆମେ ୧ ହଜାର ଟଙ୍କା ପାଉଥିଲୁ ଏବେ ଆମେ ୩୫୦୦ ଟଙ୍କା ପାଇବୁ । ଆମେ ଏଥିରେ ଖୁସିରେ ଚଳିବୁ। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଆଶୀର୍ବାଦ କରିଥିଲେ। ସେ କହିଥିଲେ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏତେ ନିକଟରୁ ମିଶି ନ ଥିଲୁ କି ଏଭଳି ମର୍ଯ୍ୟଦା ପାଇନଥିଲୁ। ଏଥିପାଇଁ ବହୁତ ଖୁସି ଲାଗୁଛି ।

କେନ୍ଦୁଝର ଘଟଗାଁ’ର ଲୋକ ମା’ଙ୍କ ମନ୍ଦିରର ଉନ୍ନତି ପାଇଁ ଦେଲେ ଧନ୍ୟବାଦ
କେନ୍ଦୁଝର ଘଟ ଗାଁ ର ଲୋକମାନେ ଖୁବ୍ ଖୁସି। ମୁଖ୍ୟମନ୍ତ୍ରୀ ବଜେଟ୍ ମା’ଙ୍କ ମନ୍ଦିରର ବିକାଶ ପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏହା ସହିତ ଘଟଗାଁ କୁ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ଆଜି ଶତାଧିକ ଲୋକ କେନ୍ଦୁଝର ଘଟ ଗାଁରୁ ଆସି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ଭୁବନେଶ୍ୱର ୱାର୍ଡ ନଂ-୨୭ରୁ ନିଳାଦ୍ରୀ ଦିଗାଲ୍ ନାମକ ଜଣେ ଅଶିତିପର ବୟୋଜେଷ୍ଠା ମହିଳା ଆସିଥିଲେ ଭତ୍ତା ବୃଦ୍ଧି ହେତୁ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ସେ ଆଶୀର୍ବାଦ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଧାମନଗର, ବରଗଡ, ଘଟଗାଁ, ପିପିଲିର କୃଷକ ସଂଗଠନ, ବରଗଡର କଳାକାର ସଂଘ, ଓଡିଶା ଅଭିଭାବକ ମହାମଞ୍ଚ, ମାଲକାନଗିରି ଶହୀଦ ନରସିଂହ ଡମ୍ ସମାଜ, ରାଜ୍ୟ ମହିଳା ମୋର୍ଚ୍ଚାର ସଦସ୍ୟାଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ଏବଂ ୱାର୍ଡ ନଂ-୧୯,୨୮,୩୦,୩୩,୩୪,୩୭,୪୦,୪୨,୪୩,୪୬,୪୭ ଓ ୬୫ର ସାଧାରଣ ଜନତା, ଶହୀଦ ନଗର ଦୁର୍ଗାପୂଜା ସମିତିର ସଦସ୍ୟ, ଶହୀଦ ନଗର ହାଟ ବ୍ୟବସାୟୀ ସଂଘ, ପାରାମେଡିକାଲ ଆସୋସିଏସନ୍, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସୁରଟ ଓଡିଆ ୱେଲ୍‌ଫେଆର ଆସୋସିଏସନ୍‌ ଭଳି ୫୦ ରୁ ଅଧିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଭେଟିଥିଲେ।

Previous Post

ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

Next Post

ଅଗ୍ନିବୀରଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ମିଳିବ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଅଗ୍ନିବୀରଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ମିଳିବ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

ଅଗ୍ନିବୀରଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ମିଳିବ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.