ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି
ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ । ସେମାନେ ହେଲେ ଅଜିତ ସାମଲ ଓ ଟି. ବିକାଶ ରାଓ । ଜଣଙ୍କର ଘର ରାଉରକେଲା ମାଲଗୋଦାମ ଅଞ୍ଚଳରେ ଓ ଅନ୍ୟ ଜଣେ ରେଲୱେ କଲୋନୀ ବାସିନ୍ଦା । ଆଜି ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ ।
ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଏହି ଦୁର୍ଘଟଣା ହୋଇଥିଲା । ଲାଇଚ୍ୟୁତ ହୋଇଥିଲା ୧୮ଟି ବଗି । ଏହା ଭିତରେ ରହିଛି ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ । କେମିତି ଓ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଟ୍ରେନ୍ ମ୍ୟାନେଜର କହିଛନ୍ତି, ପୂର୍ବରୁ ସେହି ରୁଟରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିଲା ।
ତାପରେ ଦୁର୍ଘଟଣାର ଶିକାର ହେଲା ହାୱଡା-ମୁମ୍ବାଇ ମେଲ୍ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି ।
ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ହେଉଛି ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ଟାଟାନଗର-ଇଟୱାରୀ ଏକ୍ସପ୍ରେସ, ସାଲିମା-ଏଲଟିଟି ଏକ୍ସପ୍ରେସ ଟ୍ରେନ । ୪ଟି ଟ୍ରେନ୍ ସ୍ୱଳ୍ପ ବାତିଲ୍ ଓ ୧୭ଟି ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି ।
ଯାତ୍ରୀଙ୍କ ପାଇଁ ଚକ୍ରଧରପୁର ଷ୍ଟେସନରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଉଛି । ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।
ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪, ଚକ୍ରଧରପୁର-୦୬୫୮୭୨୩୮୦୭୨, ରାଉରକେଲା – ୦୬୬୧୨୫୦୧୦୭୨, ହାୱଡା – ୯୪୩୩୩୫୭୯୨୦ ଓ ରାଞ୍ଚି- ୦୬୫୧୨୭୮୭୧୧୫।