ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା । ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛି ବାଂଲା ସେନା ମୁଖ୍ୟ ।
ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ର ସବୁ ୟୁନିଟ୍କୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି ହୋଇଛି। ଖବର ଅନୁଯାୟୀ, ଶେଖ ହସିନା ଭାରତ ଦେଇ ଲଣ୍ଡନ ଯାଇପରନ୍ତି।