• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 16, 2024
in ଓଡ଼ିଶା, ମୁଖ୍ୟ ଖବର
0
ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
0
SHARES
5
VIEWS

୫୨ ବର୍ଷ ପରେ ଅଲମ୍ପିକ୍ସରେ ଲଗାତାର ପଦକ ଜିତି ଆମେ ରେକର୍ଡ ଭାଙ୍ଗିଲୁ: ଅମିତ୍‌ ରୋହିଦାସ୍

ଭୁବନେଶ୍ୱର : ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଶ୍ରୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମିତ୍‌ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଏକ ପବିତ୍ର ଦିନ। ଆଗାମୀ ଅଲମ୍ପିକ୍ସ ପାଇଁ ସଂକଳ୍ପର ଦିନ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଶୁଭେଚ୍ଛା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୨୮ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସରେ ଆମେ ସ୍ୱର୍ଣ୍ଣ ପଦକ ହାସଲ କରିବୁ ବୋଲି ଆଶାବ୍ୟକ୍ତ କରିଥିଲେ। ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।

ଅମିତ୍‌ଙ୍କ ହକି ଯାତ୍ରାର ସଫଳ କହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ଗଡ ଭାବେ ପରିଚିତ ସୁନ୍ଦରଗଡର ସଉନାମରା ଗାଁରେ ଅମିତ୍ ଜନ୍ମ ଗ୍ରହଣ କରିଥିଲେ। ଗାଁ ମାଟିରୁ ପାନ୍‌ପୋଷ ହଷ୍ଟେଲ ଓ ପାନ୍‌ପୋଷ ହଷ୍ଟେଲରୁ ଭାରତୀୟ ହକି ଦଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଗୌରବମୟ। ୨୦୧୭ରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଅମିତ୍‌ ରୋହିଦାସ୍‌ କହିଥିଲେ ଯେ ଓଡିଶାରେ ପହଞ୍ଚିବା ପାଇଁ ତାଙ୍କ ହୃଦୟ ବ୍ୟାକୁଳ ଥିଲା। ତେଣୁ ଭୁବନେଶ୍ୱର ପହଞ୍ଚି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବହୁତ ଖୁସି। ୫୨ ବର୍ଷ ପରେ ଆମେ (ଭାରତୀୟ ହକି ଦଳ) ଅଲମ୍ପିକ୍ସରେ ଲଗାତାର ପଦକ ଜିତି ରେକର୍ଡ ଭାଙ୍ଗିଛୁ ବୋଲି ସେ କହିଥିଲେ। ଓଡିଶା ଓ ଦେଶର କୋଟି କୋଟି କ୍ରୀଡାପ୍ରେମୀମାନଙ୍କ ଶୁଭେଚ୍ଛା ପାଇଁ ସେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ ଅଲମ୍ପିକ୍ସର ଜର୍ସି ଓ ମାସ୍କଟ ଉପହାର ଦେଇଥିଲେ। ସେହି ଜର୍ସିରେ ଭାରତୀୟ ଦଳର ସବୁ ଖେଳାଳୀମାନଙ୍କର ଦସ୍ତଖତ ରହିଛି। ଏହି ଜର୍ସି ନିଶ୍ଚିତ ଭାବେ ଓଡିଶାର ସବୁ ହକି ଖେଳାଳୀଙ୍କୁ ପ୍ରେରଣା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଓ କ୍ରୀଡା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

କିଟ୍‍ ଓ କିସରେ ସ୍ୱାଧୀନତା ଦିବସ

Next Post

ହକି ତାରକା ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

FNN WEB

FNN WEB

Next Post
ହକି ତାରକା ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ହକି ତାରକା ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.