• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବୃହତ ବିଜୟ, ଶାସକ ଦଳକୁ ଶକ୍ତ ଧକ୍କା

FNN WEB by FNN WEB
August 22, 2024
in ଓଡ଼ିଶା, ମୁଖ୍ୟ ଖବର
0
ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବୃହତ ବିଜୟ, ଶାସକ ଦଳକୁ ଶକ୍ତ ଧକ୍କା
0
SHARES
1
VIEWS

ଭୁବନେଶ୍ବର: ପଞ୍ଚାୟତ ଉପନିର୍ବାଚରେ ବିଜେଡିର ଦମଦାର ବିଜୟ । ରାଜ୍ୟର ୩ ବ୍ଲକ ଅଧ୍ୟକ୍ଷ, ଗୋଟିଏ ଉପାଧ୍ୟକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ହାସଲ କରିଛି ବୃହତ ବିଜୟ । ଭାପୁର ଓ ରାଇଘର ବ୍ଲକ ଅଧ୍ୟକ୍ଷ ସହ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଜିତି ନେଇଛନ୍ତି ବିଜେଡି ପ୍ରାର୍ଥୀ । ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦକୁ ନିଜ ଅକ୍ତିଆରରେ ରଖିଛି ବିଜେପି ।

ପଞ୍ଚାୟତ ଉପନିର୍ବାଚନରେ ପାଓ୍ବାର ଶୋ’ ଦେଖାଇଛି ବିଜେଡି । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ଏକତରଫା ବିଜୟ । ଅଭେଦ୍ୟ ରହିଲା ଭାପୁର ଓ ରାଇଘର ଗଡ଼ । ସାଧାରଣ ନିର୍ବାଚନର ଦୁଇ ମାସ ପରେ ଗାଁରେ ଦେଖାଦେଇଛି ରାଜନୀତି ତାତି । ରାଜ୍ୟରେ ଖାଲି ପଡ଼ିଥିବା ୩ ବ୍ଲକ ଅଧ୍ୟକ୍ଷ, ଗୋଟିଏ ଉପାଧ୍ୟକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଉପନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୩ ବ୍ଲକ ଅଧ୍ୟକ୍ଷ ପଦରୁ ୨ଟିରେ ବିଜେଡି ବିଜୟ ବାନା ଉଡ଼ାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି । ୩୨ ସଦସ୍ୟ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ବିଜେଡି ୩୧ ଓ ବିଜେପିର ଗୋଟିଏ ଆସନରେ ଜିତିଥିଲା । ଅଧ୍ୟକ୍ଷ ଥିବା ଗୀତାଞ୍ଜଳୀ ସେଠୀ ଇସ୍ତଫା ଦେଇ ସାଧାରଣ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲାର ଭାପୁର ଓ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକକୁ ବି ଦଖଲ କରିଛି ବିଜେଡି । ପୂର୍ବରୁ ମଧ୍ୟ ଏହି ଦୁଇ ପଞ୍ଚାୟତ ସମିତି ଶଙ୍ଖ ଦଖଲରେ ରହିଥିଲା । ସାଧାରଣ ନିର୍ବାଚନରେ ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଇସ୍ତଫା ଦେଇ ବିଜେଡିରୁ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ପ୍ରତିପକ୍ଷ କୌଣସି ପ୍ରାର୍ଥୀ ଦେଇ ନଥିବାରୁ ସେ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ରାଇଘର ବ୍ଲକରେ ଅଧ୍ୟକ୍ଷ ଥିବା ନବୀନା ନାୟକ ଉମରକୋଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ଏଠାରେ ପଦ ଖାଲି ପଡ଼ିଥିଲା । ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ୧୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀ ୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସେପଟେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଏବଂ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଦୁଇଦିନ ତଳେ ନିମାପଡ଼ା ଏନଏସି ଅନାସ୍ଥା ଭୋଟରେ ବିଜୟୀ ହୋଇଥିଲା ବିଜେଡି । ଗୋଟିଏ ଭୋଟ ନାକଚ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ଲାଗିଥିଲା ଶକ୍ତ ଝଟକା । ଏବେ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତକା ଓ ଗ୍ରହଣୀୟତାକୁ ପ୍ରମାଣିତ କରିଛି ।

Previous Post

ଗିନି ନ୍ୟାସ୍‍ନାଲ୍‍ କାଉନ୍‍ସିଲ୍‍ ଟ୍ରାନଜିସନ୍‍ ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଅଚ୍ୟୁତ ସାମନ୍ତ

Next Post

ସନ୍ତୋଷଜନକ ଉତ୍ତର ନଦେଲେ କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

FNN WEB

FNN WEB

Next Post
ସନ୍ତୋଷଜନକ ଉତ୍ତର ନଦେଲେ କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସନ୍ତୋଷଜନକ ଉତ୍ତର ନଦେଲେ କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.