ଭୁବନେଶ୍ୱର : ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ମଙ୍ଗଳାଙ୍କ ସଫଳତାରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ଏକ ମୋଵାଇଲ ଫୋନ୍ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସମ୍ବର୍ଦ୍ଧନାର ଉତ୍ତରରେ ମଙ୍ଗଳା କହିଥିଲେ ଯେ ପୂର୍ବ ସରକାର ସମୟରେ ସରକାରୀ ସ୍କୁଲ ପିଲା ଙ୍କ ପାଇଁ ହୋଇଥିବା ୧୫ ପ୍ରତିଶତ ସଂରକ୍ଷଣ ଯୋଗୁଁ ତାଙ୍କର ଡାକ୍ତର ହେବା ସ୍ବପ୍ନ ସାକାର ହୋଇଛି। ସେଥିପାଇଁ ସେ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।














