• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ସରକାର

FNN WEB by FNN WEB
September 11, 2024
in ଓଡ଼ିଶା, ମୁଖ୍ୟ ଖବର
0
ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ସରକାର
0
SHARES
1
VIEWS

ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା,
ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି କଳ କାରଖାନା। ପିଚୁ, ଗୋଡି, ବଜୁରିକୁ ମିଶ୍ରଣ କରି ନିର୍ମାଣ କରନ୍ତି ସୁନ୍ଦର ରାସ୍ତା। ତେଣୁ ଯଥାର୍ଥରେ ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାତା । ନିର୍ମାଣ କ୍ଷେତ୍ର କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରେ ନାହିଁ, ଏହା ମଧ୍ୟ ବ୍ୟାପକ କର୍ମସଂସ୍ଥାନ ଯୋଗାଇଥାଏ। ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳେ ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ବୈଷୟିକ ବିଦ୍ୟାର ସମିଶ୍ରଣ। ଭୁବନେଶ୍ୱରକୁ ଆଧୁନିକତାର ରୂପ ଦେବାର ବିନ୍ଧାଣୀ ହେଉଛନ୍ତି ଆମର ଏହି ଶ୍ରମିକ ଭାଇମାନେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ସେମାନେ କିପରି ସୁରକ୍ଷିତ ରହିବେ, ସେମାନଙ୍କ ଅଭାବ, ଅସୁବିଧା ସମୟରେ, ସେବା ନିବୃତ ହେବା ପରେ କିମ୍ବା ଦୁର୍ଘଟଣା ଅଥବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରର ମଙ୍ଗଳକୁ ଦୃଷ୍ଟିରେ ରଖି ଗଢା ହୋଇଛି ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’। ସେଥିପାଇଁ ସମସ୍ତେ ତାଙ୍କର ସାମାଜିକ ନିରାପତ୍ତା ପାଇବା ପାଇଁ ବୋର୍ଡରେ ନିଜ ନିଜର ନାମ ପଞ୍ଜିକୃତ କରିବା ଆବଶ୍ୟକ। ଅସୁବିଧା ସମୟରେ, ଏହି ସଂସ୍ଥା କେବଳ ଏକ ସରକାରୀ ସଂସ୍ଥା ନୁହେଁ, ବରଂ ଆପଣଙ୍କ ପ୍ରିୟ ବନ୍ଧୁ ଭାବେ ମଧ୍ୟ ସାବ୍ୟସ୍ତ ହେବ। ପ୍ରତି ଜିଲ୍ଲାରେ ଆପଣଙ୍କୁ ସାହଯ୍ୟ କରିବା ପାଇଁ ଶ୍ରମ ଅଧିକାରୀମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ‘ମୋ ସେବା’ ନାମରେ ଏକ ପୋର୍ଟାଲ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି। ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବୋର୍ଡ ପକ୍ଷରୁ ଏସବୁ ସୁବିଧା ସୁଯୋଗ କରାଯାଇଛି। ତେଣୁ ଆପଣମାନେ ସମସ୍ତେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ ରେ ସାମିଲ କରନ୍ତୁ ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ। ଆମ ସରକାର ଆପଣମାନଙ୍କ ସହିତ ଅଛି ଓ ସବୁବେଳେ ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ମାଣ କାର୍ଯରେ ନିୟୋଜିତ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ପରିବାର ସଦସ୍ୟକୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା। ସେ କହିଥିଲେ ଯେ ଆଜି ଆମେ ଯାହା ବି ଆଧୁନିକତା ଦେଖୁଛୁ ନିର୍ମାଣ ଶ୍ରମିକଙ୍କ ଏଥିରେ ମହତ୍ୱପୂର୍ଣ୍ଣ ଶ୍ରମଦାନ ରହିଛି। ପାଖାପାଖି ୪୩ ଲକ୍ଷ ନିର୍ମାଣ ଶ୍ରମିକ ବୋର୍ଡ ଦ୍ୱାରା ପଞ୍ଜିକୃତ ହୋଇଛନ୍ତି। ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସଚେତନ କରି ସେମାନଙ୍କ ନାମ ପଞ୍ଜିକରଣ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ଦିଗରେ ଆମ ଶ୍ରମଜୀବୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବିକଶିତ ଓଡିଶା ଗଠନରେ ନିର୍ମାଣ ଶ୍ରମିକଙ୍କ ବହୁତ ବଡ ଯୋଗଦାନ ରହିବ। ଆପଣଙ୍କ ସୁରକ୍ଷା ଆମ ପାଇଁ ବହୁ ଗୁରୁତ୍ୱ ରଖେ ଏବଂ ଆପଣମାନେ ମନରେ ବଡ ବଡ ସ୍ୱପ୍ନ ରଖନ୍ତୁ । ଏହା ଦ୍ୱାରା ରାଜ୍ୟ ଏବଂ ଆପଣଙ୍କ ପରିବାରର ବିକାଶ ହେବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରୁ ହିତାଧିକାରୀଙ୍କ ପରିବାରର ଏମ୍.ଟେକ୍ କରିଥିବା କାଦମ୍ବିନୀ ସାହୁ, ନିର୍ମାଣ ଶ୍ରମିକ କଲ୍ୟାଣ ଛାତ୍ରବୃତ୍ତି ସହାୟତା ଯୋଗୁ ଆଜି ଉଚ୍ଚ ଶିକ୍ଷା କରି ସେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଖଲିକୋଟ ଅଞ୍ଚଳର କାଠ ମିସ୍ତ୍ରୀ ନିରାକାର ମହାରଣା ସରକାରୀ ଅଧିକାରୀ ତାଙ୍କ ପାଖକୁ ଯାଇ ନାମ ପଞ୍ଜିକରଣ କରି ପରିଚୟ ପତ୍ର ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାର ପ୍ରଭାତି ନାୟକଙ୍କୁ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ଚେକ୍, ରେବତି ଦାସଙ୍କୁ ପ୍ରସୂତି କାଳୀନ ସହାୟତା ୧୦ ହଜାର ଟଙ୍କାର ଚେକ୍, ମଦନ ମହାଲିଙ୍ଗଙ୍କୁ ପୁଅର ଶିକ୍ଷାବୃତ୍ତି ପାଇଁ ୧୦ ହଜାର ଟଙ୍କାର ଚେକ୍, ମନମୋହନ ପ୍ରଧାନଙ୍କୁ ଝିଅର ଉଚ୍ଚ ଶିକ୍ଷା ପାଇଁ ୪୮ ହଜାର ଟଙ୍କାର ଚେକ୍ ଓ ସ୍ୱର୍ଗତ ନରେନ୍ଦ୍ର ବେହେରାଙ୍କ ପତ୍ନୀ ସୁଷମା ବେହେରାଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ସେହିପରି କଟକ ଜିଲ୍ଲାର ସୁଶିଳା ପ୍ରଧାନ ଓ ବିନୋଦିନୀ ଦେବତାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସ୍ୱଭାବିକ ମୃତ୍ୟୁ ପାଇଁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଟଙ୍କା, ବାଲୋ ବିବି ଓ ହିରୋ ମଲିକଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଟଙ୍କା ଏବଂ ଦିଲ୍ଲିପ ସାହୁଙ୍କ ଝିଅ ପାଇଁ ଶିକ୍ଷାବୃତ୍ତି ବାବଦକୁ ୪୮ ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସ୍ୱାଗତ ଭାଷଣ ଦେଇଥିଲେ ଓ ଶ୍ରମ କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବହୁସଂଖ୍ୟକ ଶ୍ରମିକ ଉପସ୍ଥିତ ଥିଲେ।

Previous Post

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ, ଦୂର ହେଲା ଓଟିପି ସମସ୍ୟା

Next Post

ନୂଆଦିଲ୍ଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ

FNN WEB

FNN WEB

Next Post
ନୂଆଦିଲ୍ଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ

ନୂଆଦିଲ୍ଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.