ଭୁବନେଶ୍ବର: ଓଡ଼ିଶାର କୋଇଲା ରୟାଲଟି ବୃଦ୍ଧି ନ କରାଯିବା ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ୧୨ ବର୍ଷ ହେଲା କୋଇଲା ରୟାଲଟି ରିଭାଇଜ ହୋଇନାହିଁ। ଶେଷଥର ପାଇଁ ୧୦ ମେ ୨୦୧୨ରେ କୋଇଲା ରୟାଲଟି ବୃଦ୍ଧି କରାଯାଇଥିଲା। ୧୨ ବର୍ଷ ହେଲା ରୟାଲଟି ବୃଦ୍ଧି ହୋଇନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ବାରମ୍ବାର ଚିଠି ଲେଖିଥିଲେ ୨୦ ପ୍ରତିଶତ ରୟାଲଟି ବୃଦ୍ଧି ପାଇଁ। ଏଥିପାଇଁ ବର୍ଷକୁ ୧୦ ହଜାର କୋଟି ଟଙ୍କା ଓଡିଶା ହରାଉଛି। ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିରବ କାହିଁକି ବୋଲି ପ୍ରଶ୍ନ ଉଠାଇଲା ବିଜେଡି। ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି ଓ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ତେଣୁ ସତସହସ ସହ ଏ ସମ୍ପର୍କରେ ମୁହଁ ଖୋଲିବେ ନା ନାହିଁ ବୋଲି ବିଜେଡ଼ି ପ୍ରଶ୍ନ ଉଠାଇଛି।ବିଜେପିରେ ହାଇକମାଣ୍ଡ କଲଚର ଅଛି କିନ୍ତୁ ଏ ସମ୍ପର୍କରେ ଚୁପ ନ ରୁହନ୍ତୁ। ଓଡ଼ିଶାର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ପାଟି ଖୋଲନ୍ତୁ। ଓଡିଶା କିଭଳି ୧୦ ହଜାର କୋଟି ପାଇବ ସେ ନେଇ ପଦକ୍ଷେପ ନେବାକୁ ଦାବି ରଖନ୍ତୁ ବୋଲି କହିଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ସାହସ ବାନ୍ଧନ୍ତୁ ମୁଖ୍ୟମନ୍ତ୍ରୀ।
ବିଜେପିକୁ ଦୁଇଟି ପ୍ରଶ୍ନ ପଚାରିଲା ବିଜେଡି। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିବେ କି ନାହିଁ। ନଚେତ ମୋହନ ମାଝୀ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ବୋଲି ଓଡ଼ିଶାବାସୀ ଭାବିନେବେ ବୋଲି କହିଲା ବିଜେଡି। ଏଥିସହିତ କୋଇଲା ରୟାଲଟିକୁ ନେଇ ୧୦ ହଜାର କୋଟି କେବେ ରାଜ୍ୟ ପାଇବ ସେ ନେଇ କଥା ରଖିବେ କି ନାହିଁ ବୋଲି ପ୍ରଶ୍ନ ଉଠାଇଲା ବିଜେଡି। ନ ହେଲେ ଏହା ପ୍ରମାଣିତ ହେବ ଯେ ମୋହନ ମାଝୀଙ୍କ ଲକ୍ଷ୍ୟ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ ବରଂ ଦଳୀୟ ନେତାଙ୍କ ସ୍ୱାର୍ଥ ପାଇଁ ବୋଲି ଲୋକେ ଧରିନେବେ ବୋଲି କହିଲେ ସସ୍ମିତ ପାତ୍ର।