• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବନ୍ୟାପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
September 18, 2024
in ଓଡ଼ିଶା, ମୁଖ୍ୟ ଖବର
0
ବନ୍ୟାପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
0
SHARES
2
VIEWS

ବାଲେଶ୍ବରରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ, ରିଲିଫ୍ ପ୍ରଦାନ ପାଇଁ ନିର୍ଦ୍ଦେଶ
ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ, ଓଡ୍ରାଫ ବାହିନୀ ଓ ଏନଡିଆରଏଫ ଟିମ୍ ନିୟୋଜିତ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ବର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଦାସ, ଜିଲ୍ଲାର ବିଧାୟକ ବୃନ୍ଦ, ଆରଡିସି, ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ବନ୍ୟା ଦ୍ବାରା କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା, ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରୀୟ ଏକ ସ୍ବାସ୍ଥ୍ୟ ସେବା ଟିମ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଘେରରେ ଥିବା ବାସଗୃହ ଓ ସ୍କୁଲ ଘର ଗୁଡିକୁ ବିଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପ୍ରଭାବିତ ଲୋକମାନଙ୍କୁ ଠିକ୍ ଭାବେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ବୁଝିଥିଲେ। ଆବଶ୍ୟକ ସ୍ଥଳେ ଏହି ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଆଉ ଅଧିକ ଦିନ ବଢାଇବା ପାଇଁ କହିଥିଲେ। ଘର ଭାଙ୍ଗିଥିବା ଲୋକମାନଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତି ରଖି କହିଲେ ଯେ ବାଲେଶ୍ବର ଜିଲ୍ଲାରେ ଏହି ବର୍ଷା ଜନିତ ବନ୍ୟାରେ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଛନ୍ତି ଏବଂ ୮ହଜାର ହେକ୍ଟର ଜମି ଜଳ ମଗ୍ନ ଅବସ୍ଥାରେ ଅଛି। ବିଶେଷ କରି ଭୋଗରାଇ, ଜଳେଶ୍ବର ଓ ବାଲିଆପାଳ ବ୍ଲକର ୩୫ଟି ଗ୍ରାମ ପଞ୍ଚାୟତ ବହୁଳ ଭାବେ ପ୍ରଭାବିତ ହୋଇଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ପୂର୍ଣ୍ଣିମା ପରେ ଆଉ ଗୋଟିଏ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତଳିଆ ଅଞ୍ଚଳରେ ପାଣି ପଶିଥିବା ଗ୍ରାମରୁ ପ୍ରାୟ ୨ହଜାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେଠାରେ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଯୋଗାଯୋଗ ବିଛିନ୍ନ ହୋଇଥିବା ଗ୍ରାମ ଗୁଡିକରେ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି। ଆବଶ୍ୟକ ସ୍ଥଳେ ଆଉ ଅଧିକ ଟିମ୍ ନିୟୋଜିତ ହେବେ। ସୁବର୍ଣ୍ଣରେଖା ଓ ଜଳକା ନଦୀର ଗତିବିଧିକୁ ନଜର ରଖି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ୨୪ ଘଣ୍ଟା ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତି, ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ମତ ନିଆଯାଇଛି । ଜିଲ୍ଲାପାଳ ମଧ୍ୟ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Previous Post

ରତ୍ନଭଣ୍ଡାର ଯାଞ୍ଚ କଲା ଏଏସଆଇ

Next Post

ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର

FNN WEB

FNN WEB

Next Post
ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର

ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.