• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆମ ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
September 19, 2024
in ଓଡ଼ିଶା, ମୁଖ୍ୟ ଖବର
0
ଆମ ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ: ମୁଖ୍ୟମନ୍ତ୍ରୀ
0
SHARES
1
VIEWS


ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ

ଭୁବନେଶ୍ୱର : ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନତାଙ୍କ ଆଶୀର୍ବାଦରେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ ପୂରଣ ହେବ । ଏହାର ମୂଳଦୁଆ ପ୍ରଥମ ୫ ବର୍ଷରେ ପଡିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇ ସାରିଛି। ବିକଶିତ ଭାରତରେ ଓଡିଶା ନିଶ୍ଚିତ ଭାବରେ ବିକାଶର ରେଳ ଗାଡିରେ ପ୍ରଥମ ବଗି ହେବ।

ଅଭିଭାଷଣର ଆରମ୍ଭରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କହିଥିଲେ, “ମହାପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ଓଡ଼ିଶାର ଲୋକଙ୍କ ପାଇଁ କାମ କରିଯିବା ପାଇଁ ଉତ୍ସାହ ତଥା ପ୍ରେରଣା ଯୋଗାଇ ଦେଉଥାନ୍ତୁ। ଏ ଜାତି ମହାପ୍ରଭୁଙ୍କ ଆଶୀର୍ବାଦ ବିନା ନିଃସ୍ଵ। ସେ ଆମ ମୂରବୀ। ଆଜି ଯେତେବେଳେ ଆମେ ଆମ ସରକାରର ଶହେ ଦିନ ପୂରଣ କରୁଛୁ, ମହାପ୍ରଭୁଙ୍କୁ କୃତଜ୍ଞତାର ସହିତ ମନେ ପକାଉଛୁ। ତାଙ୍କ ଆଶୀର୍ବାଦ ହିଁ ଆମ କର୍ମ ପ୍ରବଣତାର କାରଣ। ସେ ହିଁ କର୍ତ୍ତା, ଆମେ କେବଳ ଦାୟିତ୍ଵ ନିର୍ବାହ କରୁଛୁ। ଆଜି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇ ମୁଁ ନିଜକୁ କୃତାର୍ଥ ମନେ କରୁଛି।”

ଉତ୍କଳମଣି ଗୋପବନ୍ଧୁଙ୍କ ଏକ ପ୍ରସିଦ୍ଧ ପଂକ୍ତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତି, ପ୍ରଜା ଇଚ୍ଛା ଅଭିମତ, ରାଜ୍ୟ ମୂଳ ଭିତ୍ତି” ସେ କହିଥିଲେ ଯେ ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ। ଲୋକ ମତ, ଲୋକ ହିତ ଓ ଲୋକ ସ୍ବାର୍ଥ ହିଁ ସର୍ବୋପରି। ଆମ ସରକାର ଲୋକଙ୍କ ସମର୍ଥନରେ ଗଢା ହୋଇଥିବା ଲୋକଙ୍କ ସରକାର। ଦୀର୍ଘ ଚବିଶ ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତନ ଘଟିଛି କେବଳ ଲୋକଙ୍କ ପାଇଁ। ଲୋକଙ୍କ ଠାରୁ ଦୂରେଇ ଗଲେ, ଲୋକ ବିରୋଧୀ ହେଲେ, ଲୋକଙ୍କ ସମସ୍ୟାକୁ ଅବହେଳା କଲେ ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରମାଣିତ ହୋଇଛି ୨୦୨୪ ନିର୍ବାଚନରେ। ପୂର୍ବ ସରକାର ନିଜ ସ୍ବାର୍ଥ ପୂରଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭୋଟ ରାଜନୀତି ପାଇଁ ବ୍ୟବହାର କରିଥିଲେ। ଏହାଠାରୁ ନୀଚ୍ଚ କାର୍ଯ୍ୟ ଆଉ କଣ ହୋଇପାରେ ବୋଲି ସେ ମତ ଦେଇଥିଲେ।

ନିର୍ବାଚନର ସଂକଳ୍ପ କଥା ଉଲ୍ଲେଖ କରି ସେ କହିଲେ ଯେ, ନିର୍ବାଚନ ସମୟରେ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ ଓ ଆମର ସଂକଳ୍ପକୁ ଘୋଷଣା କରିଥିଲୁ। ଏହା ଲୋକଙ୍କ ପ୍ରତି ଆମ ଦାୟିତ୍ୱବୋଧର ପ୍ରତିଫଳନ ଥିଲା। ଆମ ଦଳର ନେତୃବୃନ୍ଦ ଲୋକଙ୍କ ମତକୁ ଗୁରୁତ୍ବ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂକଳ୍ପ ପତ୍ର ତିଆରି କରିଥିଲେ। ଆମ ପାଇଁ ଆମ ସଂକଳ୍ପ ପତ୍ର ଆମ ଧର୍ମଗ୍ରନ୍ଥ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆଜି ଆମ ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନ ପୂରଣ କରୁଛି। ଖୁସିର କଥା ଯେ ଆମେ ଲୋକଙ୍କ ସରକାର ହିସାବରେ ନିଜକୁ ପ୍ରତିପାଦିତ କରିଛୁ। ଏ କଥା ଆମେ କହୁନାହୁଁ, ଆପଣ ମାନେ ଓ ଗଣମାଧ୍ୟମ ଏହା କହୁଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣା ଯାଉ ନ ଥିଲା। ସରକାରୀ ଅଧିକାରୀ ମାନଙ୍କ ଦୟାରେ ଲୋକେ ରହିଥିଲେ। ଆମେ ଏଥିରେ ପରିବର୍ତ୍ତନ ଆଣିଛୁ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି। ଅଭିଯୋଗ ଶୁଣାଣୀ ଦ୍ଵାରା ଅନେକ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆସିଥାଏ ଓ ସେସବୁର ପ୍ରତିକାର ସମ୍ଭବ ହୋଇଥାଏ। ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଜନ ଶୁଣାଣି କରୁଛୁ। ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ସେ କହିଥିଲେ।

ସରକାରଙ୍କ ବିଶ୍ୱସନୀୟତା ନିର୍ଭର କରିଥାଏ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ। ମିଛ ପ୍ରଚାର ଓ ମିଛ ପରିସଂଖ୍ୟାନ ଲୋକ ସମସ୍ୟାର ସମାଧାନ ନୁହେଁ। ଆମ ସରକାର କୌଣସି ଘରୋଇ ସଂସ୍ଥାର ପ୍ରମାଣପତ୍ର ଲୋଡେନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆମେ କିଭଳି କାମ କରୁଛୁ, ସେକଥା ଲୋକେ କହିବେ ଓ ଲୋକେ ବିଚାର କରିବେ। ତେଣୁ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ନିର୍ଦିଷ୍ଟ ସମୟ ଭିତରେ ପୂରଣ କରିବା ପାଇଁ ପ୍ରଚେଷ୍ଟା କରି ଚାଲିଛୁ।

ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରାଚୀରକୁ ହଟା ଯାଇଛି ବୋଲି ପ୍ରକାଶ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଆମେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲୁ। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନର ସୁରକ୍ଷା କରିବା ଆମର ପ୍ରଥମ ପଦକ୍ଷେପ ଥିଲା। ଭକ୍ତଙ୍କ ଭାବାବେଗ ସହିତ ସମ୍ପର୍କିତ ଏହି ନିଷ୍ପତ୍ତି ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରତିବନ୍ଧକ ସବୁକୁ ଦୂର କରିଥିଲା।

ଓଡିଆ ଅସ୍ମିତା ଓ ସ୍ୱାଭିମାନ ଉପରେ ଆଲୋକପାତ କରି ସେ କହିଲେ ଯେ, ଗତ କିଛି ବର୍ଷ ଧରି ଓଡ଼ିଆ ଅସ୍ମିତା, ଭାଷା, ସ୍ୱାଭିମାନ, ପରିଚୟ ଅବହେଳିତ ହୋଇଥିଲା। ୨୦୨୪ ନିର୍ବାଚନର ଲୋକେ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିଷ୍ଠା ପାଇଁ ମତ ପ୍ରଦାନ କରିଥିଲେ। ଆମେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସହିତ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିପାଦନ ନିମନ୍ତେ ୨୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ଗଠନ କରିଛୁ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଆମେ ନିଷ୍ପତ୍ତି ନେଇଛୁ। ଶ୍ରୀମନ୍ଦିରର ଉନ୍ନତି ପାଇଁ ଆମ ସରକାର ୫୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ର ବ୍ୟବସ୍ଥା କରିଛନ୍ତି।

ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଥିଲା ଆମର ବଡ ପ୍ରତିଶୃତି। ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ଆମେ ଏହାକୁ କାର୍ଯ୍ୟକାରୀ କରିଛୁ। ଚାଷୀ ଭାଇ ମାନେ ୪୮ ଘଣ୍ଟା ଭିତରେ ଏହି ମୂଲ୍ୟ ପାଇବେ। ଚାଷୀ ଭାଇ ମାନଙ୍କ ପାଇଁ ଆମେ ସିଏମ୍ – କିସାନ ଯୋଜନା ଆରମ୍ଭ କରିଛୁ। ପିଏମ – ସମ୍ମାନ ନିଧି ସହିତ ସଂଯୁକ୍ତ ହୋଇ ଏହା ଚାଷୀ ଭାଇ ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବ। ଯୋଉ ଚାଷୀ ମାନେ, ଆଜି ପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ଏକ ପୋର୍ଟାଲ ଆରମ୍ଭ କରିଛୁ, ଯାହା ଫଳରେ କୌଣସି ଯୋଗ୍ୟ ଚାଷୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେବେ ନାହିଁ।

ସୁଭଦ୍ରା ଯୋଜନା ସଂପର୍କରେ ଉଲ୍ଲେଖ କରି ସେ କହିଲେ ଯେ, ଆମର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ଅଭିନବ ପରିକଳ୍ପିତ ସୁଭଦ୍ରା ଯୋଜନା। ଓଡ଼ିଶାର ପରିଶ୍ରମୀ ଓ ଉଦ୍ୟମୀ ମା ମାନଙ୍କୁ ସମ୍ମାନ ଜଣାଇ ଆମ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି ଏକ କୋଟିରୁ ଉର୍ଦ୍ଧ୍ବ ମହିଳା। ବର୍ଷକୁ ୧୦ ହଜାର ଲେଖାଏଁ ପାଞ୍ଚ ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ପଚାଶ ହଜାର ଟଙ୍କା। ଏହି ଟଙ୍କା ସେମାନଙ୍କୁ ଫେରାଇବାକୁ ପଡ଼ିବ ନାହିଁ, କାରଣ ଏହା ଋଣ ଆକାରରେ ସେମାନଙ୍କୁ ଦିଆଯାଉ ନାହିଁ। ଏହି ଟଙ୍କାକୁ ବିନିଯୋଗ କରି ସେମାନେ କ୍ଷୁଦ୍ର ବ୍ୟବସାୟ, ଖୁଚୁରା ଉତ୍ପାଦନ କିମ୍ବା ଛୋଟ ଦୋକାନ ଟିଏ କରି ନିଜର ଓ ନିଜ ପରିବାରର ରୋଜଗାରକୁ ବଢ଼ଇ ପାରିବେ। ମହିଳାମାନେ ଆମ ସଂସ୍କୃତିରେ ପୂଜନୀୟ।

Previous Post

ମିନିରତ୍ନ କମ୍ପାନୀ ପ୍ରତିନିଧିଙ୍କ ସହ ବୈଠକ

Next Post

ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିସନ୍

FNN WEB

FNN WEB

Next Post
ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିସନ୍

ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିସନ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.