• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

FNN WEB by FNN WEB
September 20, 2024
in ଓଡ଼ିଶା, ମୁଖ୍ୟ ଖବର
0
ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭୁବନେଶ୍ବର: ଆଜି ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ମିଶନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ ଅଡିଟୋରିୟମର ଉଦଘାଟନ କରିଛନ୍ତି । ସାତ କୋଟି ଅଣଷଠି ଲକ୍ଷ ବ୍ୟୟରେ ନିର୍ମିତ ୪୦୦ ଆସନ ବିଶିଷ୍ଟ ଏହି ଅଡିଟୋରିୟମଟି ଇଡକୋ ଦ୍ବାରା ନିର୍ମାଣ କରାଯାଇଛି। ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ବିଭିନ୍ନ ବୈଠକ, କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ, ଏସଏଚଜି ଉତ୍ପାଦର ଲୋକାର୍ପଣ ଆଦି ସମାରୋହ ପାଇଁ ଏହା ଏକ ବୃହତ ଭିତ୍ତିଭୂମି ଯୋଗାଇବ। ଏହା ଏସଏଚଜି ଏବଂ ସେମାନଙ୍କ ମହାସଂଘଗୁଡ଼ିକ ନିମନ୍ତେ ଅତ୍ୟନ୍ତ ଲାଭକାରୀ ହେବା ସହିତ ଓଡ଼ିଶାରେ ମହିଳା ସଂଗଠନଗୁଡ଼ିକର ଅବିରତ ବିକାଶ ଏବଂ ସଶକ୍ତିକରଣରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଏତଦ୍ ବ୍ୟତୀତ ପ୍ରଭାତୀ ପରିଡା, ମିଶନ ଶକ୍ତି ଭବନ ପରିସରରେ “ମିଶନ ଶକ୍ତି କଲ୍ ସେଣ୍ଟର”ର ଶୁଭାରମ୍ଭ ମଧ୍ୟ କରିଥିଲେ।ଏହି କଲ୍ ସେଣ୍ଟରଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ମିଶନ ଶକ୍ତି ବିଭାଗ ଅଧୀନରେ ପରିଚାଳିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ନୂତନ ପଦକ୍ଷେପ ଇତ୍ୟାଦି ସମ୍ବନ୍ଧରେ ତଥ୍ୟ ଯୋଗାଇବ। ଏହି କଲ୍ ସେଣ୍ଟର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘମାନଙ୍କ ପ୍ରଶ୍ନ କିମ୍ବା ଅଭିଯୋଗର ସମାଧାନରେ ସହାୟକ ହେବ। ଏହାର ଟୋଲ୍ ଫ୍ରୀ ନମ୍ବର (୧୫୫୨୭୬) ଦିବା ୧୦.୦୦ ଘଟିକା ଠାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟକ୍ଷମ ରହିବ ।

ମିଶନ ଶକ୍ତି ବିଭାଗର ୧୦୦ ଦିନର ସଫଳତା ଅନ୍ତର୍ଗତ ମିଶନ ଶକ୍ତି ସଦସ୍ୟାଙ୍କୁ ୧୭୫ କୋଟି ଟଙ୍କାର ସୁଧ ଫେରସ୍ତ, ୫୩୦ କୋଟି ଟଙ୍କାର ସରକାରୀ ବ୍ୟବସାୟ, ୨.୨ ଲକ୍ଷରୁ ଅଧିକ ଲକ୍ଷପତି ଦିଦି , ୭୫୦ ଉତ୍ପାଦକ ଗୋଷ୍ଠୀ ସୃଷ୍ଟି, ୧୦୦ଟି ମିଶନ ଶକ୍ତି ରିଟେଲ ମାର୍ଟ ପ୍ରତିଷ୍ଠା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୩୪୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବାର ସଫଳତାର ଲକ୍ଷ୍ୟ ପୂରଣ କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବିଭାଗର ପ୍ରୟାସ ଓ ସଂକଳ୍ପକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂ ସମେତ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ, ଶ୍ରୀ ଭିନୀତ ଭରଦ୍ୱାଜ, ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବିଭାଗର ସମସ୍ତ ଅଧିକାରୀ ତଥା ‘ଇଡିକୋ’ର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Previous Post

କେନ୍ଦୁଝରରେ ନିଶ୍ଚିତ ଭାବରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ

Next Post

ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛିନ୍ତି : ଉପମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛିନ୍ତି : ଉପମୁଖ୍ୟମନ୍ତ୍ରୀ

ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛିନ୍ତି : ଉପମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.