ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ
ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ । ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି।
ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ। ୧ ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି । ଦିବ୍ୟାଙ୍ଗ, ବୟସ୍କ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି । ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନରେ ସମସ୍ୟା ହେଉଥିଲା। ସରଳୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି । ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା।
ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଏବଂ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନରେ ବ୍ୟବସ୍ଥା ରହିଛି । ଜନସାଧାରଣ ଅଭିଯୋଗ ପତ୍ର ଦାଖଲ କରିବେ। ଗତକାଲି କେନ୍ଦୁଝର ଗସ୍ତ ବେଳେ ବି ଏଭଳି କହିଛନ୍ତି। ବିଗତ ଦିନର ସରକାର ଏବଂ ଏବେର ସରକାର ଭିତରେ ପାର୍ଥକ୍ୟ ହେଉଛି ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର। ଲୋକଙ୍କ ବ୍ୟବସ୍ଥାକୁ ସମାଧାନ କରୁଥିବା ସରକାର । ମୋ ପାଖକୁ ଆସିଥିବା ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କଲି । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଗସ୍ତ ସମୟରେ ଗ୍ରୀଭାନ୍ସ କରିବେ । ମନ୍ତ୍ରୀ ରବି ନାୟକ କିଛି ଏଭଳି କହିଛନ୍ତି।|