ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା
ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିବା ଜଣାଯାଇଛି। ଏସବୁ ପରୀକ୍ଷା ପରେ ସତକଥା ପଦାକୁ ଆସିବ ବୋଲି ଜଣାଯାଇଛି। ଏସଡିଜେଏମ୍ କୋର୍ଟ ଅନୁମତି ଦେବା ପରେ ଏସବୁ ପରୀକ୍ଷା ଗୁଜୁରାଟରେ କରାଯିବ। ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା।
ସୂଚନାଯୋଗ୍ୟ, ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଏଣେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭରତପୁର ଥାନାରେ ସକାଳେ ପହଞ୍ଚିଥିଲା। ସେଠାରେ ପୀଡ଼ିତା ଓ ତାଙ୍କ ବନ୍ଧୁ ମେଜର ବି ପହଞ୍ଚିଥିଲେ। ତାପରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ।














