• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୪୬୭୧ କୋଟି ନିବେଶକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ

FNN WEB by FNN WEB
September 30, 2024
in ଓଡ଼ିଶା, ମୁଖ୍ୟ ଖବର
0
୪୬୭୧ କୋଟି ନିବେଶକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ
0
SHARES
3
VIEWS

ଭୁବନେଶ୍ୱର : ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୭୪୯.୯ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪୬୭୧କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ପୁଞ୍ଜିନିବେଶ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି ।

ଏହି ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲାରେ ଓ.ଏଚ୍.ପି.ସି ଦ୍ୱାରା ସ୍ଥାପିତ ହେବାକୁ ଥିବା ୬୦୦ ମେଗାୱାଟ କ୍ଷମତା ସଂପନ୍ନ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ୍ (ପି.ଏସ୍.ପି) ପ୍ରକଳ୍ପ, ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମୋଟ ୧୪୮.୫ ମେଗାୱାଟ୍ କ୍ଷମତା ସଂପନ୍ନ ତିନି ଗୋଟି ପବନ ଶକ୍ତି ପ୍ରକଳ୍ପ ଏବଂ ଭୁବନେଶ୍ୱରର ପଟିଆ ଠାରେ ୧.୪ ମେଗାୱାଟ୍ କ୍ଷମତା ସଂପନ୍ନ ରୁଫ୍ ଟପ୍ ସୌର ପ୍ରକଳ୍ପ ।

ଶକ୍ତି ବିଭାଗ ଏବଂ ଏହାର ପ୍ରମୁଖ ସଂସ୍ଥା ଗ୍ରିଡକୋ ମାଧ୍ୟମରେ ରାଜ୍ୟ ସରକାର ଓଡିଶାରେ ଅକ୍ଷୟ ଶକ୍ତିପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ଆଜି ସୁଦ୍ଧା ୧୨୪୯.୩୮ ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୮୩୯୫.୩୮ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି ।

ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ ଏବଂ ୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା ପାଇଁ ଓଡିଶାର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଦିଗରେ ସହାୟତା କରିବ । ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ।

Previous Post

ଭଦ୍ରକ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

Next Post

ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବ ପାଳିତ

FNN WEB

FNN WEB

Next Post
ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବ ପାଳିତ

ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବ ପାଳିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.