ଜଟଣୀ : ଜଟଣୀ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମି ବାଳା ପରିଡାଙ୍କ ତତ୍ୱାବଧାନରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଟଣୀ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ରଶ୍ମିତା ନାଥ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ପୌରାଧ୍ୟକ୍ଷ ଅନନ୍ତ ବେହେରା , ସଂମାନିତ ଅତିଥି ପୋୖର ନିର୍ବାହୀଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ , ବୀଣା ପାଢ଼ୀ, ଶିକ୍ଷକ ପ୍ରଶିକ୍ଷିକା, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋର୍ଦ୍ଧା, ସନ୍ତୋଷ କୁମାର ଦାସ ବିପିସି, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋକ ପୂର୍ଣ୍ଣ ଚନ୍ଦ୍ର ବେହେରା, ସହ ସଂଯୋଜିକା ସବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନିଜର ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଦ୍ୱାରା ନିପୁଣ ଓଡ଼ିଶାର ଲୋଗ ଉନ୍ମମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରେ ଫଳପ୍ରଦ କରିବା ପାଇଁ ଶିକ୍ଷକ, ଅଭିଭାବକ, ଜନ ପ୍ରତିନିଧି, ପ୍ରଶାସନ, ସାମ୍ବାଦିକ, ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଭାଗିଦାରୀର ଆବଶ୍ୟକତା ରହିଛି । ସେ ତାଙ୍କ ବ୍ୟକ୍ତବ୍ୟରେ କହିଲେ ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଠୀ, ସରପଞ୍ଚ, ପଂଚାୟତ ସମିତି ଏବଂ ଶିକ୍ଷା ଅଧିକାରୀଙ୍କ ପ୍ରଚେଷ୍ଟାରେ ୫ ରୁ ୮ ବର୍ଷର ଶିଶୁ ମାନଙ୍କର ବିକାଶ ହୋଇପାରିବ । ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସ୍ଵାକ୍ଷରତା ସଂଖ୍ୟା ବିଜ୍ଞାନକୁ ସୁଦୃଢ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମି ବାଳା ପରିଡ଼ା ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବୀଣା ପାଢ଼ୀ ପ୍ରାଞ୍ଜଳ ଭାବରେ ନିପୁଣ କାର୍ଯ୍ୟକ୍ରମର ପଞ୍ଚାସୁତ୍ରୀ ଉପରେ ଆଲୋକ ପାତ କରିଥିଲେ। ୧. ଅବିଭାବକ ଓ ଗୋଷ୍ଠୀ ନିୟମିତ ପିଲାଙ୍କୁ ବିଦ୍ୟାଳୟ କୁ ପଠେଇବା ସହ ପିଲାଙ୍କ ଶିକ୍ଷଣ ନିଶ୍ଚିତ କରିବା । ୨. ଯାହାକି ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀରେ ଅନୁମୋଦିତ ପାନ୍ଥକୁ ବ୍ୟବହାର କରି ପିଲାଙ୍କ ଶିକ୍ଷାକୁ ନିଶ୍ଚିତ କରିବା । ୩. ବିଦ୍ୟାଳୟ ପରିସରକୁ ପିଲାଙ୍କ ଶିକ୍ଷା ପାଇଁ ଉପଯୋଗୀ କରିବା । ୪. ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର ପିଲାମାନଙ୍କର ଦୈନଦିନ କାର୍ଯ୍ୟ ସଂଶୋଧନ ଏବଂ ସମୀକ୍ଷା କରିବା । ୫. ଶିକ୍ଷାଦାନ ଓ ପ୍ରଶିକ୍ଷଣ ପ୍ରକ୍ରିୟାରେ ପିଲାମାନଙ୍କ ମାତୃଭାଷା ବ୍ୟବହାର କରିବା ।
ସର୍ଵ ପ୍ରଥମେ ୦୫ ଜୁଲାଇ ୨୦୨୧ ରେ ନିପୁଣ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ୦୫ ସେପ୍ଟେମ୍ବର ୨୦୨୪ ରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହାର ମୁଖ୍ୟ ତତ୍ୱ କହିଲେ ପିଲାଙ୍କ ସଂଖ୍ୟା ବିଜ୍ଞାନକୁ ସୃଦୃଢ କହିବା ( ସି ଆର ଏ ) କଂକ୍ରିଟ ରେପ୍ରେସେଣ୍ଟସନ ଅବଷ୍ଟ୍ରକ୍ସନ । ଏହା ୦୫ ବର୍ଷ ରୁ ୮ ବର୍ଷ ଅର୍ଥାତ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଂଚାୟତର ସରପଞ୍ଚ , ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ସହ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋକ / ସଂଯୋଜିକା ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୬-୨୭ ସୁଦ୍ଧା ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ସର୍ବନିମ୍ନ ଦକ୍ଷତା ହାସଲ କରିବା ଅତ୍ୟନ୍ତ ଜରୁରୀ, ଏହା ହିଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କାର୍ଯ୍ୟକ୍ରମର ପରିଶେଷରେ ଗୋଷ୍ଠୀ ସାଧନ ସଂଯୋକ ପୂର୍ଣ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।