• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରବି ଋତୁ ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

FNN WEB by FNN WEB
April 25, 2025
in ଓଡ଼ିଶା, ମୁଖ୍ୟ ଖବର
0
ରବି ଋତୁ ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
0
SHARES
2
VIEWS


ମଇ ୧ରୁ ୨୦ଟି ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର : ଚଳିତ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଯୋଗ ଦେଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଧାନକିଣା ପାଇଁ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ପ୍ରାରମ୍ଭରେ ଶ୍ରୀ ସିଂ କହିଲେ ଯେ, ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା । ଏଥିନିମନ୍ତେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍‌ପୁଟ୍‌ ସହାୟତା ବାବଦକୁ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ରବି ଋତୁ ପାଇଁ ଆସନ୍ତା ମଇ ୧ ତାରିଖରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ । ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଥିବାବେଳେ ରବି ଋତୁରେ ମୋଟ୍‌ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ । ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଯେଭଳି ଯୋଗ୍ୟ ଚାଷୀ ଧାନକିଣାରୁ ବଞ୍ଚିତ ନହୁଅନ୍ତି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ଦ୍ୱାରା ଉପଗ୍ରହ ଜରିଆରେ ଧାନଜମିର ଉତ୍ତୋଳିତ ଫଟୋ ଓ ଡିଜିଟାଲ ଶସ୍ୟ ସର୍ବେକ୍ଷଣକୁ ବ୍ୟବହାର କରି ଚାଷୀମାନଙ୍କୁ ଟୋକନ୍‌ ପ୍ରଦାନ କରାଯାଉଥିବାରୁ ଶ୍ରୀ ଆହୁଜା ଖୁସି ବ୍ୟକ୍ତ କରିଥିଲେ । ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଫିସର ଓ ୩ରୁ ୪ଟି ମଣ୍ଡିକୁ ନେଇ ସୁପରଭାଇଜର ନିଯୁକ୍ତି ତୁରନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ମଣ୍ଡି ମନିଟରିଂ ଆପ୍‌ ମାଧ୍ୟମରେ ସେମାନଙ୍କର ପଞ୍ଜୀକରଣ କରିବାପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ସୁଖଦ ଅନୁଭବ ନେଇପାରିବେ ଏବଂ ଧାନକିଣା ସମ୍ପର୍କିତ ଅଭିଯୋଗ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ୍‌ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ । ଏଥିପୂର୍ବରୁ ସଂପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ଆଧାର ସଂଯୋଗୀକରଣ ନେଇ ଯାଞ୍ଚ୍‌ କରାଯାଉଛି । ଏଥିସହ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ରକୁ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିପାରିବେ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍‌ ନିୟୋଜନ ପାଇଁ ପରାମର୍ଶ ଦିଆଯାଇଛି । ମଣ୍ଡିରୁ ମିଲ୍‌କୁ ଯାଉଥିବା ଧାନଗାଡ଼ିକୁଡ଼ିକ ଉପରେ ସିସିଟିଭି ସଂଯୋଗ କରାଯିବ । ଏଥିନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ ।

ଉକ୍ତ ବୈଠକରେ ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍‌ସେନା, ଭାରତୀୟ ଖାଦ୍ୟ ନିଗମ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ରାଜ୍ୟରେ ଗଠିତ ହେଲା ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ

Next Post

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ

FNN WEB

FNN WEB

Next Post
ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.