• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

FNN WEB by FNN WEB
January 22, 2025
in ଓଡ଼ିଶା
0
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା
0
SHARES
145
VIEWS

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅଲତି-କଟିକଟାଠାରେ ଚାଲିଥିବା ୩ ଦିନିଆ ରାଜ୍ୟ ସ୍ତରୀୟ ତବଲିଗ ଇଜତେମା ସମ୍ମିଳନୀ ସୋମବାର ଶେଷ ହୋଇଛି। ‘ଦୂଆ’ (ପ୍ରାର୍ଥନା) ଏବଂ ‘ଦାୱତ୍‌’(ନିମନ୍ତ୍ରଣ)ର ବାର୍ତ୍ତା ନେଇ ସମାପ୍ତ ହୋଇଥିବା ଏହି ଧର୍ମସମ୍ମିଳନୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି ବାର୍ଷିକ ଧର୍ମସମ୍ମିଳନୀ ଶେଷ ହେବା ପୂର୍ବରୁ ଦିଲ୍ଲୀ ନିଜାମୁଦ୍ଦିନ୍‌ ‘ମରକଜ୍‌’ର ମୌଲାନା ମୋବିନ୍‌ ମଞ୍ଚରେ ଏକ ଆବେଗଭରା ହୃଦୟସ୍ପର୍ଶୀ ସମ୍ମିଳିତ ‘ଦୂଆ’ ପ୍ରାର୍ଥନା କରିଥିଲେ। ରାଜ୍ୟର ମୁସଲମାନ୍‌ମାନଙ୍କର ବାର୍ଷିକ ସମାବେଶ ମଧ୍ୟରୁ ଅନ୍ୟତମ ଏହି ଇଜ୍‌ତେମା ମହାପୁରୁଷ ମହମ୍ମଦଙ୍କ ଅନୁଗାମୀଙ୍କ ପାଇଁ ଇସଲାମୀୟ ଜୀବନଶୈଳୀ ଅନୁସରଣ କରି ସମସ୍ତ ଆତ୍ମ ସଂସ୍କାର ଉପରେ ଧ୍ୟାନ ଦେଇଥାଏ।

ଦିଲ୍ଲୀ ନିଜାମୁଦ୍ଦିନ୍‌ ‘ମରକଜ୍‌’ର କେତେକ ବିଶିଷ୍ଟ ଇସଲାମ ପଣ୍ଡିତ ତଥା ଧର୍ମଗୁରୁମାନେ ଇଜତେମାକୁ ସମ୍ବୋଧିତ କରିଥିଲେ। ସେମାନଙ୍କ ମଧ୍ୟରେ ମୌଲାନା ଜାଭେଦ୍‌ ତନୌଜା, ମୌଲାନା ଵାରୀ, ଜନାବ ହାରୁନ ଭାଇ, ଜନାବ ମୁସ୍ତକିମ୍‌ ଭାଇ ଏବଂ ଜନାବ ମୋକିମ୍‌ ଭାଇ ଅନ୍ତର୍ଭୁକ୍ତ । ଇଜ୍‌ତେମାର ବରିଷ୍ଠ ସଂଯୋଜକ ପ୍ରଫେସର ଅଫସର୍‌ ଭାଇ କହିଛନ୍ତି ବାର୍ଷିକ କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ସେମାନେ ସମସ୍ତ ଯତ୍ନ ନେଇଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଅମର କୁମାର ନାୟକ ଏହି କାର୍ଯ୍ୟକ୍ରମ ପାଇଁ ଉତ୍ସାହଜନକ ସମର୍ଥନ ପ୍ରଦାନ କରିଛନ୍ତି। ଅଫସର ଭାଇଙ୍କ ଠାରୁ ପ୍ରକାଶ ଇଜ୍‌ତେମା ଏହାର ଉଦ୍ଦେଶ୍ୟ ଅନୁଯାୟୀ, ଚଳିତ ବର୍ଷ ସମ୍ପ୍ରଦାୟର ଆଗ୍ରହୀ ଲୋକଙ୍କୁ ନେଇ ଚାଳିଶ ଗୋଟି ‘ତବଲିଗି ଜମାତ୍‌’ ଗୋଷ୍ଠୀ ପ୍ରସ୍ତୁତ କରିଛି, ଯେଉଁମାନେ ଚାରିମାସ କିମ୍ବା ୪୦ ଦିନିଆ ମିଶନରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛନ୍ତି।

ଏହି ଗୋଷ୍ଠୀ ନିଜ ରହଣି କାଳରେ ମୁସଲିମ୍‌ ବହୁଳ ଅଞ୍ଚଳରେ ମସଜିଦ୍‌ରେ ରହି ସମ୍ପ୍ରଦାୟ ଲୋକମାନଙ୍କୁ ନମାଜ ପଢ଼ିବା, ମହାପୁରୁଷ ହଜରତ୍‌ ମହମ୍ମଦଙ୍କ ବାଣୀ, ଇସ୍‌ଲାମିକ ଜୀବନଶୈଳୀ ଆଦି ଅନୁସରଣ କରିବା ବିଷୟରେ ସଚେତନତା ସୃଷ୍ଟି କରିଵେ। ସେ କହିଛନ୍ତି ଇଜତେମାରେ ୨୦ଟି ଯୌତୁକହୀନ ବିବାହ ମଧ୍ୟ ସମ୍ପନ୍ନ ହୋଇଥିଲା। ଇଜତେମାରେ ସୁରକ୍ଷା ଯୋଗାଇବା ପାଇଁ ପୋଲିସ ବିସ୍ତୃତ ବ୍ୟବସ୍ଥା କରିଥିଲା। ସ୍ଥାନୀୟ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ୍ ନାୟକ କହିଛନ୍ତି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଇଜ୍‌ତେମାରେ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ, ହୋମଗାର୍ଡ ଏବଂ ୩୫ ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।

କିନ୍ତୁ, ଇଜଟତେମାରେ ନିୟୋଜିତ ସ୍ବେଚ୍ଛାସେବୀମାନେ ସମ୍ମିଳନୀର ସୁଗମ ପରିଚାଳନା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ । ୧୨ ବର୍ଷର ବ୍ୟବଧାନ ପରେ ଅଲତିରେ ଆୟୋଜିତ ହୋଇଥିବା ଇଜ୍‌ତେମା ପୂର୍ବ ବର୍ଷ ତୁଳନାରେ ଏଥର କିଛି ପାର୍ଥକ୍ୟ ଦେଖିବାକୁ ମିଳିଥିଲା । ତବ୍‌ଲିଗି ଜମାତର କାର୍ଯ୍ୟକର୍ତ୍ତାମାନେ ଏକ ନିଷ୍ପତ୍ତି ଅନୁସାରେ ନିଜ ନିଜ ଅଞ୍ଚଳର ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଯୋଗାଇବା ପାଇଁ ପୃଥକ ବ୍ୟବସ୍ଥା କରିଥିଲେ। କିନ୍ତୁ ପୂର୍ବଭଳି ଭୋଜନ ପାଇଁ ଘରୋଇ ହୋଟେଲଗୁଡିକୁ ଇଜ୍‌ତେମାର ବଜାର ଅଞ୍ଚଳରେ ଅନୁମତି ଦିଆଯାଇ ନ ଥିଲା। ଫଳରେ ଶେଷ ଦିନରେ ଯୋଗଦେଇଥିବା କେତେକ ଶ୍ରଦ୍ଧାଳୁମାନେ ଖାଇବାପିଇବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Previous Post

କ୍ୟାବିନେଟରେ ୧୦ ପ୍ରସ୍ତାବ ଉପରେ ମୋହର

Next Post

କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

FNN WEB

FNN WEB

Next Post
କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.