• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆସନ୍ତାକାଲିଠୁ ‘ଜନ ସମ୍ପର୍କ ପଦଯାତ୍ରା’ : ଏକାମ୍ରରେ ନବୀନ କରିବେ ଶୁଭାରମ୍ଭ

FNN WEB by FNN WEB
October 1, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ
0
SHARES
3
VIEWS

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଆରମ୍ଭ କରିବ ଜନ ସମ୍ପର୍କ ପଦଯାତ୍ରା। ଗତବର୍ଷ ପରି ଚଳିତଥର ବି ଏକାମ୍ର ଭୁବନେଶ୍ବରରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ। ପ୍ରଥମ ଥର ପାଇଁ ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା ହେବାକୁ ଯାଉଛି । ଏଥିରେ ନବୀନ ସରକାର ସମୟର ସଫଳତା ଓ ବର୍ତ୍ତମାନ ସରକାରଙ୍କ ମିଥ୍ୟା ପ୍ରଚାରର ବାର୍ତ୍ତା ଘରେ ଘରେ ପହଞ୍ଚାଇବେ ନବୀନ ବ୍ରିଗେଡ । ଏଥିପାଇଁ ଆଜି ପଦଯାତ୍ରାସ୍ଥଳୀରେ ପ୍ରସ୍ତୁତି ଓ ଆୟୋଜନର ସମୀକ୍ଷା କରିଛନ୍ତି ବିଜେଡିର ବରିଷ୍ଠ ନେତା ଓ କର୍ମୀ ।

ଏକାମ୍ର ନଗରୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନିଜେ ଚାଲି ଚାଲି ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ ନେତାଜୀ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ। ଦୀର୍ଘ ୨୪ ବର୍ଷ ସୁଶାନର ଅନ୍ତ ଘଟିଛି। ଓଡିଶା ପାଇଛି ଏକ ଅସ୍ଥିର ସରକାର। ଅପରାଧ ଘଟୁଛି, ସାମ୍ପ୍ରଦାୟିକ ସଦଭାବ ପ୍ରତି ବିପଦ ସୃଷ୍ଟି ହୋଇଛି। ଓଡିଶାରୁ ଶିଳ୍ପ ସଂସ୍ଥା ବାହାରି ଯିବାକୁ ବସିଛନ୍ତି। ଅଭିଯୋଗର ଏପରି ଲମ୍ବା ତାଲିକା ନେଇ ଲୋକଙ୍କ ପାଖକୁ ଯିବ ବିଜୁ ଜନତା ଦଳ। ବିରୋଧୀ ଦଳ ଭାବେ ବିଜେଡି ଡବଲ ଇଞ୍ଜିନ୍‌ ସରକାରର ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବ। ଶାସନ ବ୍ୟବସ୍ଥାରେ ତ୍ରୁଟି ସଂଶୋଧନ ପାଇଁ ସରକାରଙ୍କ ଉପରେ ଚାପ ପକାଇବ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିରୋଧୀ ଆସନରେ ଥିବା ବିଜେଡି ପାଇଁ ଏହି ପଦଯାତା ବହୁ ଗୁରୁତ୍ୱବହନ କରୁଛି। ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଜନ ସମ୍ପର୍କ ପଦଯାତ୍ରା ଏକ ଜନ ଜାଗରଣ ଯାତ୍ରା ସଦୃଶ ହେବ। ସରକାରଙ୍କ ଅପାରଗତା ବିରୋଧରେ ଦଳ ଜନମତ ସୃଷ୍ଟି କରିବ। କ୍ଷମତାକୁ ଆସିବାର ତିନି ମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଅଦ୍ୟାବଧି ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ଦଳ ଗୁରୁତର ଭାବେ ବିଫଳ ହୋଇଛି। ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ନୂଆ ସରକାର ବନ୍ଦ କରିଦେଲେ। ଗରିବ ହିତାଧିକାରୀ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସୁଭଦ୍ରା ଯୋଜନାର ପ୍ରତାରଣ ସବୁ ସୀମା ଟପି ଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ରୋଷ ରହିଛି।

ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ପକ୍ଷ ଧରି ଚାଲିବ। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ୍‌ ତଥା ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା/ଅଭିଯାନ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ପଦଯାତ୍ରା ସମୟରେ ବିଜୁ ଜନତା ଦଳ ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ। ଏଥିସହିତ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନ୍‌ ଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯ୍ୟାତନା ଆଦି ପ୍ରସଙ୍ଗ ସମେତ ସ୍ଥାନୀୟ ଲୋକଙ୍କ ନିକଟରେ ଅବତାରଣା କରାଯିବ। ଏ ନେଇ ଗତ ୨୯ ତାରିଖରେ ସଭାପତି ଶ୍ରୀ ପଟ୍ଟନାୟକ ଦଳର ସମସ୍ତ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିଲେ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ମହାତ୍ମା ସମ୍ମାନ ୨୦୨୪

Next Post

ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

FNN WEB

FNN WEB

Next Post
ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.