• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୭ତମ ଜୟନ୍ତୀ ପାଳିତ

FNN WEB by FNN WEB
October 10, 2024
in ଓଡ଼ିଶା, ମୁଖ୍ୟ ଖବର
0
ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୭ତମ ଜୟନ୍ତୀ ପାଳିତ
0
SHARES
11
VIEWS

ସେବାକୁ ନିଜ ଜୀବନର ବ୍ରତ ଭାବିଲେ ଉତ୍କଳମଣିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ: ଜିଲାପାଳ

ଭଦ୍ରକ: ସେବା ମାନବିକତାର ମୂଳ ମନ୍ତ୍ର । ସେବା, ସଂଗଠନ, ସାହିତ୍ୟ ଓ ସାମାଜିକତାକୁ ନିଜ ଜୀବନର ବ୍ରତ ବୋଲି ଭାବିନେଇ ନିର୍ଭୀକ ସତ୍ୟାନୁଶରଣ କରିପାରିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ନିଦର୍ଶନ ହୋଇପାରିବ । ସେ ଯେଉଁଭଳିଭାବେ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରି ଉତ୍କଳ ପାଇଁ କାନ୍ଦୁଥିଲେ ସେହିଭଳି ଭାବେ ଆଜିର ଯୁବପିଢି ସମୟକୁ ଗୁରୁତ୍ୱ ଦେଇ ସେବାକୁ ପ୍ରାଧାନ୍ୟ ଦେବା ପୂର୍ବକ ନିଜ ପିତା-ମାତା, କୁଳଗୁରୁ ଓ କୁଳ ଦେବତାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଲାଭ କରିପାରିଲେ, ସମାଜ ପ୍ରଗତି ପଥରେ ଗତି କରିପାରିବ ବୋଲି ତାଙ୍କର ୧୪୭ତମ ଜନ୍ମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସଭାପତି ଡ. ପ୍ରସନ୍ନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ଆଜିର ଏହି ଉତ୍ସବରେ ଜିଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ସମାଜସେବୀ ତଥା ସୁସଂଗଠିକା ଶ୍ରଦ୍ଧାଞ୍ଜଳି ରାୟ, ପଣ୍ଡିତ ଦୈତ୍ୟାରି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଗୋପବନ୍ଧୁ ଆମ ସମାଜ ପାଇଁ ଏକ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ । ଏହି ସ୍ୱତନ୍ତ୍ର ସଭାରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସେକ୍ ରିଆଜ ମହମ୍ମଦଙ୍କୁ ଉତ୍କଳମଣି ସମ୍ବାଦପତ୍ର ସଂପାଦନା ସମ୍ମାନ, ଡ. ଶଶଧର ଦାସ ଉତ୍କଳମଣି ପ୍ରବନ୍ଧ ସମ୍ମାନ, ପବିତ୍ର ପାଣିଗ୍ରାହୀ ଉତ୍କଳମଣି ଗଳ୍ପ ସମ୍ମାନ, ସରୋଜ ବଳ ଉତ୍କଳମଣି କବିତା ସମ୍ମାନ, ଆଡଭୋକେଟ୍ ପର୍ଶୁରାମ ଦ୍ୱିବେଦୀ ଉତ୍କଳମଣି ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ ଉତ୍କଳମଣି ପତ୍ରକାର ସମ୍ମାନ, ସମାଜସେବୀ ନିର୍ମଳ କୁମାର ବେହୁରିଆ ଉତ୍କଳମଣି ପ୍ରକୃତି ମିତ୍ର ସମ୍ମାନ, କାର୍ତିକ ଚନ୍ଦ୍ର ମଣ୍ଡଳ ଉତ୍କଳମଣି ପ୍ରଶାସକ ସମ୍ମାନ, ଡାକ୍ତର ବସନ୍ତ ସାହୁ ଉତ୍କଳମଣି ସେବାଧର୍ମ ସମ୍ମାନ, ଚରମ୍ପା ଆଇଟିଆଇ ଉତ୍କଳମଣି ବିଦ୍ୟାରତ୍ନ ସମ୍ମାନ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ଗୋପବନ୍ଧୁ ପତ୍ରକାର ସମ୍ମାନ, ବାବାଜୀ ଶଙ୍କର ପାଢୀ ଗୋପବନ୍ଧୁ ପତ୍ରକାର ସମ୍ମାନ, ବୈଲୋଚନ ସାହୁ ଗୋପବନ୍ଧୁ ପତ୍ରକାର ସମ୍ମାନ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଗୋପବନ୍ଧୁ ପତ୍ରକାର ସମ୍ମାନ, ସଂଜୀବ କୁମାର ନାୟକ ଉତ୍କଳମଣି ଯୁବପ୍ରତିଭା ସମ୍ମାନ, ଗୌରାଙ୍ଗ ଚନ୍ଦ୍ର ବାରିକ ଉତ୍କଳମଣି କଳାକାର ସମ୍ମାନ, ସେକ୍ ଏକ୍ରାମ ମହମ୍ମଦ ଉତ୍କଳମଣି ଚିତ୍ରଶିଳ୍ପୀ ସମ୍ମାନ, ପ୍ରତାପ କୁମାର ପାଢୀ ଉତ୍କଳମଣି ନଦୀସଂସ୍କାର ସମ୍ମାନ, ବୈକୁଣ୍ଠ ବିଶ୍ୱାଳ ଉତ୍କଳମଣି ପରିବେଶବିତ ସମ୍ମାନ, ଶରତ ଚନ୍ଦ୍ର ଜେନା ଉତ୍କଳମଣି ଶିକ୍ଷାବିତ୍ ସମ୍ମାନ ପ୍ରମୁଖ କୃତି ପ୍ରତିଭାଧରଙ୍କୁ ଉତ୍କଳମଣି ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମାଜସେବୀ ନିର୍ମଳ ବେହୁରିଆ ଗୋପବନ୍ଧୁଙ୍କ ଉପରେ ଏକ କବିତା ଆବୃତି କରିଥିଲେ । ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସକାଳ ୭ ଘଟିକା ସମୟରେ ଭଦ୍ରକ ପୁରୁଣା କୋର୍ଟ ଓ ଡାହାଣୀଗଡିଆରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ, ସାମ୍ବାଦିକ ସୁକାନ୍ତ ମହାନ୍ତି, ରାଜେନ୍ଦ୍ର ଜେନା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମାଜ ପ୍ରଗତି, ସମାଜ ସଂସ୍କାର ଓ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗୋପବନ୍ଧୁଙ୍କର ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଦିନ ଦରିଦ୍ରଙ୍କୁ ଫଳ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ଲାୟନ୍ସ କ୍ଲବ୍ ସଭାପତି ପଦ୍ମନ ରାୟ, ବୈଲୋଚନ ବେହୁରିଆ, ସୁଧାକର ରାଉତ, ସାମ୍ବାଦିକ ରସାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ବିତ ନାୟକ, ରାଜେଶ ବେହେରା, ସନାତନ ଦାସ, ଦିଲ୍ଲୀପ କୁମାର ସାହୁଙ୍କ ସମେତ ବହୁ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରୟାସ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ

Next Post

ମଣ୍ଡପରେ ମହାସପ୍ତମୀ, ପୀଠରେ ମହାଷ୍ଟମୀ ପୂଜା

FNN WEB

FNN WEB

Next Post
ମଣ୍ଡପରେ ମହାସପ୍ତମୀ, ପୀଠରେ ମହାଷ୍ଟମୀ ପୂଜା

ମଣ୍ଡପରେ ମହାସପ୍ତମୀ, ପୀଠରେ ମହାଷ୍ଟମୀ ପୂଜା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.