• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଲୋକସଭା ବାଚସ୍ପତିଙ୍କ ଦ୍ୱାରା କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉଦଘାଟିତ

FNN WEB by FNN WEB
October 27, 2024
in ଓଡ଼ିଶା, ମୁଖ୍ୟ ଖବର
0
ଲୋକସଭା ବାଚସ୍ପତିଙ୍କ ଦ୍ୱାରା କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉଦଘାଟିତ
0
SHARES
0
VIEWS

ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗୀଦାରି ରହୁ: ଓମ୍‍ ବିର୍ଲା

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ ବୋଲି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି । ଆଜି କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ୍‍ ପଲିସି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିର୍ଲା କହିଲେ, ଲୋକଙ୍କ ସାମାଜିକ, ଆର୍ଥିକ ଉନ୍ନତିରେ ଦେଶ ଓ ରାଜ୍ୟର ସମୃଦ୍ଧି ନିର୍ଭର କରେ । ସମାଜର ସବୁ ବର୍ଗର ଲୋକଙ୍କୁ ଯେପରି ସମାନ ଅଧିକାର ମିଳିପାରିବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟପୂର୍ଣ୍ଣ ବିତରଣ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ଲୋକନୀତି ପ୍ରସ୍ତୁତ କରାଯିବା ଉଚିତ । ବିଭିନ୍ନ ସମୟରେ ସରକାର, ଘରୋଇ ସଂସ୍ଥା ଓ ଶିଳ୍ପ ସମୂହ ନୀତି ନିର୍ଦ୍ଧାରଣ କରିଥାନ୍ତି । ଏଥିରେ ସାଧାରଣ ଲୋକଙ୍କ ଯେତେ ପରିମାଣରେ ଯୋଗଦାନ ରହିବ ସେହି ଆଇନ ଓ ନୀତି ବାସ୍ତବ କ୍ଷେତ୍ରରେ ସେତେ ସଫଳ ହୋଇପାରିବ । ସରକାର ଲୋକଙ୍କ ପାଇଁ ଆଇନ୍‍ ଓ ନୀତି ପ୍ରଣୟନ ସମୟରେ ସାଧାରଣ ଲୋକ ଆଗଭର ହୋଇ ସେମାନଙ୍କ ମତାମତ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଏକ ଭଲ ଚିନ୍ତାଧାରାରୁ ଏକ ଭଲ ନୀତି ନିର୍ଦ୍ଧାରଣ ହୋଇପାରେ । ବିକଶିତ ଓଡ଼ିଶା ଗଠନରେ ଏଭଳି ଭଲ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ ପଲିସିର ଯୋଗଦାନ ରହିବ ବୋଲି ସେ ଆଶା ପୋଷଣ କରିଥିଲେ ।

ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥିରେ ଯୋଗଦେଇ କହିଲେ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି ସେତେବେଳେ କୌଣସି ଜଣେ ବ୍ୟକ୍ତି ପାଇଁ ନୁହେଁ, ସମୂହ ବିକାଶ ନିମନ୍ତେ ନୀତି ପ୍ରସ୍ତୁତ କରିଥାନ୍ତି । ତେବେ ନୀତି ନିର୍ଦ୍ଧାରଣରେ କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ । ଓଡ଼ିଶା ଆଇନ, ଅବକାରୀ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ କହିଲେ, ଏକ ଉତ୍ତମ ଲୋକନୀତି ହେଉଛି ଏକ ଉତ୍ତମ ସରକାରର ପରିଚୟ । ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯାଇଥାଏ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଅଚ୍ୟୁତ ସାମନ୍ତ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ବତୀଘର । ଶ୍ରୀ ସାମନ୍ତ ଯାହା ଆଜି ହାସଲ କରିଛନ୍ତି ତାହା ହାସଲ କରିବା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ । ଲୋକନୀତି ହେଉଛି କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ । ସମାଜର ସବୁଠାରୁ ତଳସ୍ତରର ଲୋକଙ୍କ ନିକଟରେ ଯେପରି ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ଲୋକନୀତି ପ୍ରସ୍ତୁତ ହେବା ଦରକାର । ଏଭଳି ନୀତି ପ୍ରସ୍ତୁତ ହେବା ଦରକାର ଯେଉଁଠି ସରକାର ଅପେକ୍ଷା ସାଧାରଣ ଲୋକଙ୍କ ଭାଗୀଦାରି ଅଧିକ ରହିଥିବ ବୋଲି ସେ କହିଥିଲେ । ସ୍ୱାଗତ ଭାଷଣ ଦେବା ସହ ଶ୍ରୀ ସାମନ୍ତ କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉପରେ ସୂଚନା ଦେଇ କହିଲେ, ଏହା ଏକ ବର୍ଷିଆ ପାଠ୍ୟକ୍ରମ ହୋଇଥିବା ବେଳେ ଏଥିରେ ନଲେଜ ପାର୍ଟନର ଅଛନ୍ତି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଇଣ୍ଡିଆନ୍‍ କାଉନ୍‍ସିଲ୍‍ ଅଫ୍‍ ୱାର୍ଲଡ ଆଫାୟାରସ (ଆଇସିଡବ୍ଲୁଏ) ଓ ଇଟାଲିର ଟରେନ୍‍ସ୍ଥିତ ୟୁନାଇଟେଡ୍‍ ନେସନ୍‍ସ ସିଷ୍ଟମ୍‍ ଷ୍ଟାଫ୍‍ କଲେଜ (ୟୁଏନ୍‍ଏସ୍‍ଏସ୍‍ସି) ।

ଅନ୍ୟମାନଙ୍କ ମଧ୍ୟରେ ଇକ୍ୱେଡରର ପ୍ରାକ୍ତନ ଉପରାଷ୍ଟ୍ରପତି ଓଟୋ ରାମନ, ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ତଥା ଅଭିନେତା ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ, ଆସିଡବ୍ଲୁଏର ଅତିରିକ୍ତ ସଚିବ ନୂତନ କପୁର ମହାୱାର, ୟୁଏନ୍‍ ରେସିଡେଣ୍ଟ ସଂଯୋଜକ ଶୋମ୍ବି ସାର୍ପ, ଇଟାଲିସ୍ଥିତ ୟୁଏନ୍‍ଏସ୍‍ଏସ୍‍ସି ନିର୍ଦ୍ଦେଶକ ଡ. ଜାଫର ଯାଭନ, ନୂଆଦିଲ୍ଲୀସ୍ଥିତ ଏସିଆ ସୋସାଇଟି ପଲିସି ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ଅକ୍ଷୟ ମାଥୁର, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିଟ୍‍ ସ୍କୁଲ୍‍ ଅଫ୍‍ ଲ’ର ପ୍ରଫେସର ଏମେରିଟସ୍‍ ଏନ୍‍ ଏଲ୍‍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ବାତ୍ୟାଞ୍ଚଳ ପରିଦର୍ଶନ ପରେ ଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Next Post

ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ ପାଳନର ପ୍ରଥମ ଦିବସ: ଅଖଣ୍ଡତା ଓ ସ୍ୱଚ୍ଛତା ପାଇଁ ଶପଥ ନେଲେ ପୂର୍ବତଟ ରେଳପଥ କର୍ମଚାରୀମାନେ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.