• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ

FNN WEB by FNN WEB
October 29, 2024
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ
0
SHARES
3
VIEWS


ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ବରଗଡରେ ଏକ କ୍ରିଟିକାଲ୍‌ କେୟାର ସେଣ୍ଟରର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ଏହି ସବୁ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୋଠପାଟଣା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଡ୍ରଗ ଟେଷ୍ଟିଙ୍ଗ ଲାବୋରେଟୋରୀ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଥିବା ଭଲପାଇବାର ନିଦର୍ଶନ। ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଆମ ରାଜ୍ୟ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ମାନର ଭେଷଜ ପରୀକ୍ଷା ପ୍ରୟୋଗଶାଳା ସ୍ଥାପିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରୟୋଗଶାଳାର ସ୍ଥାପନା ଦ୍ୱାରା ଭେଷଜ ପରୀକ୍ଷା ଓ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏହା ପୂର୍ବରୁ ଆମକୁ ଔଷଧର ମାନ ପରୀକ୍ଷଣ ପାଇଁ ରାଜ୍ୟ ବାହାରର କେନ୍ଦ୍ରୀୟ ପ୍ରୟୋଗଶାଳା ଉପରେ ନିର୍ଭର କରିବାକୁ ପଡୁଥିଲା କିନ୍ତୁ ଏବେ ଆମ ହାତ ପାଆନ୍ତାରେ ଏହି ପ୍ରୟୋଗଶାଳା ହେବା ଦ୍ୱାରା ସମୟ ବଂଚିବା ସହିତ, ତ୍ୱରାନ୍ୱିତ ଭାବେ ଆମେ ଔଷଧର ମାନ ପରୀକ୍ଷଣ କରି ତା’ର ରିପୋର୍ଟ ପାଇ ପାରିବା ଯାହାକି ଆମର ସାଧାରଣ ଜନତାଙ୍କୁ ଅଧିକ ମାତ୍ରାରେ ଉପକୃତ କରିବ । ଏତଦ୍ୱାରା ଆମ ରାଜ୍ୟରେ ଉନ୍ନତମାନର ଔଷଧର ବିତରଣକୁ ପ୍ରୋତ୍ସାହନ ମିଳିବ । ଏହା ଆମ ପାଇଁ ବହୁତ ଗର୍ବର ବିଷୟ। ଏହି ପ୍ରୟୋଗଶାଳା ଆମ ରାଜ୍ୟରେ ଥିବା ଓଡିଶା ସରକାରଙ୍କର ପ୍ରୟୋଗଶାଳା ଉପରେ ପରୀକ୍ଷଣର ଚାପକୁ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ଓଡିଶା ମାଟିରୁ ସମଗ୍ର ଦେଶକୁ ସେବା ଦେବାପାଇଁ ସୁଯୋଗ ମିଳିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଅନେକ ଧନ୍ୟବାଦ ଦେବା ସହ ସମସ୍ତ ଓଡିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀଜୀ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଆୟୁଷ୍ମାନ ଭାରତ ପୃଥିବୀର ସବୁଠାରୁ ବୃହତ୍ତମ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହାଦ୍ୱାରା ପ୍ରାୟ ୫୦ କୋଟି ଗରିବ ଲୋକେ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଆମ ସରକାର ଖୁବ୍‌ ଶୀଘ୍ର ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ସହିତ ଆମ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ୟ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ।

ଦୀପାବଳି ଭେଟି ଭାବେ ବର୍ତ୍ତମାନ ଧନୀ ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ନାଗରିକମାନେ ମଧ୍ୟ ଏହି ସୁବିଧା ପାଇବାକୁ ଯାଉଛନ୍ତି। ଏହା ହେଉଛି ଦେଶର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ପ୍ରତି ମୋଦୀଜୀଙ୍କ ଦୀପାବଳି ଭେଟି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଦୁଇଟି ଯୋଜନାର ସମନ୍ୱୟରେ ରାଜ୍ୟବାସୀ ଚିକିତ୍ସା ଚିନ୍ତାରୁ ମୁକ୍ତ ହେବେ। ଏହି ଦୁଇଟି ଯୋଜନା ପାଇଁ ରାଜ୍ୟ ବଜେଟ୍‌ରେ ୩ ହଜାର ୫୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଟୀକାକରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ U-WIN Portal, ଦେଶର ଦୂର୍ଗମ ଅଞ୍ଚଳକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡ୍ରୋନ୍ ସେବା ବ୍ୟବସ୍ଥା, ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଫେସନାଲ୍‌ ମାନଙ୍କ ପାଇଁ ଡିଜିଟାଲ ଇନିସିଏଟିଭ୍ ଏବଂ ଆହୁରି ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆମ ନୂଆ ସରକାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଚଳିତ ବର୍ଷ ବଜେଟରେ ଆମେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୨୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛୁ। ଏହା ପୂର୍ବ ବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ। ଏହା ଆମ ଚଳିତ ବଜେଟ୍‌ର ୮ ପ୍ରତିଶତ ଅଟେ। ଏଥିରୁ ଆପଣମାନେ ଅନୁଭବ କରିପାରୁଥିବେ ଯେ ଆମ ସରକାର ସ୍ୱାସ୍ଥ୍ୟ ସେବାକୁ କେତେ ଗୁରୁତ୍ୱ ଦେଉଛି। ଆୟୁର୍ବେଦ ଓ ଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଦୁଇଟି ପାରମ୍ପାରିକ ବିଜ୍ଞାନ ସାରା ବିଶ୍ୱକୁ ପ୍ରାଚୀନ ଭାରତର ମହର୍ଷିମାନଙ୍କର ଏକ ମହାନ ଅବଦାନ। ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଭଗବାନ ଶିବ ହେଉଛନ୍ତି ଆଦିଯୋଗୀ । ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ମହର୍ଷି ପତଞ୍ଜଳୀ ପ୍ରଥମେ ଯୋଗଶାସ୍ତ୍ର ରଚନା କରିଥିଲେ। ଯୋଗ ଦ୍ଵାରା ଶାରିରୀକ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ । ଆଜିର ସମାଜରେ ଜୀବନ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ଯୋଗ ମାଧ୍ୟମରେ ଆମେ ନିଜକୁ ଆରୋଗ୍ୟ କରିପାରୁଛୁ। ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଯୋଗ, ସର୍ବମାନ୍ୟ ଓ ଲୋକପ୍ରିୟ ହୋଇପାରିଛି । ଆଜି ଯୋଗ କେବଳ ଆଶ୍ରମ ଓ ସାଧୁସନ୍ଥ ମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହା ଆଜି ଆମ ଦୈନିକ ଜୀବନର ମଧ୍ୟ ଏକ ଅଂଶ ବିଶେଷ ହୋଇପାରିଛି। ସମଗ୍ର ବିଶ୍ୱର ଜନସାଧାରଣ ଆଜି ଯୋଗ ପ୍ରତି ସଚେତନ ଅଛନ୍ତି ବୋଲି ସେ କହିଥିଲେ।

ଯୋଗର ଲୋକପ୍ରିୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଯୋଗକୁ ଆଗରୁ ମଧ୍ୟ ଲୋକ ଜାଣି ଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ୨୦୧୫ ମସିହାରୁ ଯେତେବେଳେ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରାଗଲା, ସେବେଠାରୁ ଯୋଗର ଲୋକପ୍ରିୟତା ବୃଦ୍ଧି ପାଇ ଚାଲିଛି। ଆଜି ବିଶ୍ଵର ପ୍ରତ୍ୟେକ ଦେଶରେ ଯୋଗର ଅଭ୍ୟାସ କରାଯାଉଛି। ଲୋକ ମାନେ ଯୋଗକୁ Celebrate କରୁଛନ୍ତି। ବିଶ୍ୱରେ ଭାରତର ଗୌରବକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୋଦୀଜୀ କୌଣସି ସୁଯୋଗ ଛାଡନ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ହିଁ ଜୀବନର ବେଦ, ଏହି କଥାକୁ ଆମେ ସୁଦ୍ଧ ଅନ୍ତକରଣରେ ଲୋକଙ୍କ ସାମୁହିକ ସୁବିଧା ନିମନ୍ତେ ପ୍ରୟୋଗ କରିବାକୁ ପ୍ରତିଜ୍ଞାବଦ୍ଧ ଅଟୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏବଂ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ଯୁଗାନ୍ତକାରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୀପାବଳୀ ଓ ପବିତ୍ର କାଳୀ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆଜି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ସାର୍ବଜନୀନ କରିଛନ୍ତି। ଏହି ସେବାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସହଜ କରିଛନ୍ତି। ପ୍ରତିବର୍ଷ ଆମ ଦେଶରେ ଲୋକଙ୍କୁ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚରୁ ମୁକ୍ତ କରିଛନ୍ତି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ କରି ଆର୍ଥିକ ଦୂରାବସ୍ଥା ଭୋଗୁଥିବା ପରିବାରଙ୍କୁ ଭାରମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଆୟୁର୍ବେଦ ଆମ ଦେଶରେ ଅମୃତ ସଦୃଶ କାମ କରୁଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବେ ବୋଲି। ମୋଦୀଜୀଙ୍କ ନେତୃତ୍ୱରେ ବିଶ୍ୱ ମାନଚିତ୍ରରେ ଭାରତ ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ। ଆଗାମୀ ଦିନରେ ଓଡିଶା ନିଶ୍ଚିତ ରୂପେ ବିକଶିତ ରାଜ୍ୟ ହେବେ। କାର୍ଯ୍ୟକ୍ରମରେ ଡି.ସି.ଜି.ଆଇ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ. ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

Next Post

ରିଲିଫ ସାମଗ୍ରୀ ଦେବାରେ ପାତର ଅନ୍ତର ନୀତି ଯୋଗୁ ଅଟକ ରହିଲେ ଜିଆରଏସ

FNN WEB

FNN WEB

Next Post
ରିଲିଫ ସାମଗ୍ରୀ ଦେବାରେ ପାତର ଅନ୍ତର ନୀତି ଯୋଗୁ ଅଟକ ରହିଲେ ଜିଆରଏସ

ରିଲିଫ ସାମଗ୍ରୀ ଦେବାରେ ପାତର ଅନ୍ତର ନୀତି ଯୋଗୁ ଅଟକ ରହିଲେ ଜିଆରଏସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.