• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଧାନକିଣା ପ୍ରସ୍ତୁତି: ମିଲର୍ ମାନଙ୍କୁ ନେଇ ପ୍ରଶାସନିକ ବୈଠକ

FNN WEB by FNN WEB
November 5, 2024
in ଓଡ଼ିଶା
0
ଧାନକିଣା ପ୍ରସ୍ତୁତି: ମିଲର୍ ମାନଙ୍କୁ ନେଇ ପ୍ରଶାସନିକ ବୈଠକ
0
SHARES
15
VIEWS

କଟନୀ ଛଟନୀ ଶୂନ, କିଣାହେବ କେବଳ ଏଫ୍‌.ଏ.କ୍ୟୁ ମାନର ଧାନ

ଭଦ୍ରକ: ଖରିଫ୍ ୨୦୨୪-୨୫ ଧାନ ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ମାର୍ଗ ଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏଥିପାଇଁ ଗତ ଅକ୍ଟୋବର ୧୯ ତାରିଖରେ ପ୍ରଥମ ବୈଠକ ପରେ ମିଲର୍ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସଦ୍‌ଭାବନା ସଭାଗୃହରେ ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ୍ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଚଳିତ ଖରିଫ୍ ଋତୁରେ ଅମଳ ଧାନକୁ ଧାନମଣ୍ଡି ଜରିଆରେ ସରକାରୀ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କାରେ ବିକ୍ରି କରାଯିବା, ଝୋଟ ଅଖା ବ୍ୟାଗରେ ଧାନ ମଣ୍ଡିକୁ ନେବା, କଟନୀ ଛଟନୀ ବନ୍ଦ କରାଯିବା, କେବଳ ଏଫ୍‌.ଏ.କ୍ୟୁ. ମାନର ଧାନ କିଣାଯିବା ସମ୍ପର୍କରେ ଥିବା ସରକାରୀ ମାର୍ଗ୍‌ଦର୍ଶିକା ସମ୍ବନ୍ଧରେ ମିଲର ମାନଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳ ସୂଚନା ପ୍ରଦାନ କରି ଉକ୍ତ କାର୍ଯ୍ୟକୁ ସୁରୁଖୁରୁରେ ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ପ୍ରଶାସନ ସହିତ ମିଲରମାନଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଧାନ କିଣା ପାଇଁ ସମ୍ମତି ପ୍ରକାଶ କରିଥିବା ୨୨ଟି ମିଲ୍ ର ମାଲିକ ଓ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ଆଧାରରେ ଧାନ କିଣ।।ରେ ସେମାନଙ୍କ ପାଇଁ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବିଶେଷ କରି ମଣ୍ଡିକୁ ଚାଷୀମାନେ କିପରି କେବଳ (ଏଫ୍‌.ଏ.କ୍ୟୁ) ମାନର ଧାନ ଆଣିବେ ସେ ଦିଗରେ ସେମାନଙ୍କୁ ସଚେତନ କରାଯିବା ଉପରେ ପ୍ରାଧାନ୍ୟ ଦେବାକୁ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟକି ଏହି ଖରିପ୍ ବର୍ଷ ପାଇଁ ମଣ୍ଡି ଜରିଆରେ କେବଳ ଉତମ ଗୁଣବତା ( ଏଫ୍‌.ଏ.କ୍ୟୁ)ମାନର ଧାନ ହିଁ ଚାଷୀମାନଙ୍କ ଠାରୁ କିଣାଯିବ । ସମ୍ପୁର୍ଣ୍ଣ ଶୁଖିଲା ଏବଂ ମାଟି, ବାଲି, ଗୋଡ଼ି, ଧୂଳି, ଅଗାଡ଼ି ଆଦି ମିଶା ନଥିବା ପରିଷ୍କାର ଧାନକୁ ହିଁ ଏଫ୍‌.ଏ କ୍ୟୁ ମାନର ଧାନ ବୋଲି ବିବେଚିତ କରାଯିବ । ସମସ୍ତ ଧାନ କେବଳ ଅଖା ବ୍ୟାଗ୍‌ରେ କିଣାଯିବ ।

ଚାଷୀ ବିକ୍ରି ପାଇଁ ମଣ୍ଡିକୁ ଆଣିଥିବା ଧାନ ଏଫ୍‌.ଏ.କ୍ୟୁ ମାନର ନହେଲେ ତାଙ୍କୁ ଫେରାଇ ଦିଆଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ସରକାରୀ ଦରରେ ଧାନ ବିକ୍ରି କରି ପୂର୍ବଦର ଅପେକ୍ଷା କ୍ୱିଂଟାଲ ପ୍ରତି ୮୦୦ଟଙ୍କା ଅଧିକ ଲାଭ ପାଇବା ପାଇଁ ଚାଷୀମାନଙ୍କୁ ବିକ୍ରିପାଇଁ ନିଜ ନିଜ ଧାନକୁ ଏଫ୍‌.ଏ.କ୍ୟୁ. ମାନର ପ୍ରସ୍ତୁତ କରିବାକୁ ଗଣମାଧ୍ୟମ ଜରିଆରେ ଅବଗତ କରାଯାଉଛି । ଏଥିପାଇଁ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ସଚେତନ କରାଇବା ଦିଗରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏ.ସି.ଏସ୍‌.ଓ ଶରତ ବେହେରା, ଏ.ଆର.ସି.ଏସ୍‌. ପ୍ରଚୀତା ଜେନା, ଆର୍‌.ଏମ୍‌.ସି. ସମ୍ପାଦକ ସଞ୍ଜୟ କୁମାର ଦାସ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

Previous Post

ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Next Post

ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

FNN WEB

FNN WEB

Next Post
ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.