• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

FNN WEB by FNN WEB
November 5, 2024
in ଓଡ଼ିଶା
0
ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ
0
SHARES
1
VIEWS

ଭଦ୍ରକ: ବଡ଼ବଡ଼ ଗ୍ରାମ ଓ ପଡ଼ାକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମସଡକ ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଓ ଅନ୍ୟାନ୍ୟ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହେଉଥିବା ବେଳେ ଅନେକ ରାସ୍ତାର ପୁନଃରୁଦ୍ଧାର ମଧ୍ୟ ହେଉଛି। ଏହାସତ୍ୱେ ପ୍ରଶାସନିକ ଅପାରଗତା ହେଉ କିମ୍ବା ଆଂଚଳିକ ସ୍ତରରେ ରାଜନୈତିକ ନେତୃବୃନ୍ଦଙ୍କ ପରସ୍ପର ବିରୋଧାଭାସ ଯୋଗୁ ଆଜି ବି ସୁଦ୍ଧା ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଏମିତିକି ପୁରୁଣା ରାସ୍ତାରେ ୨୦ବର୍ଷ ହେବ ମୋରମ ଗଣ୍ଡିଏ ପଡିପାରୁନାହିଁ। ଯେଉଁଥିପାଇଁ ଗ୍ରାମବାସୀ ମାନେ ଗମନାଗମନ ସୁବିଧାରୁ ବଂଚିତ ହେଉଛନ୍ତି। ଏମିତି ଏକ ରାସ୍ତାର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗାଁ ଠାରେ। ତିନିଗୋଟି ୱାର୍ଡକୁ ନେଇ ପଂଚାୟତର ସର୍ବବୃହତ ଗ୍ରାମ ଭାବେ ପରିଚିତ ଉକ୍ତ ଗ୍ରାମର ଲୋକସଂଖ୍ୟା ପ୍ରାୟ ଦୁଇହଜାରରୁ ଅଧିକ ହେବ। ଗାଁର ରାଢୋ ଛକ ପୂର୍ତ ବିଭାଗ ରାସ୍ତା ଠାରୁ ରାଉତସାହି ଯାଏଁ ସଂଯୋଗ ହୋଇଥିବା ପ୍ରମୁଖ ଗ୍ରାମ୍ୟ ରାସ୍ତାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହି ରାସ୍ତା ସହିତ ତିନିଗୋଟି ସାହିର ଅନ୍ୟ ରାସ୍ତା ମଧ୍ୟ ସଂଯୋଗ ହୋଇଛି। ତେଣୁ ରାତିପାହିଲେ ଗ୍ରାମବାସୀ ମାନେ ସାହି ରାସ୍ତାଦେଇ ପ୍ରମୁଖ ଗ୍ରାମ୍ୟ ରାସ୍ତାକୁ ଆସି ପୂର୍ତ ରାସ୍ତା ଦେଇ ବିଭିନ୍ନ ଆଡକୁ ଯାଇଥାନ୍ତି। ଏହି ଗ୍ରାମ୍ୟ ରାସ୍ତାଟି ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏହାର ନବୀକରଣ କାର୍ଯ୍ୟ ନହେବା ପରିତାପର ବିଷୟ ପାଲଟିଛି। ପ୍ରାୟ ୧୫/୨୦ବର୍ଷ ପୂର୍ବରୁ ପଡ଼ିଥିବା ମୋରମ ଓ ମେଂଟାଲ ଧୀରେ ଧୀରେ ଉଠିଯିବା ସହିତ ଆଉକିଛି ମାଟିରେ ପୋତି ହୋଇଗଲାଣି। ଏବେ ରାସ୍ତା ତମାମ ଖାଲଖମାରେ ଭର୍ତି ହୋଇଯାଇଥିବା ବେଳେ ସାଇକେଲ ମୋଟର ସାଇକେଲ ତ ଦୂରର କଥା ଚାଲିଚାଲି ଯିବା ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡୁଛି। ରାସ୍ତାର ଶଙ୍ଖୁଆ ସାହି ନିକଟ ନୟନଯୋରୀ ଉପରେ ଥିବା କର୍ଲଭର୍ଟଟି ପ୍ରାୟ ୭୦ ଭାଗ ଭାଙ୍ଗି ଗଲାଣି। ପଡ଼ିଥିବା ହୋମ ପାଇପ ମଧ୍ୟ ନଷ୍ଟ ହୋଇଯାଇଛି। ରାସ୍ତା ପାର୍ଶ୍ୱକୁ ଲାଗି ସ୍କୁଲ, ଶନିମନ୍ଦିର, ଇଲେକ୍ଟ୍ରି ସବ ଷ୍ଟେସନ ରହିଥିବା ବେଳେ ସକାଳୁ ରାତିଯାଏଁ ରାସ୍ତା ଉପରେ ଗ୍ରାମବାସୀ ମାନେ ଗମନାଗମନ କରିଥାନ୍ତି। ଗତ ଦାନା ବାତ୍ୟା ସମୟରେ ମାତ୍ରାଧିକ ବର୍ଷା ହେବାରୁ ରାସ୍ତାଟିର ଅର୍ଦ୍ଧାଧିକ ଭାଗ ବୁଡ଼ିଯାଇଥିଲା। ଫଳରେ ଗ୍ରାମବାସୀ ମାନେ ପ୍ରାୟ ୨୪ଘଂଟା ଧରି ଜଳବନ୍ଦୀ ହୋଇ ରହିଥିଲେ। ପାଣି କମିବା ପରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇଯାଇଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଗ୍ରାମ୍ୟ ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ପୂର୍ବରୁ ବାରମ୍ବାର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ବୈଠକରେ ଦାବି କରାଯାଇଥିଲେ ସୁଦ୍ଧା ତାହା ବିଫଳ ହୋଇଛି। ଏପଟେ ବ୍ଲକ ପ୍ରଶାସନ ହାତରେ ରହିଥିବା ରାସ୍ତାଟିର ଭାଗ୍ୟ ଆଜି ବି ସୁଦ୍ଧା ଅନ୍ଧାର ମଧ୍ୟରେ ପଡିଛି। ଗାଁ ଲୋକ ପୁଣି ୨୦ବର୍ଷ ପୂର୍ବ ଅବସ୍ଥାକୁ ଫେରିଯାଇ ଅସରାଏ ବର୍ଷା ହେଲେ ପାଣି କାଦୁଅରେ ଗମନାଗମନ କରୁଛନ୍ତି। ଯାହାକି ଶାସନ ବ୍ୟବସ୍ଥାକୁ ଅଟହାସ୍ୟ କରୁଛି। ତେଣୁ ଆଗାମୀ ଦିନରେ ଗ୍ରାମ୍ୟ ରାସ୍ତାଟିର ନବୀକରଣ କାର୍ଯ୍ୟ କରାନଗଲେ ବାଧ୍ୟହୋଇ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତାକୁ ଆସି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ବେଳେ ତୁରନ୍ତ ଏହା ଉପରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ମଧ୍ୟ କରିଛନ୍ତି।

Previous Post

ଧାନକିଣା ପ୍ରସ୍ତୁତି: ମିଲର୍ ମାନଙ୍କୁ ନେଇ ପ୍ରଶାସନିକ ବୈଠକ

Next Post

ଭଦ୍ରକରେ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌କୁ ଗୁଳିମାଡ

FNN WEB

FNN WEB

Next Post
ଭଦ୍ରକରେ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌କୁ ଗୁଳିମାଡ

ଭଦ୍ରକରେ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌କୁ ଗୁଳିମାଡ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.