• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 7, 2024
in ଓଡ଼ିଶା, ମୁଖ୍ୟ ଖବର
0
ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ: ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସମାଜର ପ୍ରତିନିଧି, ମହିଳା ଓ ଶିଶୁ ବିକାଶ କର୍ମୀ, ସୂଚନା ଅଧିକାର କର୍ମୀ, ପାରା-ଲିଗାଲ ଆକ୍ଟିଭିଷ୍ଟ, ଯୌନଶୋଷଣ ସୁରକ୍ଷା କର୍ମୀ, ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଦୁଇ ଯୁଗାନ୍ତକାରୀ ଆଇନର ପ୍ରଣୟନ ସମ୍ଭନ୍ଧରେ ବ୍ୟକ୍ତିଗତ ସ୍ତରରେ ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତ ସମ୍ବନ୍ଧରେ ଧାରଣା ଅଛି- ‘India is an over-legislated, but under implemented country’. ଆମ ଦେଶରେ ଆଇନ କାନୁନ ବହୁତ ଅଧିକ। ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ଗତ ଦଶ ବର୍ଷରେ ମାନନୀୟ ପ୍ରଧାନମନ୍ତ୍ରୀ ୧,୫୫୦ ରୁ ବି ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନ୍ୟାୟ ପ୍ରଣାଳୀ ବା ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାର କରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ ମସିହାରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ଆଜି ପର୍ଯ୍ୟନ୍ତ ପାଳନ କରୁଥିଲୁ। କିନ୍ତୁ ଭାରତ ପରି ଏକ ବିବିଧତାରେ ପରିପୂର୍ଣ୍ଣ ସମାଜରେ ୧୬୪ ବର୍ଷର ନିୟମ କେତେଦୂର ପ୍ରାସଙ୍ଗିକ ଆପଣମାନେ ଜାଣିଛନ୍ତି। ଏହା ଛଡା ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସଂପୂର୍ଣ୍ଣ ରୂପେ କ୍ଷମତାସମ୍ପନ୍ନ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ଦୁଇଟି ନୂତନ ଆଇନକୁ ପ୍ରବର୍ତ୍ତନ କଲେ। ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଏହି ତିନୋଟି ଆଇନ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ। ନୂତନ ଭାବେ ପ୍ରଣିତ ଏହି ଆଇନକୁ ପୀଡିତ-କୈନ୍ଦ୍ରିକ କରାଯାଇଛି ବୋଲି ମତ ଦେଇ ସେ କହିଲେ ଯେ, ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ ଥିଲା। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଵଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ଵରିତ ନ୍ୟାୟ ପ୍ରଦାନ। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ କରିବା। ପୋଲିସର କାର୍ଯ୍ୟକୁ ନ୍ୟାୟ ସଙ୍ଗତ, ବିଧି ସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ CrPC ରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଥିଲେ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମ ସହିତ ଜିରୋ ଏଫଆଇଆର ର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ କହିଥିଲେ। ସେହିପରି ଭାବେ ୧୫ ବର୍ଷରୁ କମ ଏବଂ ୬୦ ବର୍ଷର ବ୍ୟକ୍ତି, ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ତଥା ମହିଳା ଥାନାକୁ ନଯାଇ ମଧ୍ୟ ବିବୃତ୍ତି ରେକର୍ଡ କରିପାରିବାର ବ୍ୟବସ୍ଥା, ପୋକସୋ ଆଇନରେ ୬୦ ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ଅର୍ଗାନାଇଜ୍‌ଡ କ୍ରାଇମ ଆଦି ବିଷୟରେ ଏହି ନୂତନ ସଂହିତାରେ ପ୍ରାବଧାନ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜୋରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା କରିବା ପାଇଁ ବ୍ୟବସ୍ଥା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଦ୍ୱାରା ଜେଲ ଗୁଡିକରୁ ଅତ୍ୟଧିକ ଭିଡ କମିବା ସହିତ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧୀଭାବେ ବିଚାର ନ କରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ। ଏହା ନିଶ୍ଚିତ ଭାବେ ଅନେକ ଯୁବ ବର୍ଗଙ୍କୁ, ବେଶେଷ ଭାବେ ଯେଉଁମାନେ ପେଷାଦାର ଅପରାଧୀ ନୁହନ୍ତି, ତାଙ୍କୁ ମୁଖ୍ୟ ଧାରାରେ ପ୍ରତ୍ୟବାର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ ସେ କହିଥିଲେ। ମବ୍-ଲିଞ୍ଚିଙ୍ଗ, ସଂଗଠିତ ଅପରାଧ, ରାହାଜାନି, ରାଜଦ୍ରୋହ ଆଦି କ୍ଷେତ୍ରରେ ନୂଆ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଓଡିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛା ଶକ୍ତିର ଅଭାବ ଥିଲା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ, ଯଦି ଅଭାବ ଅଛି ସେଇଟା ହେଉଛି କାର୍ଯ୍ୟକାରୀ କରିବାରେ ଢିଲା ମନଭାବ। ଉଦାହରଣ ଦେଇ ସେ କହିଲେ ଯେ ମହିଳା ହିଂସା ସମ୍ପର୍କିତ ମୋକଦମାର ଦଣ୍ଡ ବିଧାନ ହାର ଅଛି single digit ରେ। ୨୦୨୨ ସୁଦ୍ଧା NCRB ତଥ୍ୟ ଅନୁସାରେ ଏହି ହାର କେବଳ ୯.୩ ପ୍ରତିଶତ ଯାହା ଲଜ୍ୟା ଜନକ। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତିକରଣ କଥା କହୁଥିଲେ। ଏହା କି ପ୍ରକାର ମହିଳା ସଶକ୍ତି କରଣ, ବୁଝିବାର ଶକ୍ତି ବାହାରେ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ଉତ୍ତର ପ୍ରଦେଶରେ ଦଣ୍ଡ ବିଧାନ ହାର ହେଉଛି ୭୦.୮ ପ୍ରତିଶତ, ମିଜୋରମରେ ହେଉଛି ୬୮ ପ୍ରତିଶତ ଏବଂ ବିହାରରେ ହେଉଛି ୬୦.୯ ପ୍ରତିଶତ। ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ତଥ୍ୟ ହେଉଛି ବର୍ତ୍ତମାନ ଉତ୍ତର ପ୍ରଦେଶରେ ମହିଳା ନିର୍ଯ୍ୟାତନା ଘଟଣାର dispose off ହାର ହେଉଛି ୯୮ ପ୍ରତିଶତରୁ ବି ଅଧିକ। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଓଡିଶାର ଏହି ଲଜ୍ୟା ଜନକ ପରିସ୍ଥିତି ପାଇଁ କେବଳ ଦୁଇଟି କାରଣ, ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ଦ୍ଵିତୀୟଟି ହେଉଛି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଥିଲା।

ସେ କହିଥିଲେ, “କିନ୍ତୁ, ବର୍ତ୍ତମାନ ଏ ସବୁ ଚାଲିବ ନାହିଁ। ମୁଁ ବିଧାନ ସଭାରୁ କହିଥିଲି ଯେ ଅପରାଧୀ ସୁଧୁରି ଯାଅନ୍ତୁ, ନ ହେଲେ ସୁଧାରିବା ପାଇଁ ସରକାରଙ୍କ ପାଖରେ ବହୁତ ବାଟ ଅଛି। ମୁଁ ଗତ ଜିଲ୍ଲାପାଳ ଏବଂ ପୋଲିସ ସମ୍ମିଳନୀରେ କହିଥିଲି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ, ଥାନା ଏବଂ ବିଚାରାଳୟରେ ଲମ୍ବିତ ଥିବା ମହିଳା ହିଂସା ସମ୍ବନ୍ଧୀୟ ସବୁ କେସକୁ ତର୍ଜମା କରାଯାଇ ଦଣ୍ଡ ବିଧାନ କରିବା ପାଇଁ ପଦକ୍ଷେପ ନିଆଯାଉ। ମାନ୍ୟବର ଆଇନ ମନ୍ତ୍ରୀଙ୍କୁ ନିବେଦନ କରିବି ଯେ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସ୍ୱତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ପଦକ୍ଷେପ ନିଅନ୍ତୁ।”

କାର୍ଯ୍ୟକ୍ରରେ ଯୋଗଦେଇ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକ ଯେତେବେଳେ ଆଇନକୁ ବୁଝି ପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଆଇନର ସରଳୀକରଣ ଓ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଜାଗୃତିକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। ଓଡିଶାରେ ଗ୍ରାମ୍ୟ ନ୍ୟାୟାଳୟର ବ୍ୟବସ୍ଥା ଆରମ୍ଭ ହୋଇସାରିଛି ଏବଂ ଏହାକୁ ଆହୁରି ଆଗକୁ ନିଆଯିବ ବୋଲି ସେ କହିଥିଲେ । ଏହା ଦ୍ୱାରା ଗ୍ରାମ୍ୟସ୍ତରରେ ମଧ୍ୟସ୍ଥତା ଜରିଆରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଲେ ଯେ, ସାଧାରଣ ଲୋକ ନ୍ୟାୟ ପାଇପାରିଲେ, ବ୍ୟବସ୍ଥା ଭଲ ଅଛି ବୋଲି କୁହାଯାଏ। ତେବେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଆଇନର ଉଦ୍ଦେଶ୍ୟ। ନୂଆ ଆଇନ ଲାଗୁ ହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି ବୋଲି ପ୍ରକାଶ କରି ସେ ଏହାର କେତେକ ଉଦାହରଣ ଦେଇଥିଲେ। ଏହା ଦ୍ୱାରା ଦେଶର ନ୍ୟାୟିକ ଦୃଶ୍ୟପଟ୍ଟ(Legal Landscape)ରେ ପରିବର୍ତ୍ତନ ଆସିବାର ଅୟମାରମ୍ଭ ହୋଇଛି ବୋଲି ସେ କହିଥିଲେ।

ପୂର୍ବତନ ସୂଚନା କମିଶନର ତଥା ବିଶିଷ୍ଟ ସୂଚନା ଅଧିକାର ଅକ୍ଟିଭିଷ୍ଟ ଶ୍ରୀ ଜଗଦାନନ୍ଦ କହିଲେ ଯେ, ଏହା ଏକ ଐତିହାସିକ ସମ୍ମିଳନୀ। ଆଇନ ସହିତ ଲୋକଙ୍କୁ ଯୋଡିବାର ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ। ସମାଜରେ ପରିବର୍ତ୍ତନ ସହିତ ସମାନୁପାତିକ ରୂପରେ ଆଇନର ପରିବର୍ତ୍ତନ ନହେଲେ ତାହା ଲୋକାଭିମୁଖୀ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ। ଆଇନଗୁଡିକୁ ସରଳ ଓଡିଆ ଭାଷା ସହିତ ବିଭିନ୍ନ ଆଦିବାସୀ ଭାଷାରେ ଆନୁବାଦ କରି ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଅଛି ବୋଲି ସେ ମତ ଦେଇଥିଲେ। ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ।

Previous Post

ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡ଼ିଲେ ୧୮ ସରପଞ୍ଚ-ନାଏବ ସରପଞ୍ଚ

Next Post

୧୨ ନଭେମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ହିନ୍ଦୁ ସମାଜ

FNN WEB

FNN WEB

Next Post
୧୨ ନଭେମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ହିନ୍ଦୁ ସମାଜ

୧୨ ନଭେମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ହିନ୍ଦୁ ସମାଜ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.