• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 8, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ
0
SHARES
2
VIEWS

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ
ଓଡିଶାରେ ଦୁଗ୍ଧର ଚାହିଦା ବୃଦ୍ଧି କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ ହେବ
ଗୋ-ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ କଠୋର ପଦକ୍ଷେପ ନିଆଯିବ

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି। ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍‌ ପକ୍ଷରୁ ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି।

ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍‌ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ। ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଇର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି। ଆମର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଓ ମହାତ୍ମ୍ୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା। ଗୋପାଳନ, ଗବ୍ୟ ପଦାର୍ଥର ଉପଯୋଗୀତା, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି। ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁଜୀଙ୍କ ଏହି ଉଦ୍ୟମ ବଳରେ ଗୋସେବା କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଗୋମାତା ଏବଂ ଗୋ ସମ୍ପଦର କେବଳ ସାମାଜିକ ଓ ଧର୍ମୀୟ ମହତ୍ବ ନାହିଁ ଏହାର ଅର୍ଥନୈତିକ ପ୍ରାସଙ୍ଗୀକତା ମଧ୍ୟ ରହିଛି। ଆମ ଦେଶର ଗ୍ରାମୀଣ ଅର୍ଥନୀତିର ବିକାଶରେ ଗୋସମ୍ପଦର ବହୁଳ ପ୍ରଭାବ ରହିଛି। ସେ କହିଥିଲେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଗୋସମ୍ପଦର ବୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବର ସହିତ ନେଉଛନ୍ତି। ଆମ ସରକାର ଏହି ଆଭିମୁଖ୍ୟ ଅନୁସାରେ ସ୍ପଷ୍ଟତାର ସହ କାର୍ଯ୍ୟ କରୁଛନ୍ତି। ଗୋସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନିଆଯିବ। ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ।

ପୁଣି କହିଥିଲେ ଓଡିଶାରେ ଦୁଗ୍ଧର ଚାହିଦା ଓ ଦୁଗ୍ଧ ଉପଲବ୍ଧତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ପ୍ରତି ବର୍ଷ ୨ହଜାର ହିତାଧିକାରୀଙ୍କୁ ଦୁଇ ଗୋଟି ଲେଖାଏ ଗାଇ, ୨୦ହଜାର ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, ଦୁଧିଆଳୀ ଗାଇଙ୍କ ବୀମା ପାଇଁ ସହାୟତା ଆଦି ରହିଛି। କେବଳ ଗୋ ପାଳନ ନୁହେଁ ଗୋ ସୁରକ୍ଷା ମଧ୍ୟ ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ଗୋଶାଳ କାର୍ଯ୍ୟକ୍ଷମ ଅଛି ଏବଂ ଏହି ସବୁ ଗୋଶାଳାରେ ଅବହେଳିତ ଗୋ ସମ୍ପଦଙ୍କୁ ଉଦ୍ଧାର କରି ଚିକିତ୍ସା କରି ଯତ୍ନ ନିଆଯାଉଛି। ଏଗୁଡିକର ଖର୍ଚ୍ଚ ଗୋଶାଳା ମାନେ ନିଜେ ଯୋଗାଡ କରୁଛନ୍ତି। ସରକାରୀ ସହାୟତା ମଧ୍ୟ ଦିଆଯାଉଛି। ଆମକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିବା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋମାତାଙ୍କୁ ଆଡପ୍ଟ କରି ତାଙ୍କ ଖାଦ୍ୟ ନିମନ୍ତେ ଯୋଗଦାନ ଦେଇ ଗୋଶାଳା ଗୁଡିକୁ ସହାୟତା କରିବା ପାଇଁ ଆହ୍ବାନ କରିଥିଲେ। ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଆୟୋଜିତ ପୁଜାରେ ଯୋଗଦେବା ସହ ଗୋଶାଳା ବୁଲି ଦେଖିଥିଲେ।

କାର୍ଯ୍ୟକ୍ରମ ରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଥିଲେ ଯେ ଗୋ ମାତା ଙ୍କ ସହ ହିନ୍ଦୁ ସମାଜ ର ନିବିଡ ସମ୍ପର୍କ ରହିଛି।ଗୋ ସେବା କଲେ ପୂଣ୍ୟ ମିଳେ ଓ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।ଗୋ ମାତା ଙ୍କ ସୁରକ୍ଷା, ଗୋ ବଂଶ ବୃଦ୍ଧି ଏବଂ ଗୋ ହତ୍ୟା ବନ୍ଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶା ରେ ଗୋ ମାତା ଙ୍କ ଖାଦ୍ୟ ବାବଦ କୁ ପ୍ରତ୍ୟେକ ଗାଈ ପିଛା ଦୈନିକ ୫୪ ଟଂକା ଯୋଗାଇ ଦିଆଯାଉଛି। ରାଜ୍ୟର ଗୋଶାଳା ମାନଙ୍କ ସହାୟତା ପାଇଁ ୨୩ କୋଟି ଟଂକା ପ୍ରଦାନ କରାଯିବ ।

ପରମହଂସ ପ୍ରଜ୍ଞାନା ନନ୍ଦ ମହାରାଜ କହିଥିଲେ ଯେ, ଆମ ସମସ୍ତ ଙ୍କ ହୃଦୟର ସ୍ପନ୍ଦନ ରେ ଗୋ ସେବା ସ୍ୱତନ୍ତ୍ର ସ୍ଥାନ ନେଉ। ଗୋ ମାତା ସୁସ୍ଥ ରହିଲେ ଧରିତ୍ରୀ ସୁସ୍ଥ ରହିବ। ଓଡ଼ିଶା ଗୋ ସେବା ସମିତି ଗୋ ବଂଶ ର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ। କାର୍ଯ୍ୟକ୍ରମରେ ସ୍ବାମୀ ଦୀନବନ୍ଧୁ ଦାସ ମହାରାଜ ଗୋ-ମହିମା ବିଷୟରେ କହିଥିଲେ। ଏହି ଅବସର ରେ ସ୍ମରଣିକା ଗୋ ମୁଖ ଏବଂ ଅନ୍ୟ ଏକ ପୁସ୍ତକ ଏଇ ମାଟି ର ରତ୍ନମାଳା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁ, ସନ୍ଥ, ଗୋ ସେବକ, ଗୋ ପାଳକ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Previous Post

ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Next Post

ନଭେମ୍ବର ୨୪ରେ ମିଳିବ ‘ସୁଭଦ୍ରା’ ଟଙ୍କା

FNN WEB

FNN WEB

Next Post
ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା

ନଭେମ୍ବର ୨୪ରେ ମିଳିବ ‘ସୁଭଦ୍ରା’ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.