ବିଜେପି ସରକାର ପ୍ରତାରଣା କରି କ୍ଷମତା ହାତେଇଛି- ଦେବୀ ମିଶ୍ର
ଭଦ୍ରକ: ରାଜ୍ୟରେ ଏବେ ରଙ୍ଗ ମରା ସରକାର ଚାଲିଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ଦଖଲ କରିଥିବା ବିଜେପି ସାଧାରଣ ଲୋକଙ୍କ ସହ ପ୍ରତାରଣା କରି ଭୋଟ ନେବା ପରେ ଏବେ ଲୋକଙ୍କୁ ଠକୁଥୁବା ରାଜ୍ୟ ବିଜେଡି ଉପ-ସଭାପତି ଦେବୀ ମିଶ୍ର ଆଜି ବନ୍ତ ବ୍ଲକ ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ଦଳୀୟ ସଭାରେ କହିଛନ୍ତି । ବିଜେପି ଦଳ ୩ଶହ ୟୁନିଟ୍ ବିଜୁଳି ଛାଡ କରିବା, ବାର୍ଦ୍ଧକ୍ୟ ଭତା ବୃଦ୍ଧି କରିବା, ସର୍ବୋପରି ସମସ୍ତ ମହିଳାଙ୍କୁ ଶୁଭଦ୍ରା ଅର୍ଥ ପ୍ରଦାନରେ ଟାଳଟୁଳ ନିତୀ ଅବଲମ୍ବନ କରୁଥୁବା ନେଇ ସେ ସମାଲୋଚନା କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ନିଜ ବକ୍ତବ୍ୟରେ ନବୀନ ବାବୁଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ବକ୍ତବ୍ୟ ରଖି କହିଲେ, ବିଜେଡି ସରକାର ସମୟରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରିଥିଲା ତାକୁ ବର୍ତମାନର ବିଜେପି ସରକାର ଛାପ ବଦଳାଇ ନାମ କମାଇବାକୁ ଅପଚେଷ୍ଟା କରୁଛି । ଦଳର କାର୍ଯ୍ୟକର୍ତା ମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ଲୋକ ମାନଙ୍କୁ ସଚେତନ କରାଇବା ସହ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ କର୍ମୀ ମାନଙ୍କୁ କହିଥିଲେ । ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ପ୍ରିନ୍ସ ରାକେଶ ନାୟକ, ବ୍ଲକ ସଭାପତି ଲକ୍ଷ୍ମି କାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ଜିଲ୍ଲା ଯୁବ ଉପ-ସଭାପତି ପ୍ରଦ୍ୟୁମ୍ନ ପୁହାଣ, ସତ୍ୟସାଧନ ବେଜ୍ ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଟିପୁର ସରପଂଚ ସୁଭଦ୍ରା ସିଂହ, ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ, ଚାରିଗାଁ ସରପଂଚ ଗିତୀକା ଭୋଇ, ମହାନ୍ତିପଡା ସରପଂଚ ନିହାର ରଞ୍ଜନ ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ପ୍ରାରମ୍ଭରେ ଶହ ଶହ ଦଳୀୟ କର୍ମୀ ଓ ପଦାଧିକାରୀ କୁଆଁସମଢିଆ ଠାରୁ ଏକ ଶୋଭାଯାତ୍ରାରେ ଯାଇ ମେଳନ ପଡିଆ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ ।