• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦରଦାମ ବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେଡି

FNN WEB by FNN WEB
December 18, 2024
in ଓଡ଼ିଶା, ମୁଖ୍ୟ ଖବର
0
ଦରଦାମ ବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେଡି
0
SHARES
2
VIEWS

ଜାନୁଆରୀ ୬ରେ ଲୋକସେବା ଭବନ ସମ୍ମୁଖରେ ପ୍ରତିବାଦ
ଭୁବନେଶ୍ବର : ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ସହ ରାଜ୍ୟରେ ବିଜେପି ସରକାର ଯେଉଁଭଳି ଭାବେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି, ତାହାକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି। ଏନେଇ ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ନୂଆ ସରକାରଙ୍କୁ ବିରୋଧ କରାଯିବା ସହ ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ। ନୂଆ ସରକାରର ଗଠନର ଛ ମାସରେ ଦରଦାମ ବଢ଼ି ଚାଲିଛି। ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ଯାହା କୁଆଡେ ଗଲା ବୋଲି ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି।

ସେହିପରି ବିଜେଡିର ବରିଷ୍ଠ ନେତା ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ । ବିଜେପି ନିଜର ପ୍ରତିଶୃତି ପାଳନ ନ କରିବା, ଦରଦାମ ବୃଦ୍ଧି କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବୁ। ଆସନ୍ତା ଜାନୁଆରୀ ୬ ତାରିଖରେ ଭୁବନେଶ୍ଵରରେ ବିରାଟ ଆନ୍ଦୋଳନ କରାଯିବ। ଦରଦାମରେ ଲୋକେ ଯେମିତି ଅତିଷ୍ଠ ହେଲେଣି, ତାକୁ ନେଇ ସଚେତନ କରାଯିବ ବୋଲି କହିଛନ୍ତି ଦେବୀ ମିଶ୍ର।

ସେହିପରି ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ। ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି। ଡବଲ ଇଂଜିନ ସରକାର ବିକାଶ ନାରା ଦେଇଥିଲେ,ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି। ୨୦୧୪ରୁ NDA ସରକାର ଆସିବା ଦିନରୁ ଦର ବୃଦ୍ଧି ହୋଇ ଚାଲିଛି। ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ କ୍ଷତି ସହୁଛନ୍ତି। ସେପଟେ ବିନା କଟନୀ ଛଟନୀରେ ଧାନ କିଣିବା ସହ ୩୧୦୦ ଟଙ୍କା ଏମ୍‌ଏସ୍‌ପି ଘୋଷଣା କରିଥିଲେ, ହେଲେ ଏବେ ଟୋକନ ଆସିନି। ମୁଁ ବି ଚାଷୀ, ମୋର ବି ଟୋକାନ ଆସିନି। ଆନାଲାଇଜର ଯୋଗୁଁ ୮-୯ କିଲୋ କଟନୀ ଛଟନୀ ହେଉଛି। ମିଲରଙ୍କୁ ସୁହାଇବାକୁ ଆନାଲାଇଜର ଲଗା ଯାଇଛି।

କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କରିଛି। ଅଛେ ଦିନ ଆଣିବା କଥା କହି ଆସିଥିଲେ।ହେଲେ ଏହା କଥାରେ ରହି ଯାଇଛି। ସାରା ଦେଶରେ ଦରଦାମ ହୁ ହୁ ହୋଇ ବଢିଚାଲିଛି। ପୂର୍ବରୁ ନବୀନ ସରକାର ସମୟରେ ରାଜ୍ୟର ଦରଦାମ ନିୟନ୍ତ୍ରଣ ଭିତରେ ରହୁଥିଲା, ହେଲେ ବିଜେପି ସରକାର ଆସିବାର ଛଅ ମାସ ଭିତରେ ଦରଦାମ ହୁ ହୁ ହୋଇ ବଢିଗଲା। ଦର ବୃଦ୍ଧିରେ ଏବେ ଓଡ଼ିଶା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି। ଏହା ଚିନ୍ତାଜନକ କଥା,ହେଲେ ସରକାର ବେଫିକର ହୋଇ ବସିଛନ୍ତି। ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ୍ରା ଭଙ୍ଗ କରାଯିବ। ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ।

Previous Post

ୱାଲଟିୟର ଲଢେଇ ଜୋରଦାର କଲା ବିଜେଡି:ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ୭ଜଣ ସାଂସଦ

Next Post

ବକେୟା ବିଦ୍ୟୁତ ଶୁଳ୍କ ଆଦାୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ବକେୟା ବିଦ୍ୟୁତ ଶୁଳ୍କ ଆଦାୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ବକେୟା ବିଦ୍ୟୁତ ଶୁଳ୍କ ଆଦାୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.