• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଲିଭ୍ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣକୁ ଗୁରୁତ୍ୱ

FNN WEB by FNN WEB
December 20, 2024
in ଓଡ଼ିଶା, ମୁଖ୍ୟ ଖବର
0
ଅଲିଭ୍ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣକୁ ଗୁରୁତ୍ୱ
0
SHARES
1
VIEWS

ଭୁବନେଶ୍ୱର : ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ-୨୦୨୪-୨୫ ଗତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି। ଅଲିଭ୍‌ ରିଡଲେକଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକକଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବା, ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଂଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଫୋରର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷାଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି ଓ ଏହା ଜାରି ରହିବ ବୋଲି ସେ କହିଛନ୍ତି ।

ଏହି ବିରଳ ସାମୁଦ୍ରିକ ପ୍ରାଣୀ ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷଲକ୍ଷାଧିକ ସଂଖ୍ୟାରେ ଅଣ୍ଡାଦେବାକୁ ଆସିଥା’ନ୍ତି। ବୈଠକରେ ସ୍ୱରାଷ୍ଟ୍ର(ଗୃହ) ତଥା ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଟଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନର ଉଚ୍ଚ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଗତ ୨୦୨୩ ଡିସେମ୍ବର ମାସରେ ହୋଇଥିବା ବୈଠକର ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ଏବଂ ୨୦୨୪-୨୫ ବର୍ଷ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ୍ ସୂଚନା ଦିଆଯାଇଥିଲା ।ବିଗତ ୧୦ ବର୍ଷରେ ଅଣ୍ଡାଦାନ ସଂଖ୍ୟା ଅନୁଧ୍ୟାନ କରାଯାଇଥିଲା । ୨୦୨୨-୨୩ ବର୍ଷରେ ଗହୀରମଥାଉପକୂଳ ଓ ଋଷିକୂଲ୍ୟାଠାରେ ସର୍ବାଧିକ ୧୧.୪୯ ଲକ୍ଷ ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ହୋଇଥିଲା । ଗଣ ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡା ନଜର ରଖାଯାଇଥିଲା । ଗତ ୨୦୨୩-୨୪ ବର୍ଷରେ ସମୂହ ଅଣ୍ଡାଦାନ ହୋଇନଥିବା ବେଳେ ବିଭିନ୍ନ ଉପକୂଳରେ ମାତ୍ର ୩ ଲକ୍ଷ ଅଣ୍ଡାଦାନ ହୋଇଥିଲା । ଏହି ସଂଖ୍ୟାରେ ବିଭିନ୍ନତାର କାରଣ ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଏହାର ସଠିକ୍ କାରଣ ଏବେବି ରହସ୍ୟାବୃତ୍ତ ବୋଲି ଆଲୋଚନା ପ୍ରକାଶ ପାଇଥିଲା ।

ତେବେ ୨୦୨୪-୨୫ ବର୍ଷ ନିମନ୍ତେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁଗତ ନଭେମ୍ବର ପହିଲାରୁ ଋତୁକାଳୀନ କାର୍ଯ୍ୟ ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି।ଏଥିପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି।ଗତ ନଭେମ୍ବର ୮ ତାରିଖରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂସ୍ଥାମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏ ସଂପର୍କରେ ସଚେତନ କରାଯାଇଛି । ନଭେମ୍ବର, ୨୦୨୪ରୁ ଆଗାମୀ ମେ୨୦୨୫ ପର୍ଯ୍ୟନ୍ତ ସମ୍ପୃକ୍ତ ଉପକୂଳ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ ପାଇଁ ସହଯୋଗ ନିମନ୍ତେ ଗୃହ ବିଭାଗକୁ ଅନୁରୋଧ କରାଯାଇଛି । ଏଥିପାଇଁ ସମୁଦ୍ରକୂଳ ପୁଲିସ୍ ଥାନାକୁ ମଧ୍ୟ ସହଯୋଗ ପାଇଁ ନିର୍ଦ୍ଦେଶ ପାଇଁ ପରାମର୍ଶ ଦିଆଯାଇଛି ।

ପୂର୍ବ ଭଳି ରାଜନଗର ବନ୍ୟପ୍ରାଣୀ, ଭଦ୍ରକ ବନ୍ୟପ୍ରାଣୀ ଓ ବ୍ରହ୍ମପୁର ( ସହର ) ଡିଭିଜନରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ହାଇସ୍ପିଡ ବୋଟ୍ ମୁତୟନ କରାଯାଇଛି।ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍ ) ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବା ନେଇ ସମନ୍ୱୟ ବୈଠକ କରାଯାଉଛି ।ମିଳିତ ସମୁଦ୍ର ପାଟ୍ରୋଲିଂ ଏବଂ ଆଲୋକ ନିୟନ୍ତ୍ରଣ ଆୟୋଜନ ପାଇଁ ସମସ୍ତ ଉପକୂଳ ଡିଏଫ୍ଓମାନଙ୍କ ଦ୍ୱାରା ଆଇଟିଆର, ଡିଆରଡିଓ କର୍ତ୍ତୃପକ୍ଷ ,ଚାନ୍ଦିପୁର, ବିଭିନ୍ନ ଉପକୂଳରେ ଥିବା ଅନୁଷ୍ଠାନ, ମତ୍ସ୍ୟ ବିଭାଗ ଅଧିକାରୀ , ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀଏବଂ ଉପକୂଳ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ ନିୟମିତ ଭାବରେ ସମନ୍ୱୟ ବୈଠକ ଅନୁଷ୍ଠିତ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରତିବର୍ଷ ନଭେମ୍ବର ପହିଲାରୁ ପରବର୍ତ୍ତୀ ବର୍ଷ ମେ‘ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ୨୦ କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା ବ୍ୟବସ୍ଥାରେ ମାଛ ଧରିବା ନିଷେଧ କରିବାକୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ରହିଛି । ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି । ଏ ସଂପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଡିଏଫ୍ଓମାନେ ନିୟମିତ ଭାବେ ସଚେତନତା ବୈଠକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଇତ୍ୟାଦି ସମୁଦ୍ର ଯାତାୟାତ ପାଟ୍ରୋଲିଂର ଘାଟି ହେବ।ଜବତ ମାଛଧରା ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜନଗର ହେନ୍ତାଳ ବନ ଜଙ୍ଗଲ ଡିଭିଜନର ବରୁଣେଇ, ଗୁପ୍ତି, ଶାସନପେଟା ଓ କୃଷ୍ଣପ୍ରିୟାପୁରରେ ବର୍ଥିଂ ସ୍ଥାନ ରହିଛି ।ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ସଂପୃକ୍ତ ଡିଏଫ୍ଓମାନଙ୍କୁ ପୂର୍ବ ବର୍ଷ ଭଳି ଆବଶ୍ୟକ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ ବ୍ୟତୀତ ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ସହ ମିଳିତ ପାଟ୍ରୋଲିଂ କରିବା ସହ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସ୍ୱାଧୀନ ଭାବେ ପାଟ୍ରୋଲିଂ କରିପାରିବ। ସେହି ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ଧରିବା ପାଇଁ ସେମାନେ ଓଏମ୍ଏଫ୍ଆରଏ ଅଧୀନରେ ମାମଲା ରୁଜୁ କରିପାରିବେ। ଆଇନ୍ ଉଲ୍ଲଙ୍ଘନ କରୁଥିବା କ୍ଷେତ୍ରରେ ଜରିମାନା ଆଦାୟ ବ୍ୟବସ୍ଥା ସହିତ ଏହି ଋତୁରେ ଯେଉଁ ମାଛଧରାଳି ବା ଧିବରମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ସେମୋନଙ୍କୁ ସରକାରୀ ଅନୁମୋଦନ ମୁତାବକ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଥିବା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବପ୍ରକାଶ କରିଥିଲେ । ବିଭାଗ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ “ନୋ-ଫିସିଂ ଜୋନ୍” ବିଷୟରେ ସତର୍କ କରାଇବା ପାଇଁ ବିକଶିତ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ (ଏଫଏଫଏମଏ) ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର କଳ ନିରୀକ୍ଷଣ କରିବା ପାଇଁ ବନ କର୍ମଚାରୀଙ୍କ ଦ୍ୱାରା ଋତୁଭିତ୍ତିକ ଶିବିର ପାଇଁ ଆଉଟର ହ୍ୱିଲର ଦ୍ୱୀପ (ନାସି-୨)ରେ ସ୍ଥାନର ବ୍ୟବସ୍ଥା କରାଯିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓଗ୍ରାଫିକୁ ଗୁରୁତ୍ୱ ଦିଆଯାଉଛି । ସାଟେଲାଇଟ୍ଟେଲିମେଟ୍ରିଅଧ୍ୟୟନ ଜରିଆରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରହିବାକୁ ପଦକ୍ଷେପ ନିଆଯାଇଛି। ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ) ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ଏକ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହାଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ୍ ରିଡଲେ କଇଁଛଙ୍କର ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ସେମାନଙ୍କର ଅନ୍ୟତ୍ର ଗତିବିଧି ସଂପର୍କିତ ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ, ଯଦ୍ୱାରା ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

Previous Post

୨୩ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ

Next Post

ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା: ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା: ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା: ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.